ଓଡିଶା

odisha

By

Published : Sep 6, 2022, 10:04 PM IST

ETV Bharat / bharat

CUET, NEET ଓ JEE ର ମିଶ୍ରଣ ନେଇ ନାହିଁ କୌଣସି ଯୋଜନା: କେନ୍ଦ୍ର ଶିକ୍ଷାମନ୍ତ୍ରୀ

CUET, NEET ଓ JEE ମିଶ୍ରଣ ନେଇ କୌଣସି ଯୋଜନା ନାହିଁ। ଅଯଥା ଚିନ୍ତିତ ନହୋଇ ପୂର୍ବ ପରି ପ୍ରସ୍ତୁତି କରିବା ପାଇଁ ଛାତ୍ରାଛାତ୍ରୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union education minister in rajasthan)। କୋଟାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ଥିଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ଅଧିକ ପଢନ୍ତୁ

CUET, NEET ଓ JEE କୁ ମିଶାଇବା ନେଇ ନାହିଁ କୌଣସି ଯୋଜନା: କେନ୍ଦ୍ର ଶିକ୍ଷାମନ୍ତ୍ରୀ
CUET, NEET ଓ JEE କୁ ମିଶାଇବା ନେଇ ନାହିଁ କୌଣସି ଯୋଜନା: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ/ଜୟପୁର:ମେଡିକାଲ ପ୍ରବେଶିକା ପରୀକ୍ଷା (NEET),ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (JEE main) ଓ ସାଧାରଣ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା(CUET)କୁ ମିଶାଇ ଏକକ ପ୍ରବେଶିକା କରିବା ନେଇ କେନ୍ଦ୍ର ସରକାରଙ୍କ କୌଣସି ନିଷ୍ପତ୍ତି ନାହିଁ । ଆଜି ରାଜସ୍ଥାନର କୋଟାରେ ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ବେଳେ ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union education minister on common entrance test)।

CUET, NEET ଓ JEE କୁ ମିଶାଇବା ନେଇ ନାହିଁ କୌଣସି ଯୋଜନା: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଆଜି (ମଙ୍ଗଳବାର) ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟା ଗସ୍ତ କରିଥିବା ବେଳେ ସେଠାରେ ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ଦେଶର ବିଭିନ୍ନ କୋଣରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ଛାତ୍ରଛାତ୍ରୀ କରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର । ଧର୍ମେନ୍ଦ୍ର କହିଥିଲେ, ଏହି 3 ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷାକୁ ମିଶ୍ରଣକୁ ନେଇ ବିଭିନ୍ନ ସମୟରେ ଖବର ପ୍ରସାରିତ ହେଉଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦରେ ପଡୁଛନ୍ତି । ତେଣୁ ଏବେ ସେପରି କିଛି ଦ୍ବନ୍ଦ ନରଖି ସେମାନେ ନିର୍ଦ୍ଦିଷ୍ଟ ଯେଉଁ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଛନ୍ତି, ତାହା ପୂର୍ବ ପରି ଜାରି ରଖନ୍ତୁ (Dharmendra Pradhan on JEE Exam)।

ଏହି 3 ପାଠ୍ୟକ୍ରମର ମିଶ୍ରଣ ନେଇ କେନ୍ଦ୍ର ସରକାର କୌଣସି ଯୋଜନା ରଖିନାହାନ୍ତି । ଆସନ୍ତା ବର୍ଷ ସେପରି କିଛି ମିଶ୍ରଣ ହେବାର କାର୍ଯ୍ୟକ୍ରମ ନଥିବାରୁ ପୂର୍ବପରି ପିଲାମାନେ ଏକକ ଭାବେ ପ୍ରସ୍ତୁତି କରନ୍ତୁ । ଯଦି ଏପରି କିଛି ସଂସ୍କାର ଆଣିବାକୁ ପଡେ, ତେବେ ସେ ନେଇ ସମୟ ମଧ୍ୟ ଲାଗିବ । ଏହାର ଯଥେଷ୍ଟ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏନେଇ ନୋଟିସ ମାଧ୍ୟମରେ ଦେଶର ଛାତ୍ରଛାତ୍ରୀଙ୍କୁ ଅବଗତ ମଧ୍ୟ କରିବ । ତେଣୁ ବର୍ତ୍ତମାନ ଉକ୍ତ ପ୍ରସଙ୍ଗ ନେଇ ଚିନ୍ତିତ ହେବାର କୌଣସି ଅବସର ନଥିବା ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ତଥା ସ୍ଥାନୀୟ ସାସଂଦ ଓମ ବିର୍ଲା ମଧ୍ୟ ଅଂଶଗ୍ରହଣ କରିଥିଲେ । ରାଜସ୍ଥାନର କୋଟା ବର୍ତ୍ତମାନ ସମୟରେ ଦେଶର ଛାତ୍ରଛାତ୍ରୀଙ୍କ କୋଚିଂ ପାଇଁ ପ୍ରଥମ ପସନ୍ଦର ସ୍ଥାନ ଭାବେ ପରିଣତ ହୋଇଛି । ଦେଶବ୍ୟାପୀ ଛାତ୍ରଛାତ୍ରୀ ମେଡିକାଲ ଓ ଇଞ୍ଜିନିୟରିଂ ପାଠପଢା ପାଇଁ ଆବଶ୍ୟକ ହେଉଥିବା ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଁ କୋଟାରେ କୋଚିଂ ନେବାକୁ ପସନ୍ଦ କରୁଛନ୍ତି । ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଚସ୍ପତି ଓମ ବିର୍ଲା ପିଲାଙ୍କ ସହ ସିଧା ସମ୍ବାଦ ମଧ୍ୟ କରିଥିଲେ । ପିଲାମାନେ ସେମାନଙ୍କ ପ୍ରଶ୍ନ ରଖିଥିବା ବେଳେ ଶିକ୍ଷାମନ୍ତ୍ରୀ ମେମାନଙ୍କ ସନ୍ଦେହ ଦୂର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details