ଓଡିଶା

odisha

ETV Bharat / bharat

ରାଞ୍ଚିରେ ମହିଳାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ, ପୋଲିସ ଅଧିକାରୀଙ୍କ ବିରୋଧରେ ଆଣିଥିଲେ ଯୌନ ଶୋଷଣ ଅଭିଯୋଗ

2005ରେ ରାଞ୍ଚିର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଆଦିବାସୀ ମହିଳାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ (crime in ranchi) । ଗତକାଲି ଥିଲା ଉକ୍ତ ମାମଲାର ଶୁଣାଣି । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

By

Published : Dec 14, 2022, 11:27 AM IST

Criminals shot Sushma Baraik in Ranchi
Criminals shot Sushma Baraik in Ranchi

ହାଇଦ୍ରାବାଦ: ଝାଡଖଣ୍ଡର ରାଞ୍ଚିରେ ଜଣେ ଆଦାବାସୀ ମହିଳାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ । ଗୁଳିମାଡର ଶିକାର ହୋଇଥିବା ମହିଳା 2005ରେ ଝାଡଖଣ୍ଡ ପୋଲିସ୍ ଆଇଜି ପି.ଏସ ନଟରାଜନଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ସହ ମାମଲା ଦାୟର କରିଥିଲେ । ମହିଳାଙ୍କ ନାମ ସୁଷମା ବାରାଇକ ବୋଲି ଜଣାପଡିଛି (Criminals shot Sushma Baraik in ranchi)। ରାଞ୍ଚି ସହରର ଏକ ବ୍ୟସ୍ତବହୁଳ ଆର୍ଗୋରା ପୋଲିସ ଷ୍ଟେସନ ଅଞ୍ଚଳର ସାହାଜାନନ୍ଦ ଏରିଆରେ ଏହି ଗୁଳିକାଣ୍ଡ ହୋଇଛି । ଏଥିରେ ମହିଳାଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଅନ୍ୟ ଏକ ସୂଚନା ଅନୁସାରେ, ମହିଳାଜଣଙ୍କ ପୋଲିସ ଅଧିକାରୀଙ୍କ ବିରୋଧରେ 2005 ମସିହାରେ ଦାଏର କରିଥିବା ଯୌନ ଶୋଷଣ ମାମଲାର ଶୁଣାଣି ଗତକାଲି (ମଙ୍ଗଳବାର) ହାଇକୋର୍ଟରେ ହେବାର ଥିଲା । ଏହାର କିଛି ଘଣ୍ଟା ପୂର୍ବରୁ ସକାଳେ ତାଙ୍କୁ ସ୍ପଷ୍ଟ ଦିବାଲୋକରେ ରାସ୍ତା ଉପରେ ଗୁଳି କରି ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଛି । ଏପରି ସ୍ଥଳେ ମାମଲା ସହ ଏହି ଗୁଳିକାଣ୍ଡର ସମ୍ପର୍କ ଥିବା ମଧ୍ୟ ସନ୍ଦେହ କରାଯାଉଛି ।

ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ଲଢୁଥିବା ସୁଷମାଙ୍କୁ ମଧ୍ୟ ଜଣେ ଅଙ୍ଗରକ୍ଷୀ ମଧ୍ୟ ଦିଆଯାଇଥିଲା । ହେଲେ ଏହା ସତ୍ତ୍ବେ ମଧ୍ୟ ତାଙ୍କୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହେବାରେ ଅଭିଯୁକ୍ତ ସଫଳ ହୋଇଛନ୍ତି । ଘଟଣା ସମ୍ପର୍କରେ ହାଟିଆ ଡିଏସପି ରାଜା ମିଶ୍ରା କହିଛନ୍ତି, ସୁଷମା ନିଜ ଅଙ୍ଗରକ୍ଷୀଙ୍କ ସହିତ ଏକ ବାଇକରେ ଯାଉଥିଲେ । ଏହି ସମୟରେ ତିନିଜଣ ଅପରାଧୀ ପଛରୁ ଆସି ଗୁଳି ଚଳାଇବା ଆରମ୍ଭ କରିଥିଲେ । ବାଇକ୍ ପଛରେ ବସିଥିବା ସୁଷମାଙ୍କ ଦେହରେ ଏକାଧିକ ଗୁଳି ଲାଗିଥିଲା । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details