ଓଡିଶା

odisha

ETV Bharat / bharat

Assam Tea Industry Crisis: ଲୋପ ପାଇଯିବ କି ଚା' ଚାଷ ? 5 ବର୍ଷରେ ବିକ୍ରି ହେଲାଣି 68ଟି ବଗିଚା - assam facing economic crisis

ଚା' ଉତ୍ପାଦନ ଦିଗରେ ଅନ୍ତର୍ଜାତୀୟ ସ୍ତରରେ ଆସାମ ଖ୍ୟାତି ଅର୍ଜନ କରିଥିବା ଆସାମକୁ ଏବେ କ୍ଷତି ସହିବାକୁ ପଡୁଛି । କାରଣ 5 ବର୍ଷରେ 68ଟି ଚା' ବଗିଚା ବିକ୍ରି ହୋଇଛି । ଅଧିକ ପଢନ୍ତୁ

Crisis in Assam Tea Industry
ଆସାମର ଚା' ଶିଳ୍ପ ଅସୁରକ୍ଷିତ

By ETV Bharat Odisha Team

Published : Aug 31, 2023, 7:43 PM IST

ଗୌହ୍ବାଟୀ: ଆସାମରେ ସଙ୍କଟ ଦେଇ ଗତି କରୁଛି ଚା' ବ୍ୟବସାୟ। ଫଳରେ 5 ବର୍ଷରେ 68ଟି ଚା' ବଗିଚା ବିକ୍ରି ହୋଇଥିବା ଜଣାପଡ଼ିଛି। ଭାରତୀୟ ଅର୍ଥନୀତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ଆସାମର ଚା' ଶିଳ୍ପ ଅସୁରକ୍ଷିତ ହୋଇପଡିଛି । ସମଗ୍ର ଦେଶରେ ବ୍ୟବହାର ହେଉଥିବା ମୋଟ ଚା’ର 52 ପ୍ରତିଶତ କେବଳ ଆସାମରେ ଉତ୍ପାଦିତ ହୁଏ । କିନ୍ତୁ ବର୍ତ୍ତମାନ ଏଠାରେ ଥିବା ଚା' ଶିଳ୍ପ ପ୍ରତି ବିପଦ ଘନେଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଚା' ଉତ୍ପାଦନକାରୀ ।

ଆସାମର ଚା' ଶିଳ୍ପ ଅସୁରକ୍ଷିତ

ତେବେ କୁହାଯାଉଛି ଯେ, ଭାରତୀୟ ପୁଞ୍ଜି ନିବେଶକାରୀମାନେ ଅନ୍ୟ ବାଣିଜ୍ୟରେ ପୁଞ୍ଜିନିବେଶ କରୁଥିବାବେଳେ ଚା' ଉପରେ ସେତେଟା ଗୁରୁତ୍ବ ଦେଉନାହାନ୍ତି । ଯାହାକି ଚା' ବ୍ୟବସାୟକୁ ସଙ୍କଟ ଘେରକୁ ଆଣିଛି । ଖାଲି ସେତିକି ନୁହେଁ, କେତେକ ପୁଞ୍ଜିପତି ଋଣଭାର ସୁଝିବା ପାଇଁ ଚା' ବଗିଚା ବନ୍ଧକ ରଖିବା ସହ ପରବର୍ତ୍ତୀ ସମୟରେ ତାହାକୁ ବିକ୍ରି କରୁଛନ୍ତି । ଯାହାକୁ ନେଇ ଆସାମର ଚା' କର୍ମଚାରୀ ସଂଘ ଚିନ୍ତାରେ ପଡ଼ିଛି । ସୂଚନା ଅନୁସାରେ, 2017ମସିହାରୁ 2022ମସିହା ମଧ୍ୟରେ ପାଖାପାଖି 68ଟି ଚା' ବଗିଚା ବିକ୍ରି କରାଯାଇଛି ।

