ଓଡିଶା

odisha

By

Published : Mar 21, 2021, 6:15 PM IST

ETV Bharat / bharat

ଉତ୍ତରପ୍ରଦେଶରେ ସର୍ବାଧିକ ହାଜତ ମୃତ୍ୟୁ, ଓଡିଶାରେ ସର୍ବନିମ୍ନ

ପ୍ରକାଶ ପାଇଛି ହାଜତ ମୃତ୍ୟୁ ମାମଲା ସମ୍ପର୍କିତ ରିପୋର୍ଟ । ତିନି ବର୍ଷ ମଧ୍ୟରେ ହାଜତ ମୃତ୍ୟୁ ବରଣ କରିଥିବା ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ହାଜତ ମୃତ୍ୟୁ
ହାଜତ ମୃତ୍ୟୁ

ହାଇଦ୍ରାବାଦ: ପ୍ରକାଶ ପାଇଛି ହାଜତ ମୃତ୍ୟୁ ମାମଲା ସମ୍ପର୍କିତ ରିପୋର୍ଟ । ତିନି ବର୍ଷ ମଧ୍ୟରେ ହାଜତ ମୃତ୍ୟୁ ବରଣ କରିଥିବା ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । 2017-18ରେ 390 ଥିବାବେଳେ 2018-19ରେ ଏହାର ସଂଖ୍ୟା ବଢି 452 ହୋଇଥିଲା । ଅନ୍ୟପକ୍ଷେ 2019-20ରେ ଉତ୍ତରପ୍ରଦେଶରେ ମୋଟ 400ଟି ହାଜତ ମୃତ୍ୟୁ ହୋଇଥିବାବେଳେ 2020-21ରେ 395 ଜଣଙ୍କ ମୃତ୍ୟୁ ହୋଇଛି ।

ଏହାସହ 2020-21 ବର୍ଷରେ ଦ୍ବିତୀୟ ସ୍ଥାନରେ ପଶ୍ଚିମବଙ୍ଗ ରହିଛି । ଏଠାରେ ମୋଟ 158 ଜଣଙ୍କ ନାୟିକ ହେପାଜତରେ ଥିବା ସମୟରେ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ 144, ବିହାରରେ 139, ମହାରାଷ୍ଟ୍ରରେ 117 ଜଣଙ୍କ ନାୟିକ ହେପାଜତରେ ମୃତ୍ୟୁ ହୋଇଛି ।

ତେବେ ପୋଲିସ ହେପାଜତରେ ଗୁଜୁରାଟର 15ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ 11 ଜଣ ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ 8 ଜଣ ଲେଖାଏଁ, କର୍ଣ୍ଣାଟକ ଓ ଓଡିଶାରେ ଦୁଇ ଦୁଇ ଜଣଙ୍କ ପୋଲିସ ହେପାଜତରେ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details