ନୂଆଦିଲ୍ଲୀ: ମହାମାରୀ କୋରୋନାର ଦ୍ବିତୀୟ ଲହରୀ ମଧ୍ୟରେ ନୂଆ ଭ୍ୟାରିଏଣ୍ଟ RT-PCR ଟେଷ୍ଟରେ ଧରାପଡୁନଥିବା ସାମ୍ନାକୁ ଆସୁଛି ଖବର । ଏନେଇ ରୋଗୀଙ୍କୁ କରିବାକୁ ପଡୁଛି ସିଟିସ୍କାନ । ହେଲେ କୋରୋନା ଯାଞ୍ଚ ପାଇଁ ସିଟି ସ୍କାନ କେତେ ବିପଦଜନକ ?
ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ କହିବାନୁଯାୟୀ, ଯଦି କୋରୋନାର ସାମାନ୍ୟ ଲକ୍ଷଣ ରହିଛି, ତାହେଲେ ସିଟିସ୍କାନ କରିବାର କୌଣସି ଆବଶ୍ୟକତା ନାହିଁ । ସିଟିସ୍କାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କହିଛନ୍ତି ଡାକ୍ତର ଗୁଲେରିଆ ।