ଦିଲ୍ଲୀ: ଦିଲ୍ଲୀକୁ ଫେରିଲା ଲକଡାଉନ । ଆଜିଠୁ ଆସନ୍ତା 6 ଦିନ ପାଇଁ ବନ୍ଦ ରହିବ ଦେଶର ରାଜଧାନୀ ଦିଲ୍ଲୀ । ଏନେଇ ଆଜି ମଧ୍ୟାହ୍ନ 12ଟା ସମୟରେ ଘୋଷଣା କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀକୁ ଲକଡାଉନ ଫେରିବା ପରେ ବଢିଛି ଦାଦନ ଶ୍ରମିକଙ୍କ ଦୁଃଖ । ଏବେ ନିଜ ଘର ମୁହାଁ ହେବାକୁ ଅଣ୍ଟା ଭିଡିଲେଣି ଦାଦନ ଶ୍ରମିକ ।
ଘରମୁହାଁ ଦାଦନ, ଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲରେ ପ୍ରବଳ ଭିଡ - lockdown
ଦିଲ୍ଲୀକୁ ଲକଡାଉନ ଫେରିବା ପରେ ଘର ମୁହାଁ ହୋଇଛନ୍ତି ଦାଦନ । ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରେ ଏକାଠି ହେଲେଣି ଶହଶହ ଦାଦନ ଶ୍ରମିକ । ଅଧିକ ପଢନ୍ତୁ...
ଘର ମୁହାଁ ଦାଦନ ଶ୍ରମିକ, ଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲରେ ପ୍ରବଳ ଭିଡ
ଏନେଇ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରେ ଏକାଠି ହେଲେଣି ଶହ ଶହ ଦାଦନ ଶ୍ରମିକ । ବାହାର ରାଜ୍ୟରୁ ଆସି ଦିଲ୍ଲୀରେ କାମ କରୁଥିଲେ ଏହି ପ୍ରବାସୀ ଶ୍ରମିକ । ନେପାଳରୁ ଆସି ଦିଲ୍ଲୀରେ କାମ କରୁଥିବା ଜଣେ ଯୁବକ କହିଛନ୍ତି ଯେ ମୁଁ ଦିଲ୍ଲୀରେ କାମ କରେ କିନ୍ତୁ ମୋ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ତେଣୁ ଏଠାରେ ବସିବା ଅପେକ୍ଷା ଘରକୁ ଫେରିବା ଭଲ । ଦିଲ୍ଲୀକୁ ଲକଡାଉନ ଫେରିବା ପରେ ଏବେ ବଢିଛି ଦାଦନ ଶ୍ରମିକଙ୍କ ଦୁଃଖ ।
@ANI