ଶ୍ରୀନଗର:ନିୟମିତ ଆତଙ୍କବାଦୀ ନିରୋଧି ଅପରେସନ ସତ୍ତ୍ବେ ମଧ୍ୟ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ରୋକ ଲାଗୁନାହିଁ । ଆଜି ଦକ୍ଷିଣ କାଶ୍ମୀରରେ ଥିବା ଏକ CRPF ଯବାନଙ୍କ ଏକ କ୍ୟାମ୍ପକୁ ଗ୍ରେନେଡରେ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନଙ୍କ ସମେତ ଦୁଇ ଜଣ ସାଧାରଣ ନାଗିରକ ମଧ୍ୟ ଆହତ (CRPF jawan injured in grenade attack) ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ସାମାନ୍ୟ ଧରଣର ଆଘାତ ଲାଗିଛି ଓ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, CRPF ଯବାନଙ୍କ ସମେତ 3 ଆହତ
କାଶ୍ମୀରରେ ପୁଣି ସେନାକ୍ୟାମ୍ପକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ । CRPF ଯବାନଙ୍କ ସମେତ 3 ଆହତ । ସର୍ଚ୍ଚ ଅପରେସନ ଆରମ୍ଭ । ଅଧିକ ପଢନ୍ତୁ
କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, CRPF ଯବାନଙ୍କ ସମେତ 3 ଆହତ
ଦକ୍ଷିଣ କାଶ୍ମୀରର ସଙ୍ଗମରେ ଥିବା 136 BN CRPF ବଙ୍କରକୁ ଗ୍ରେନେଡ ମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଆତଙ୍କବାଦୀ (grenade attack in south Kashmir Anantnag)। ଆହତ ଦୁଇ ସାଧାରଣ ଜନତା ସ୍ଥାନୀୟ ନିବାସୀ ବୋଲି ପୋଲିସ କହିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରିଛି ସୁରକ୍ଷାବଳ । ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