ଓଡିଶା

odisha

ETV Bharat / bharat

ସହି ହେଲାନି ବରିଷ୍ଠ ଅଧିକାରୀଙ୍କ ଚାପ, ନିଜକୁ ଗୁଳି କଲେ ସିଆରପିଏଫ ଯବାନ - ସିଆରପିଏଫ ଯବାନ ଆତ୍ମହତ୍ୟା

ନିଜକୁ ନିଜେ ଗୁଳି କଲେ ଯବାନ । ଯବାନଙ୍କ ଏଭଳି ଏକ ପଦକ୍ଷେପ ପଛର କାରଣ ଜାଣିବା ପାଇଁ ତନାଘନା ଆରମ୍ଭ କରିଛି ପୋଲିସ । ଅଧିକ ପଢ଼ନ୍ତୁ

CRPF ଯବାନଙ୍କ ଚରମ ନିଷ୍ପତ୍ତି
CRPF ଯବାନଙ୍କ ଚରମ ନିଷ୍ପତ୍ତି

By ETV Bharat Odisha Team

Published : Sep 3, 2023, 5:31 PM IST

Updated : Sep 4, 2023, 6:46 AM IST

ଶ୍ରୀନଗର: ଚରମ ନିଷ୍ପତ୍ତି ନେଲେ CRPF ଯବାନ । ନିଜକୁ ନିଜେ ଗୁଳିକରି ଜୀବନ ହାରିଛନ୍ତି । ତେବେ ଯବାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଯବାନଙ୍କ ମୃତ୍ୟୁର ପଛର କାରଣ ଜାଣିବା ପାଇଁ ତନାଘନା ଆରମ୍ଭ କରିଛି ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜମ୍ମୁ ଓ କାଶ୍ମୀରର ରାମବାନ ଜିଲ୍ଲାରେ ।

ସୂଚନା ଅନୁସାରେ, ବିହାର ବକ୍ସର ଜିଲ୍ଲାର ମୂଳ ବାସିନ୍ଦା ଅନୂପ ଯାଦବଙ୍କ ପୁଅ ବଶିତ ନାରାୟଣ ଯାଦବ CRPF ଯବାନ ଭାବରେ କାର୍ଯ୍ୟରତ ଥିଲେ। ବଶିତ ଜମ୍ମୁ କାଶ୍ମୀର ଜାତୀୟ ରାଜପଥ ନିକଟରେ ଥିବା ବନିହାଲ ଟନେଲ ନିକଟରେ ଡ୍ୟୁଟି କରୁଥିଲେ। ତେବେ ଶନିବାର ରାତି ପ୍ରାୟ 11.45 ସମୟରେ ଡ୍ୟୁଟିରେ ଥିବା ସମୟରେ ନିଜ ସର୍ଭିସ ରାଇଫଲରେ ନିଜକୁ ଗୁଳି କରିଥିଲେ ଯବାନ।

ଏହା ମଧ୍ୟ ପଢ଼ନ୍ତୁ.....ସର୍ଭିସ୍‌ ରାଇଫଲରୁ ନିଜକୁ ଗୁଳି କଲେ CISF ଯବାନ !

ଘଟଣା ସମ୍ପର୍କରେ ଜଣା ପଡିବା ପରେ ବନିହାଲ ପୋଲିସ ଷ୍ଟେସନରେ IPC ଧାରା 174 ଆଧାରରେ ଯାଞ୍ଚ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ସେପଟେ ଯବାନ ଜଣଙ୍କ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ ଜଣା ପଡ଼ିନଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ଅଧିକାରୀମାନେ ସୂଚନା ଦେଇଛି।

ପୂର୍ବରୁ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୁତୟନ ଥିବା ଜଣେ CISF ଯବାନ ନିଜ ସର୍ଭସ ରାଇଫଲରୁ ନିଜ ଉପରକୁ ଗୁଳି ଚଳାଇ ପ୍ରାଣ ହାରିଥିଲେ । ତେବେ ଯବାନ ଜଣଙ୍କ ନାମ ଜିତେନ୍ଦ୍ର କୁମାର ବୋଲି ଜଣା ପଡ଼ିଥିଲା। ସେ ଡ୍ୟୁଟିରେ ଥିବା ବେଳେ ଏକ ଶୌଚାଳୟରୁ ତାଙ୍କର ରକ୍ତାକ୍ତ ମୃତଦେହ ଠାବ କରାଯାଇଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ଯବାନ ଜଣଙ୍କ ନିଜ ସର୍ଭିସ ରାଇଫଲରୁ ନିଜକୁ ଗୁଳି ଚଳାଇଥିବା ସନ୍ଦେହ କରାଯାଇଥିଲା।

ସେହିପରି ଗତବର୍ଷ କମିଶନରେଟ ପୋଲିସର SSB ବାଟାଲିୟନର ଜଣେ ଯବାନ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ କଟକ ବଡ଼ ମେଜିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମୃତ ଯବାନ ଜଣଙ୍କ ଥିଲେ ଢ଼େଙ୍କାନାଳ ଜିଲ୍ଲା ନରସିଂହପୁରର ସୁବାଶିଷ ସେଠୀ । ତେବେ ସୁବାଶିଷ 2010 ମସିହାରେ SSB ବାଟାଲିୟନରେ ଯୋଗ ଦେଇଥିଲେ। ନିଜର ଅସୁସ୍ଥତା କାରଣରୁ ସେ ମାସେ ପାଇଁ ଛୁଟିରେ ଘରକୁ ଆସିଥିଲେ। ତେବେ ପରେ କାର୍ଯ୍ୟରେ ଯୋଗ ଦେବାକୁ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ବିଭିନ୍ନ ପ୍ରମାଣପତ୍ର ମଗାଯାଇଥିଲା। ସେପଟେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଦ୍ବାରା ମାନସିକ ଚାପର ବଶବର୍ତ୍ତୀ ହୋଇ ଯବାନ ଜଣଙ୍କ ଜୀବନ ହାରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

Last Updated : Sep 4, 2023, 6:46 AM IST

ABOUT THE AUTHOR

...view details