ଓଡିଶା

odisha

ETV Bharat / bharat

ଟାର୍ଗେଟ କିଲିଂ ପରେ ବଢିଲା ସୁରକ୍ଷା: ଘାଟିକୁ ଯିବେ ଅତିରିକ୍ତ 18 କମ୍ପାନୀ CRPF ଫୋର୍ସ

କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ 6 ସାଧାରଣ ଲୋକଙ୍କ ମୃତ୍ୟୁ ପରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଅତିରିକ୍ତ 18କମ୍ପାନୀ ଫୋର୍ସ ପଠାଇବ CRPF (CRPF to send additional 18 companies to jk) । ପୁଞ୍ଚ ଓ ରଜୌରୀ ପରି ଆତଙ୍କବାଦ ପ୍ରବଣ ସ୍ଥାନରେ ହେବେ ମୁତୟନ । ଅଧିକ ପଢନ୍ତୁ

କାଶ୍ମୀରକୁ ଅତିରିକ୍ତ ବଳ
କାଶ୍ମୀରକୁ ଅତିରିକ୍ତ ବଳ

By

Published : Jan 4, 2023, 8:43 PM IST

ହାଇଦ୍ରାବାଦ:ଘାଟିକୁ ଯିବେ ଅତିରିକ୍ତ ଅର୍ଦ୍ଧ ସାମରିକ ବଳ । ଘାଟିରେ ନିକଟରେ ଏକାଧିକ ଆତଙ୍କବାଦୀ ଆକ୍ରମଣରେ 6 ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସୁରକ୍ଷା ବ୍ୟବସ୍ଥା ବଢିବାକୁ ଯାଉଛି । କେନ୍ଦ୍ରୀୟ ରିସର୍ଭ ପୋଲିସ ଫୋର୍ସ (CRPF)ର ଅତିରିକ୍ତ 18କମ୍ପାନୀ ଫୋର୍ସ ଘାଟିକୁ ପଠାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (CRPF to send additional 18 companies to jk) ନିଷ୍ପତ୍ତି ନେଇଛି ।

ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଏହି ଯବାନମାନେ ମୁତୟନ ହେବା ସହ ଆତଙ୍କବାଦ ନିରୋଧ ଅପରେସନକୁ ମଧ୍ୟ ବ୍ୟାପକ କରାଯିବ । ଏହି ଅତିରିକ୍ତ 18 କମ୍ପାନୀରେ 18ଶହ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ଯବାନ ରହିଛନ୍ତି (CRPF to send additional 18 companies to jk)। ପୁଞ୍ଚ, ରଜୌରୀ ପରି କ୍ଷେତ୍ରରେ ଆତଙ୍କବାଦୀ ଆକ୍ରମଣର ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାରୁ ଏହି ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ:-4 Civilians killed in Rajouri: ଘଟଣାସ୍ଥଳ ପରିଦର୍ଶନ କଲେ ଉପରାଜ୍ୟପାଳ

ଗତ ଦୁଇ ତାରିଖରେ ରଜୌରୀ ଆତଙ୍କବାଦୀ ଆକ୍ରମଣ ସ୍ଥାନ ପରିଦର୍ଶନ କରିଥିଲେ ଉପରାଜ୍ୟପାଳ ମନୋଜ ସିହ୍ନା (4 civilians killed in Rajouri)। ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ସୁରକ୍ଷା ବନ୍ଦୋବସ୍ତ ନିଶ୍ଚିତ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ବାସନା ଦେଇଥିଲେ । ସେହିପରି ମୃତକଙ୍କ ପରିବାର ସଦସ୍ୟଙ୍କୁ ସାନ୍ତ୍ବନା ଦେବା ସହ ଆତଙ୍କୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତିଶୃତି ମଧ୍ୟ ଦେଇଥିଲେ ଉପରାଜ୍ୟପାଳ ସିହ୍ନା ।

ନୂଆବର୍ଷରେ ଜମ୍ମୁ କାଶ୍ମୀରର ରଜୌରୀରେ ଆତଙ୍କବାଦୀଙ୍କ ଦ୍ବାରା ଆଇଡି ବିସ୍ଫୋରଣ ୪ଜଣ ପ୍ରାଣ ହରାଇଥିଲେ । ପରେ ଅନ୍ୟ ଏକ ବିସ୍ଫୋରଣରେ ଆଉ ଦୁଇଜଣଙ୍କୁ ମିଶାଇ ମୋଟ 6ଜଣଙ୍କ ପ୍ରାଣହାନୀ ଘଟିଥିଲା । ଯହାକୁ ନେଇ ଘାଟିରେ ସାଧାରଣ ଲୋକଙ୍କ ମନରେ ଭୟ ସଞ୍ଚାର ହେବା ସହ ସେମାନେ ସୁରକ୍ଷା ଦାବିରେ ପ୍ରତିବାଦ ମଧ୍ୟ କରିଥିଲେ । ମୃତକଙ୍କ ପରିବାର ସଦସ୍ୟମାନେ ମଧ୍ୟ ମୃତଦେହ ଗ୍ରହଣ ନକରି ଧାରଣାରେ ବସିଥିଲେ । ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ସହ ପରିବାର ଜଣେ ସଦସ୍ୟଙ୍କୁ ଚାକିରି ଓ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହେବା ସହ ମୃତଦେହ ସଂସ୍କାର ହୋଇଥିଲା ।

ଏବେ ଘଟଣା ପରେ ସରକାର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର 18 କମ୍ପାନୀ ଫୋର୍ସ ଘାଟିର ବିଭିନ୍ନ ସ୍ଥାନରେ ମୁତୟନ ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details