ଓଡିଶା

odisha

ETV Bharat / bharat

ରୂପଜୀବୀଙ୍କ ଗ୍ରାହକ ଅପରାଧ ପାଇଁ ଦାୟୀ ନୁହଁନ୍ତି: ଆନ୍ଧ୍ର ହାଇକୋର୍ଟ

ରୂପଜୀବୀଙ୍କ ଗ୍ରାହକ ଅପରାଧ ପାଇଁ ଦାୟୀ ନୁହଁନ୍ତି । ସ୍ପଷ୍ଟ କଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ଅଧିକ ପଢନ୍ତୁ

ଦେହଜୀବୀଙ୍କ ଗ୍ରାହକ ଅପରାଧ ପାଇଁ ଦାୟୀ ନୁହଁନ୍ତି: ଆନ୍ଧ୍ର ହାଇକୋର୍ଟ
ଦେହଜୀବୀଙ୍କ ଗ୍ରାହକ ଅପରାଧ ପାଇଁ ଦାୟୀ ନୁହଁନ୍ତି: ଆନ୍ଧ୍ର ହାଇକୋର୍ଟ

By

Published : May 4, 2022, 1:34 PM IST

ଅମରାବତୀ:ରୂପଜୀବୀ(sex workers)ଙ୍କ ଗ୍ରାହକ ହେବାର ଅର୍ଥ ଏହା ନୁହେଁ ଯେ, ସେ କୌଣସି ଅପରାଧ ପାଇଁ ଦାୟୀ ଅଟନ୍ତି । ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନିଜର ଏକ ରାୟରେ ଏହା ସ୍ପଷ୍ଟ କରିଛନ୍ତି । ଉଚ୍ଚତମ ନ୍ୟାୟଳୟର ବିଚାରପତି ଡ. ରମେଶ(D. Ramesh) ଏହି ରାୟ ଶୁଣାଇଛନ୍ତି । ୨୦୨୦ ମସିହାରେ ଗୁଣ୍ଟୁର ପୋଲିସ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଗୁଣ୍ଟୁରର ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ କୋର୍ଟରେ(First Class Judicial Magistrate Court)ଏହି ମାମଲା ବିଚାରଧୀନ ଥିବାବେଳେ ସମ୍ପୃକ୍ତ ବ୍ୟକ୍ତି ଏହାକୁ ଖାରଜ କରିବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଆବେଦନକାରୀଙ୍କ ଆଇନଜୀବୀ ହାଇକୋର୍ଟରେ କହିଥିଲେ ଯେ, ''୨୦୨୦ରେ ଗୁଣ୍ଟୁରର ଏକ ବେଶ୍ୟାଳୟ ଉପରେ ଆକ୍ରମଣ ହୋଇଥିଲା । ଆବେଦନକାରୀ ସେଦିନ ସେଠାରେ ଗ୍ରାହକ ଥିଲେ । ଏନେଇ ପୋଲିସ ସେହିବର୍ଷ ଅକ୍ଟୋବର ୧୦ରେ ଏକ ମାମଲା ରୁଜୁ କରିଥିଲା ଏବଂ ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ କୋର୍ଟ(First Class Judicial Magistrate Court)ରେ ଏ ସମ୍ପର୍କିତ ଚାର୍ଜସିଟ୍ ଦାଖଲ କରିଥିଲା । କୌଣସି ଅପରାଧରେ ବେଶ୍ୟାବୃତ୍ତି ପାଇଁ ଘର ଦେଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । କିନ୍ତୁ ଆଇନ ଅନୁସାରେ, ଟଙ୍କା ଦେଇ ବେଶ୍ୟାଳୟ ଯାଉଥିବା ବ୍ୟକ୍ତି ବିରୁଦ୍ଧରେ ମାମଲା ରୁଜୁ ହୋଇପାରିବ ନାହିଁ ।

ଏହି ଦୃଷ୍ଟିରୁ ଆବେଦନକାରୀ କେବଳ ଜଣେ ଗ୍ରାହକ ହୋଇଥିବା ଯୋଗୁଁ ତାଙ୍କ ବିରୁଦ୍ଧରେ କୌଣସି ମାମଲା ଚାଲିପାରିବ ହୋଇପାରିବ ନାହିଁ'' ବୋଲି ଆଇନଜୀବୀ ଯୁକ୍ତ ବାଢିଥିଲେ । ଏହିସବୁ ଦିଗକୁ ବିଚାରକୁ ନେଇ ହାଇକୋର୍ଟ ଆବେଦନକାରୀଙ୍କ ବିରୁଦ୍ଧରେ ଥିବା ମାମଲା ଖାରଜ କରିଦେଇଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ, ରୂପଜୀବୀ (sex workers)ଙ୍କ ଗ୍ରାହକ ହେବା, ସାବ୍ୟସ୍ତ ହେଉନାହିଁ ଯେ ସେ କୌଣସି ଅପରାଧ ପାଇଁ ଦାୟୀ ଅଟନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details