ଶ୍ରୀନଗର:କୁପୱାଡା ହଣ୍ଡୱାରା ଜିଲ୍ଲାରେ ସିଆରପିଏଫଙ୍କ ଉପରେ ଗ୍ରେନେଡ ମାଡ କରିଛନ୍ତି ଆତଙ୍କବାଦୀ । ଫଳରେ ସିଆରପିଏଫ ଯବାନ ଆହତ ହୋଇଛନ୍ତି ।
ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହା ପୂର୍ବରୁ ରବିବାର ଶ୍ରୀନଗର ଜିଲ୍ଲା ଶାନ୍ତାନଗର ଅଞ୍ଚଳରେ ସିଆରପିଏଫକୁ ଗ୍ରେନେଡ ମାଡ କରିଥିଲେ ଆତଙ୍କୀ । ଏଥିରେ ସିଆରପିଏଫ ଯବାନ ଆହତ ହୋଇଥିଲେ ।
ସୀମାରେ ବାରମ୍ବାର ଆତଙ୍କ ଖେଳାଇ ଚାଲିଛନ୍ତି ଆତଙ୍କବାଦୀ । ଏହା ପୂର୍ବରୁ ବାରମୁଲ୍ଲା ଜିଲ୍ଲା ସୋପରର ଏସବିଆଇ ବ୍ୟାଙ୍କ ନିକଟରେ ସୁରକ୍ଷାବାହିନୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଲଗାତାର କିଛି ଦିନ ହେବ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବନ୍ଧୁକ ଯୁଦ୍ଧ ଲାଗି ରହିଛି ।