ଓଡିଶା

odisha

ETV Bharat / bharat

Cross Border Love Story: ବନ୍ଧୁଙ୍କୁ ଭେଟିବାକୁ ବାଂଲାଦେଶରୁ ଭାରତ ଆସିଲେ ମହିଳା - ବାଂଲାଦେଶ ମହିଳାଙ୍କ ରାଜସ୍ଥାନ ଗସ୍ତ

ପୁଣି ପ୍ରେମ ପାଇଁ ସୀମା ପାର ହୋଇଥିବା ଆଉ ଏକ ଘଟଣା ସାମ୍ନାକୁ ଆସିଛି । କୋଲକାତା ଦିଲ୍ଲୀ ଦେଇ ରାଜସ୍ଥାନର ବିକାନେରରେ ପହଞ୍ଚିଛନ୍ତି ଜଣେ ବାଂଲାଦେଶ ମହିଳା ହବିବା ଉମ୍ମି । ଭିସା ଶେଷ ନ ହେବା ଯାଏ ସେ ରାଜସ୍ଥାନରେ ରହିବେ ବୋଲି ଜିଦରେ ଅଡି ବସିଛନ୍ତି । ଅଧିକ ପଢନ୍ତୁ

Another cross border love story
ପୁଣ ଆଉ ଏକ ସୀମା ପାର ପ୍ରେମ କାହାଣୀ

By ETV Bharat Odisha Team

Published : Sep 6, 2023, 10:56 AM IST

ଜୟପୁର(ରାଜସ୍ଥାନ): ପ୍ରଥମେ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଏହା ପରେ ପ୍ରେମକୁ ପାଇବାକୁ ଭାରତରୁ ପାକିସ୍ତାନ ଗସ୍ତ କରିଥିଲା ସୀମା ହାଇଦର ଓ ଅଞ୍ଜୁଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା କମିନାହିଁ । ଏହାରି ଭିତରେ ପୁଣି ଆଉ ଏକ ସୀମା ପାର ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏଥର ପାକିସ୍ତାନ କି ଭାରତ ନୁହେଁ ସୋସିଆଲ ମିଡିଆ ବନ୍ଧୁଙ୍କୁ ଦେଖା କରିବାକୁ ବାଂଲାଦେଶକୁ ଭାରତକୁ ଆସିଛନ୍ତି ଜଣେ ମହିଳା । ସେ ହେଉଛନ୍ତି ହବିବା ଉମ୍ମି । ସୋସିଆଲ ମିଡିଆ ବନ୍ଧୁତାରେ ଦିୱାନା ହୋଇ ବନ୍ଧୁଙ୍କୁ ଭେଟିବାକୁ ବାଂଲାଦେଶରୁ କୋଲକାତା ଓ ଦିଲ୍ଲୀ ଦେଇ ରାଜସ୍ଥାନର ବିକାନେରରେ ପହଞ୍ଚିଛନ୍ତି ହବିବା । ଭିସା ସମୟ ସୀମା ନ ସରିବା ଯାଏ ସେ ରାଜସ୍ଥାନରେ ରହିବାକୁ ଅଡି ବସିଛନ୍ତି ।

ପୁଣ ଆଉ ଏକ ସୀମା ପାର ପ୍ରେମ କାହାଣୀ

ରୋଶନ ନାମକ ଯୁବକଙ୍କ ସହ ସୋସିଆଲ ମିଡିଆରେ ହବିବାଙ୍କର ବନ୍ଧୁତା ହୋଇଥିଲା । ତାଙ୍କୁ ଭେଟିବାକୁ କୋଲକାତା ଓ ଦିଲ୍ଲୀ ଦେଇ ରାଜସ୍ଥାନର ବିକାନେରରେ ପହଞ୍ଚିଛନ୍ତି । ରୋଶନଙ୍କ ମାଆ କହିଛନ୍ତି, '' ହବିବା ଦୁଇ ଦିନ ତଳେ ତାଙ୍କ ଘରେ ପହଞ୍ଚିଛନ୍ତି । ସେ କେବେ ବି ହବିବାଙ୍କୁ ଗ୍ରହଣ କରିବେ ନାହିଁ । ତାଙ୍କ ପୁଅ 2 ବର୍ଷ ହେବ ବିବାହ କରିଛି ଏବଂ ତାର ସାତ ମାସର ସନ୍ତାନ ଅଛି । ହବିବାଙ୍କୁ ବାଂଲାଦେଶ ଫେରିଯିବା ନେଇ ପ୍ରଶାସନ ଓ ଗଣମାଧ୍ୟମର ସାହାଯ୍ୟ ଦରକାର ।''

