ଓଡିଶା

odisha

ETV Bharat / bharat

ମୋବାଇଲ ବ୍ୟବହାର ପାଇଁ ବାପା ଆକଟ କରିବାରୁ ଜୀବନ ହାରିଲା ପୁଅ - ମୋବାଇଲ ପାଇଁ ଗଲା ଜୀବନ

ମୋବାଇଲ ବ୍ୟବହାର ପାଇଁ ବାପା ଆକଟ କରିବାରୁ ପୁଅ ଜୀବନ ହାରିଛି। ବିହାର ନଗରଡିହ ଗାଁରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା। ଅଧିକ ପଢନ୍ତୁ

ବାପା ଆକଟ କରିବାରୁ ଜୀବନ ହାରିଲା ପୁଅ
ବାପା ଆକଟ କରିବାରୁ ଜୀବନ ହାରିଲା ପୁଅ

By

Published : Jun 10, 2023, 10:19 PM IST

ପାଟନା:ମୋବାଇଲ ଦେବାକୁ ବାରଣ କରିବାରୁ ଜୀବନ ହାରିଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ବାଙ୍କା ସ୍ଥିତ ନଗରଡିହ ଗାଁରେ । ବାପା ମୋବାଇଲ ଫୋନର ମାତ୍ରାଧିକ ବ୍ୟବହାର ପାଇଁ ଆକଟ କରିବାରୁ ପୁଅ ଜୀବନ ହାରିଥିବା ଜଣାପଡିଛି । ମୃତ ଯୁବକ ହେଲେ ଧ୍ରୁବ ନାରାୟଣ ଯାଦବଙ୍କ ପୁଅ ସୋନୁ କୁମାର । ସୋନୁଙ୍କ ବୟସ 19 ବର୍ଷ ହୋଇଥିବା ଜଣାପଡିଛି। ତେବେ ସୋନୁଙ୍କ ବାପାଙ୍କ କହିବା କଥା ହେଉଛି, ସୋନୁ ଦିନ ତମାମ ଫୋନରେ ଲାଗି ରହୁଥିଲେ । ଏହାସହ ଫୋନ ଯୋଗେ ଦୀର୍ଘ ସମୟ ଧରି ବାର୍ତ୍ତାଳାପ ମଧ୍ୟ କରୁଥିଲେ। ଯାହାକୁ ନେଇ ଧ୍ରୁବ ବିରକ୍ତି ପ୍ରକାଶ କରିବା ସହିତ ସୋନୁଙ୍କୁ ମୋବାଇଲ ଫୋନ ଅଧିକ ବ୍ୟବହାର ନକରିବାକୁ ତାଗିଦ କରିଥିଲେ।

ଯାହାକୁ ନେଇ ସୋନୁ ନିରାଶ ହେବା ସହିତ ନିଜ ଗାଁର କେତେକ ସାଙ୍ଗ ମାନଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ସୋନୁଙ୍କ ମାନସିକ ସ୍ଥିତି ଠିକ ନଥିବାବେଳେ ସେ ଜୀବନ ହାରିଦେବେ ବୋଲି ମଧ୍ୟ ପ୍ରକାଶ କରିଥିବା ସାଙ୍ଗମାନେ କହିଛନ୍ତି। ସେହି ସମୟରେ ସାଙ୍ଗମାନେ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ। ତେବେ ବାପାଙ୍କ ଗାଳିରେ ନିରାଶ ହୋଇ ଘର ଛାଡି ଚାଲିଯାଇଥିଲେ ସୋନୁ।

ପୁଅକୁ ନପାଇବା ପରେ ପରିବାରଲୋକେ ଚାରିଆଡ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଗିଚାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେଠାରେ ଥିବା ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି। ସେପଟେ କାନ୍ଦ ବୋବାଳିରେ ଫାଟି ପଡିଛି ପୁରା ପରିବେଶ। ପୁ୍ଅକୁ ହରାଇବା ପରେ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଅପରପକ୍ଷେ ଏହି ଘଟଣା କିଛି ନୁହେଁ, ଦେଶର କୋଣ ଅନୁକୋଣରୁ ଏହିଭଳି ଅନେକ ଘଟଣା ସାମନାକୁ ଆସୁଛି। ମୋବାଇଲ ଫୋନର ମାତ୍ରାଧିକ ବ୍ୟବହାର ଯୋଗୁ ଯୁବପୀଢି ବିପଦ ମୁହଁକୁ ଟାଣି ହୋଇଯାଉଛନ୍ତି। କେତେବେଳେ ମୋବାଇଲ ଗେମ୍ ଯୋଗୁ ଚାପଗ୍ରସ୍ତ ହୋଇ ଜୀବନ ହାରୁଛନ୍ତି ତ ଆଉ କେତେବେଳେ ମୋବାଇଲ ଦେବାକୁ ପରିବାରଲୋକେ ଆକଟ କରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପିଲାମାନେ। ଏସବୁକୁ ଦୃଷ୍ଟିରେ ରଖି ଯୁବବର୍ଗ ସଚେତନ ହେବାର ଆବଶ୍ୟକତା ଥିବାବେଳେ ସେମାନଙ୍କ ମାନସିକ ସ୍ଥିତି ସୁଦୃଢ କରିବା ପାଇଁ ସାଇକୋ କାଉନସିଲିଂର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ ପାଇଛି।

ABOUT THE AUTHOR

...view details