ଆସାମର ଚା' ଶିଳ୍ପ ଅସୁରକ୍ଷିତ

ଚା' ଉତ୍ପାଦନ ଦିଗରେ ଆସାମ ଖ୍ୟାତି ଅର୍ଜନ କରିଥିବାବେଳେ ବର୍ତ୍ତମାନ ବ୍ୟବସାୟରେ ମାନ୍ଦାବସ୍ଥା ରାଜ୍ୟ ପାଇଁ ବିପଦ ସୃଷ୍ଟି କରିଛି । କାରଣ ରାଜ୍ୟ ଅର୍ଥନୀତିର ମୂଳଦୁଆ ପକାଇଥିବା ଚା ଶିଳ୍ପ ବର୍ତ୍ତମାନ ଏକ ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଆସାମର ଚା ’ କର୍ମଚାରୀ ସଂଘର ଅଭିଯୋଗ ଅନୁଯାୟୀ, "ଅନ୍ୟ ବ୍ୟବସାୟରେ ପୁଞ୍ଜି ବିନିଯୋଗ କରିବା ପାଇଁ ବଗିଚା ବନ୍ଧକ କରି ବ୍ୟାଙ୍କ ଋଣ ନେଇଥିବା ପୁଞ୍ଜିପତି ଚା' ବଗିଚା ବିକ୍ରୟ କରି ଋଣ ପରିଶୋଧ କରିଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ରାଜ୍ୟରେ ଚା' ଶିଳ୍ପ କ୍ଷେତ୍ରରେ ସଙ୍କଟ ଦେଖା ଦେଇଛି।

ଆସାମର ଚା' ଶିଳ୍ପ ଅସୁରକ୍ଷିତ

ଏହା ବି ପଢନ୍ତୁ...ଲୋପ ପାଇଯାଉଛି ପଥର ଶିଳ୍ପ ! ଶିଳ୍ପୀଙ୍କୁ ମିଳୁନି ପ୍ରୋତ୍ସାହନ

ସରକାରୀ ତଥ୍ୟ ଅନୁଯାୟୀ, 2018-19 ଆର୍ଥିକ ବର୍ଷରେ ଆସାମ ଦ୍ୱାରା 15ହଜାର 570 କିଲୋଗ୍ରାମ ଚା'ର ରପ୍ତାନି କରାଯାଇଥିବାବେଳେ ଏହା ରେକର୍ଡ ସୃଷ୍ଟି କରିଥିଲା । ସେହିପରି, 2022-23 ଆର୍ଥିକ ବର୍ଷରେ ଆସାମ ଦ୍ୱାରା ରପ୍ତାନି ହୋଇଥିବା ଚା' ପରିମାଣ ହେଉଛି 12ହଜାର 750 କିଲୋଗ୍ରାମ। ଏହାପରେ ଆସାମରେ 2019-20 ଆର୍ଥିକ ବର୍ଷରେ କେବଳ 10ହଜାର 461 କିଲୋଗ୍ରାମକୁ ରପ୍ତାନିର ପରିମାଣ ଖସିଥିବାବେଳେ 2020-21 ଆର୍ଥିକ ବର୍ଷରେ 8ହଜାର 710 କିଲୋଗ୍ରାମ ଏବଂ 202-22 ଆର୍ଥିକ ବର୍ଷରେ 8ହଜାର 307 କିଲୋଗ୍ରାମ ରପ୍ତାନି ହୋଇଥିଲା ।

ଆସାମର ଚା' ଶିଳ୍ପ ଅସୁରକ୍ଷିତ

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୁଞ୍ଜିପତିଙ୍କ ଏଭଳି ନିଷ୍ପତ୍ତି ପାଇଁ ରୋଜଗାର ହରାଉଛନ୍ତି ଚା ’ବଗିଚାରେ କାମ କରୁଥିବା କର୍ମଚାରୀ। ସେମାନେ ଚା' ଉତ୍ପାଦନ କରି ପେଟ ପୋଷୁଥିବାବେଳେ ବର୍ତ୍ତମାନ ରୋଜଗାର ହରାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଚା' ବଗିଚା ବିକ୍ରୟ କରୁଥିବା ପୁଞ୍ଜିପତିଙ୍କୁ ବଗିଚା ବିକ୍ରୟ କରିବା ପୂର୍ବରୁ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ କର୍ମଚାରୀଙ୍କ ପାଇଁ ଚିନ୍ତା କରିବାର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ ପାଇଛି ।

ଆସାମର ଚା' ଶିଳ୍ପ ଅସୁରକ୍ଷିତ

ABOUT THE AUTHOR

...view details