ଓଡିଶା

odisha

ETV Bharat / bharat

କୁଲଗାମ୍‌ରେ ଅଟୋକୁ ଧକ୍କା ଦେଲା ସେନା ଗାଡ଼ି, ୯ ଆହତ - କୁଲଗାମ୍‌ରେ ସେନାଗାଡି ଦୁର୍ଘଟଣାଗ୍ରସ୍ତ

ଅଟୋକୁ ଧକ୍କା ଦେଇ ଓଲଟି ପଡ଼ିଲା ସେନାଗାଡ଼ି । ଫଳରେ ୮ ଜଣ CRPF ଯବାନଙ୍କ ସହ ଅଟୋଚାଳକ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

କୁଲଗାମ୍‌ରେ ଅଟୋକୁ ଧକ୍କା ଦେଲା ସେନା ଗାଡ଼ି, ୯ ଆହତ
କୁଲଗାମ୍‌ରେ ଅଟୋକୁ ଧକ୍କା ଦେଲା ସେନା ଗାଡ଼ି, ୯ ଆହତ

By

Published : Jun 16, 2022, 7:51 PM IST

ଶ୍ରୀନଗର: ଅଟୋକୁ ଧକ୍କା ଦେଇ ଓଲଟି ପଡ଼ିଲା ସେନାଗାଡ଼ି । ଫଳରେ ୮ ଜଣ CRPF ଯବାନଙ୍କ ସହ ଅଟୋଚାଳକ ଆହତ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲା ଚୋଗଲପୁରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।

ଆହତ ଯବାନ ହେଉଛନ୍ତି ସୁରିନ୍ଦର ସିଂହ, କେ. ସତ୍ୟ, କେ ମହା, ରକିବୁଲ୍‌ ଇସ୍‌ଲାମ୍‌, ରାଜେନ୍ଦର, ସି ରାମକ୍ରୀଷ୍ଣା, ମାଶ୍ରମ ଅରବିନ୍ଦ ଓ ଏ ରଜନୀ । ଅଟୋ ଚାଳକ ମହମ୍ମଦ ଆକବର୍‌ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛି । ଅଟୋକୁ ଧକ୍କା ଦେବାପରେ ଓଲଟି ପଡ଼ିଥିଲା ଯବାନଙ୍କ ବସ୍‌ । ଫଳରେ ମୋଟ ୯ ଜଣ ଆହତ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସମସ୍ତ ଯବାନଙ୍କ ସହ ଅଟୋ ଚାଳକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details