ହବିବା ଦୁଇ ତଳେ ରୋଶନଙ୍କ ଘରେ ପହଞ୍ଚିଥିଲେ । ଅନୁପଗଡ ଜିଲ୍ଲା ରାୱଲା ମଣ୍ଡି ଗାଁର ରୋଶନଙ୍କ ଘର ଯାହାଙ୍କ ଘରକୁ ଆସିଛନ୍ତି ହବିବା । ଏନେଇ ଜଣେ ପଡୋଶୀ ପୋଲିସକୁ ଜଣାଇଥିଲେ । ଏହାପରେ ପୋଲିସ ହବିବା ଓ ରୋଶନକୁ ଥାନାରେ ହାଜର ହେବାକୁ ନୋଟିସ କରିଥିଲା । ଉଭୟ ଥାନାରେ ହାଜର ହେବା ପରେ ତାଙ୍କୁ ପଚରାଉଚରା କରାଯାଇଥିଲା । ତଦନ୍ତ ସମୟରେ କୋଲକତା ଓ ଦିଲ୍ଲୀ ଦେଇ ବିକାନେରରେ ପହଞ୍ଚିଥିବା ହବିବା କହିଛନ୍ତି ।

ରୋଶନଙ୍କ ଭଉଣୀ କହିଛନ୍ତି, ହବିବାଙ୍କ ପାଖରେ ପର୍ଯ୍ୟଟନ ଭିସା ଅଛି । ତାଙ୍କୁ ବାଂଲାଦେଶ ଫେରିଯିବାକୁ କୁହାଯିବାରୁ ଯେ ପର୍ଯ୍ୟନ୍ତ ତାଙ୍କ ଭିସା ସମୟ ନ ସରିଛି ସେ ରାଜସ୍ଥାନରେ ରହିବେ ବୋଲି କହିଛନ୍ତି । ସେ ଯଦି ଫେରିଯାଆନ୍ତି ତେବେ ତାଙ୍କର ଅପମାନ ହେବ ବୋଲି ହବିବା କହିଥିବା କହିଛନ୍ତି ରୋଶନଙ୍କ ଭଉଣୀ ।

ଏହା ବି ପଢନ୍ତୁ...Social Media friendship: ପ୍ରେମ ପାଇଁ ପାର୍‌ କଲେ ସୀମା, ସ୍ବାମୀଙ୍କୁ ବୁଲି ଯାଉଛି କହି ପାକିସ୍ତାନରେ ସ୍ତ୍ରୀ

ଏହା ବି ପଢନ୍ତୁ...ସୀମା ହାଇଦରକୁ ଏହି ୧୩ଟି ପ୍ରଶ୍ନ ପଚାରିଲା ଏଟିଏସ: ଉତ୍ତର ଶୁଣି ଆଶ୍ଚର୍ଯ୍ୟ ଅଫିସର

ରୱାଲା ପୋଲିସ ଷ୍ଟେସନ ଅଫିସର ରମେଶ କୁମାର କହିଛନ୍ତି, '' ହବିବାଙ୍କ ପାଖରେ ପର୍ଯ୍ୟଟନ ଭିସା ରହିଛି । ଏହା ସହିତ ତାଙ୍କ ପାଖରୁ ବାଂଲାଦେଶୀ ମୁ୍ଦ୍ରା ମଧ୍ୟ ଉଦ୍ଧାର ହୋଇଛି । ଏ ମାମଲାରେ ଅଧିକ କିଛି କୁହାଯାଇପାରିବ ନାହିଁ । ତଦନ୍ତ ପରେ ହିଁ ଘଟଣା ପଛର ସତ ସ୍ପଷ୍ଟ ହେବ । ନିକଟରେ ସୀମା ହାଇଦର ଯିଏକି ଜଣେ ପାକିସ୍ତାନୀ ମହିଳା ନେପାଳ ଦେଇ ଭାରତକୁ ତାଙ୍କ ପ୍ରେମକୁ ପାଇବାକୁ ଆସିଥିଲେ ଏହି ମାମଲା ଚର୍ଚ୍ଚା ଜୋର ଧରିଥିବା ବେଳେ ଜଣେ ଭାରତୀୟ ମହିଳା ଅଞ୍ଜୁ ତାଙ୍କ ସନ୍ତାନଙ୍କୁ ଛାଡି ପ୍ରେମ ପାଇଁ ପାକିସ୍ତାନ ଛାଡି ଚାଲିଯାଇଥିଲେ । ଏହି ଦୁଇ ଘଟଣା ପରେ ହବିବାଙ୍କର ସୀମା ପାର ପ୍ରେମ କାହାଣୀ ସାମ୍ନାକୁ ଆସିଛି ।

ABOUT THE AUTHOR

...view details