ଓଡିଶା

odisha

ETV Bharat / bharat

ଦୁଇପାଦେ ଆଗେଇବ ପୋଲିସ, ଲୋକସଭାରେ ଅପରାଧୀଙ୍କ ବାୟୋମେଟ୍ରିକ ତଥ୍ୟ ସଂଗ୍ରହ ବିଲ ପାସ - ଲୋକସଭାରେ ଅପରାଧିକ ପ୍ରକ୍ରିୟା ବିଲ ପାସ

୧୪ ଦିନରେ ପହଞ୍ଚିଲାଣି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଅପରାଧିକ ପ୍ରକ୍ରିୟା (ଚିହ୍ନଟ) ବିଲ ୨୦୨୨ ଲୋକସଭାରେ ପାସ ହୋଇଛି । ଫଳରେ ତଦନ୍ତକାରୀ ଅଧିକାରୀଙ୍କୁ ଅପରାଧୀଙ୍କ ବାୟୋମେଟ୍ରିକ ବିବରଣୀ ସଂଗ୍ରହ କରିବାକୁ କ୍ଷମତା ମିଳିବ । ଅଧିକ ପଢନ୍ତୁ

Lok Sabha Passes Criminal Procedure Identification Bill
Lok Sabha Passes Criminal Procedure Identification Bill

By

Published : Apr 5, 2022, 8:43 AM IST

ନୂଆଦିଲ୍ଲୀ: ଗୃହରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ୧୪ ଦିନରେ ପହଞ୍ଚିଲାଣି ଅଧିବେଶନ । ଅପରାଧିକ ପ୍ରକ୍ରିୟା (ଚିହ୍ନଟ) ବିଲ ୨୦୨୨ ଲୋକସଭାରେ ପାସ ହୋଇଛି । ଫଳରେ ତଦନ୍ତକାରୀ ଅଧିକାରୀଙ୍କୁ ଅପରାଧୀଙ୍କ ବାୟୋମେଟ୍ରିକ ବିବରଣୀ ସଂଗ୍ରହ କରିବାକୁ କ୍ଷମତା ମିଳିବ । ମାର୍ଚ୍ଚ ୨୮ରେ ବିଲଟି ଗୃହରେ ଆଗତ ହେବାପରେ ବିରୋଧୀ ଆପତ୍ତି ଉଠାଇଥିଲେ । ଅପରାଧୀଙ୍କ ବାୟୋମେଟ୍ରିକ ତଥ୍ୟ ସଂଗ୍ରହ ବେଆଇନ ଓ ଅସାମ୍ବିଧାନିକ ବୋଲି ଦର୍ଶାଇଥିଲେ । ତେବେ ଏହା କେବଳ ଜଘନ୍ୟ ଅପରାଧିଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ପ୍ରତିଶ୍ରୁତି ଦେବାପରେ ବାଚନିକ ଭୋଟରେ ବିଲ ଗୃହୀତ ହୋଇଥିଲା ।

ଏହି ନୂଆ ବିଲ ଆଇଡେଣ୍ଟିଫିକେସନ ଅଫ ପ୍ରିଜିନର୍ସ ଆକ୍ଟ ୧୯୨୦ରେ ସ୍ଥାନ ନେବ । ବିଲରେ ପୋଲିସକୁ ଅପରାଧୀଙ୍କ ଆଙ୍ଗୁଳି ଛାପ, ହାତ ଚିହ୍ନ, ପାଦ ଚିହ୍ନ, ଫଟୋଗ୍ରାଫ, ଆଖି, ଶାରୀରିକ ଓ ବାୟୋମେଟ୍ରିକ ନମୁନା ସଂଗ୍ରହ କରିବା ଲାଗି କ୍ଷମତା ମିଳିବ । ବିଲ ଉପରେ ଆଲୋଚନାରେ ଭାଗ ନେଇ ଶାହ କହିଛନ୍ତି ବିଲ ବ୍ୟବସ୍ଥା ଅନୁସାରେ ପୋଲିସ ଦୁଇପାଦ ଆଗକୁ ଯାଇପାରିବ । ଅପରାଧ ନ୍ୟାୟ ବ୍ୟବସ୍ଥା ଆମେ ଆଗକୁ ନେବା ଆବଶ୍ୟକ । ଯଦି ଆଇନରେ ବ୍ୟବସ୍ଥା ନ ହେବ ତେବେ ତଦନ୍ତ ଆଗେଇ ପାରିବ ନାହିଁ ବୋଲି କହିଛନ୍ତି ଶାହା ।

ବାୟୋମେଟ୍ରିକ ତଥ୍ୟ ସଂଗ୍ରହ କରାଯିବା ଦିନ ଠାରୁ ୭୫ ବର୍ଷ ଯାଏଁ ସମସ୍ତ ତଥ୍ୟ ରେକର୍ଡ ସଂରକ୍ଷିତ ରଖାଯିବ । ଏଥିରେ ବାଧା ସୃଷ୍ଟି ହେଲେ ଆଇପିସି ଧାରା ୧୮୬ (ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା) ଅନୁସାରେ ଅପରାଧ ଭାବେ ବିବେଚନା କରାଯିବ । ଏହି କ୍ଷେତ୍ରରେ ୩ ମାସ ଜେଲ ଓ ୫୦୦ଟଙ୍କା ଜରିମାନା ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।

ABOUT THE AUTHOR

...view details