ଲକ୍ଷ୍ନୌ: ଆଜି ଯୋଗୀ ଆଦିତ୍ୟନାଥ ଦ୍ବିତୀୟ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବାବେଳେ ଆଜି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ବସିଥିବା ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ଦ୍ବିତୀୟ ଥର ପାଇଁ ନେତା ନିର୍ବାଚିତ କରାଯାଇଛି । ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଯାଉଥିବା ଯୋଗୀ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ମଧ୍ୟ ଜଣାଇଛନ୍ତି ।
ନେତା ନିର୍ବାଚିତ ହେବା ପରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରଯାଇଥିବାରୁ ଦଳକୁ ଧନ୍ୟବାଦ ଜଣାଇଛନ୍ତି ଯୋଗୀ । ୨୦୧୭ରେ ସେ ଜଣେ ସାଧାରଣ ସାଂସଦ ଥିବାବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ମିଳିଥିଲା । ସେତେବେଳେ ତାଙ୍କର କୌଣସି ପ୍ରଶାସନିକ ଅଭିଜ୍ଞତା ନଥିବାବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ମାର୍ଗଦର୍ଶନ କରାଇଥିଲେ ବୋଲି ଯୋଗୀ ତାଙ୍କ ସମ୍ବୋଧନରେ କହିଥିଲେ ।