ଓଡିଶା

odisha

By

Published : Feb 3, 2021, 9:50 PM IST

ETV Bharat / bharat

2 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ଜବତ, 3 ଆଫଗାନିସ୍ତାନ ଯାତ୍ରୀ ଅଟକ

ସୁନା ଚୋରା ଚାଲାଣବେଳେ ଧରାପଡିଲେ 3 ଆଫଗାନିସ୍ତାନ ଯାତ୍ରୀ । 2 କୋଟି 26 ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ କଲା କଷ୍ଟମ ବିଭାଗ । ଅଧିକ ପଢନ୍ତୁ...

custom seized gold worth Rs 2 crore 26 lakh at delhi airport
2 କୋଟି 26 ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ ,3 ଆଫଗାନିସ୍ତାନ ଯାତ୍ରୀ ଅଟକ

ନୂଆଦିଲ୍ଲୀ :ସୁନା ଚୋରା ଚାଲାଣବେଳେ ଧରାପଡିଲେ 3 ଆଫଗାନିସ୍ତାନ ଯାତ୍ରୀ । ସେମାନଙ୍କଠାରୁ 2 କୋଟି 26 ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ କରାଯାଇଛି । କଷ୍ଟମ ଅଧିକାରୀମାନେ ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି ।

କଷ୍ଟମ୍ ମୁଖପାତ୍ରଙ୍କ କହିବାନୁସାରେ, ଗ୍ରୀନ ଚ୍ୟାନେଲ ଅତିକ୍ରମ କରୁଥିବା ସମୟରେ କଷ୍ଟମ ଅଧିକାରୀମାନେ ଏହି ତିନିଜଣଙ୍କୁ ସନ୍ଦେହ କରିଥିଲେ । ପରେ ସେମାନଙ୍କୁ ଯାଞ୍ଚ ପାଇଁ ଅଟକାଯାଇଥିଲା । ପ୍ରଥମ ଯାତ୍ରୀଙ୍କଠାରୁ 1 କୋଟି 32 ଲକ୍ଷ ଟଙ୍କା ସୁନା, ଦ୍ବିତୀୟ ଯାତ୍ରୀଙ୍କ ଠାରୁ 82 ଲକ୍ଷ 44 ହଜାର ଟଙ୍କା ଏବଂ ତୃତୀୟ ଯାତ୍ରୀଙ୍କଠାରୁ ପ୍ରାୟ 12 ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିଲା । ସେହି ତିନିଜଣ ଆଫଗାନିସ୍ତାନରୁ ଗୋଟିଏ ବିମାନରେ କାବୁଲରୁ ଦିଲ୍ଲୀ ଆସିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details