ଓଡିଶା

odisha

ETV Bharat / bharat

ଦ୍ବିତୀୟ ବିବାହ ପାଇଁ ସ୍ତ୍ରୀକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା ଉଦ୍ୟମ, ସ୍ବାମୀ ଗିରଫ

ଅନ୍ୟତ୍ର ଦ୍ବିତୀୟ ବିବାହ କରିବା ପାଇଁ ସ୍ତ୍ରୀକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା ଉଦ୍ୟମ କରି ସ୍ବାମୀ ଗିରଫ । ଅଳ୍ପକେ ବର୍ତ୍ତିଯିବା ପରେ ଥାନାରେ ପହଞ୍ଚିଲେ ପୀଡିତା । ଅଧିକ ପଢନ୍ତୁ

ଦ୍ବିତୀୟ ବିବାହ କରିବା ପାଇଁ ପତ୍ନୀଙ୍କୁ ଇଲେକ୍ଟ୍ରିକ ସକ ଦେଇ ହତ୍ୟା ଉଦ୍ୟମ
ଦ୍ବିତୀୟ ବିବାହ କରିବା ପାଇଁ ପତ୍ନୀଙ୍କୁ ଇଲେକ୍ଟ୍ରିକ ସକ ଦେଇ ହତ୍ୟା ଉଦ୍ୟମ

By ETV Bharat Odisha Team

Published : Oct 24, 2023, 10:37 PM IST

ଲକ୍ଷ୍ନୌ:ପାରିପାରିକ କଳହ କାରଣରୁ ଅତି ନିର୍ମମ କାଣ୍ଡ କରିବାକୁ ପଛାଇଲା ନାହିଁ ସ୍ବାମୀ । ଦ୍ବିତୀୟ ବିବାହ କରିବା ପାଇଁ ସ୍ତ୍ରୀକୁ ବିଦ୍ୟୁତ ଆଘାତ ଦେଇ ସ୍ବାମୀ ହତ୍ୟା ଉଦ୍ଯମ କରିଥିବା ଅଭିଯୋଗ ହୋଇଛି । ଏଥିରେ ମ୍ବାମୀଙ୍କ ସହ ମହିଳାଙ୍କ ଶାଶୁଘରର ଅନ୍ୟ ସଦସ୍ୟମାନେ ମଧ୍ୟ ସମ୍ପୃକ୍ତ ରହିଥିଲେ । ମାତ୍ର କୌଣସି ପ୍ରକାର ମହିଳାଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏପରି ଏକ ଘଟଣା ଉତ୍ତର ପ୍ରଦେଶ ମିରଟର ଲିସାଦିଗେଟ ଏରିଆରେ ସାମ୍ନାକୁ ଆସିଛି । ପୀଡିତା ଜଣଙ୍କ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଗିରଫ କରାଯିବା ସହ ପରିବାରର ଅନ୍ୟ କିଛି ସଦସ୍ୟଙ୍କୁ ମଧ୍ୟ ପୋଲିସ ଥାନାକୁ ନେଇ ଜାରି ମଧ୍ୟ କରିଛି ।

ପୀଡିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ବିବାହକୁ ନେଇ ପରିବାର ଲୋକେ ଖୁସି ନଥିଲେ । ଏପରିକି ତାଙ୍କ ସ୍ବାମୀ ମଧ୍ୟ ଦ୍ବିତୀୟ ବିବାହ କରିବାକୁ ଚାହୁଁଥିଲେ । ଏହି କାରଣରୁ ତାଙ୍କ ଉପରେ ପରିବାର ଲୋକେ ସର୍ବଦା ଅତ୍ୟାଚାର ଓ ଶାରୀରିକ ନିର୍ଯାତନା ଜାରି ରଖିଥିଲେ । ପରେ ସେମାନେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ମହିଳାଙ୍କ ସ୍ବାମୀ ତାଙ୍କୁ ବିଦ୍ଯୁତ ଆଘାତ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ମାତ୍ର ସେ ଏଥିରେ ବର୍ତ୍ତିଯିବା କାରଣରୁ ତାଙ୍କୁ ପୁଣି ଥରେ ହତ୍ୟା କରିବା ପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା । ଏଥିରେ କେବଳ ତାଙ୍କ ସ୍ବାମୀ ନୁହନ୍ତି ବରଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ଥିଲେ । ଏଥିରେ ତାଙ୍କ ଶାଶୁ ଓ ଭାଉଜଙ୍କ ମଧ୍ୟ ପ୍ରମୁଖ ଭୂମିକା ରହିଛି । ସେ ତାଙ୍କୁ ପେଟ୍ରୋଲ ଢାଳି ମାରିବା ପାଇଁ ଉଦ୍ୟମ କରିବା ବେଳେ ମହିଳା ଜଣଙ୍କ ଖସି ଆସିଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Tamilnadu accident: ଟାଟା ସୁମୋ- ବସ ଧକ୍କାରେ 7 ମୃତ, 4 ଆହତ

ପୀଡିତା ଜଣକ ଗତକାଲି (ସୋମବାର) ପୋଲିସ ନିକଟରେ ଅଭିଯୋଗ କରିଥିଲେ । ସ୍ଥାନୀୟ ଲିସାଦୀ ଗେଟ୍ ପୋଲିସ୍ ଷ୍ଟେସନ ଦାୟିତ୍ୱରେ ଥିବା ଅଧିକାରୀ ଜିତେନ୍ଦ୍ର ସିଂ କହିଛନ୍ତି, ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରାଯାଇଛି । ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଅଟକ ରଖି ଜେରା କରାଯାଉଛି । ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details