ଓଡିଶା

odisha

ETV Bharat / bharat

ଯୌତୁକ ପାଇଁ ବିବାହ ଭାଙ୍ଗିବାରୁ ଆତ୍ମହତ୍ୟା କଲେ ଯୁବତୀ !

ଯୌତୁକ ପାଇଁ ଭାଙ୍ଗିଲା ବିବାହ, ଆତ୍ମହତ୍ୟା କଲେ ଯୁବତୀ । ଉତ୍ତର ପ୍ରଦେଶରେ ଏପରି ଅଭିଯୋଗର ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

By

Published : Aug 14, 2023, 9:43 PM IST

ଯୌତୁକ ପାଇଁ ଭାଙ୍ଗିଲା ବିବାହ, ଆତ୍ମହତ୍ୟା କଲେ ଯୁବତୀ !
ଯୌତୁକ ପାଇଁ ଭାଙ୍ଗିଲା ବିବାହ, ଆତ୍ମହତ୍ୟା କଲେ ଯୁବତୀ !

ଲକ୍ଷ୍ନୌ:ଶେଷ ହୋଇଥିଲା ନିର୍ବନ୍ଧ । ହେଲେ ଯୌତୁକ ଦାବି କରି ବିବାହ ଭାଙ୍ଗିଲେ ବରପକ୍ଷ । ଫଳରେ ଆତ୍ମହତ୍ୟା କଲେ ଯୁବତୀ । ଏପରି ଏକ ଅଭାବନୀୟ ଅଭିଯୋଗ ଉତ୍ତର ପ୍ରଦେଶ ବଦାୟୁଁ ଜିଲ୍ଲାରୁ ସାମ୍ନାକୁ ଆସିଛି । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ନିର୍ବନ୍ଧ ଶେଷ ହୋଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇ ନିମନ୍ତ୍ରଣ କାର୍ଡ ବଣ୍ଟା ସରିଥିଲା । ହେଲେ ଯୌତୁକ ପାଇଁ ଶେଷ ମୁହୂର୍ତ୍ତରେ ବରପକ୍ଷ ବିବାହ ପାଇଁ ମନା କରିବାରୁ ଯୁବତୀଜଣଙ୍କ ଗତକାଲି (ରବିବାର) ଆତ୍ମହତ୍ୟା କରିଥିବା ଯୁବତୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବିବାହର 20 ଦିନ ପୂର୍ବରୁ ମନା କରିଥିଲା ବାର !

ମିଳିଥିବା ସୂଚନା ଅନୁସାରେ, ବଦାୟୁଁ ଜିଲ୍ଲାରେ ଉଗାଇଟି ପୋଲିସ୍ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି । ସ୍ଥାନୀୟ କରିଆମାଇ ଗାଁରେ ବାସିନ୍ଦା ଜଗବୀର ସିଂଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ସ୍ବପ୍ନାଙ୍କ ବିବାହ ବଜିରଗଞ୍ଜ ପୋଲିସ ଷ୍ଟେସନ ଅଧୀନରେ ଥିବା ବାଗୋଲ ଗ୍ରାମର ବାସିନ୍ଦା ବିକାଶ ନାମକ ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ବିବାହ ପାଇଁ ଏପ୍ରିଲ 22 ତାରିଖ ସ୍ଥିର ହୋଇଥିଲା । ଏହି ଅନୁସାରେ କନ୍ୟାପକ୍ଷ ପ୍ରସ୍ତୁତିରେ ଲାଗିଥିଲେ । ନିୟନ୍ତ୍ରଣ କାର୍ଡ ମଧ୍ୟ ବଣ୍ଟା ସରିଥିଲା । ହେଲେ ଏପ୍ରିଲ 2 ତାରିଖରେ ଅର୍ଥାତ ବିବାହ ତାରିଖର 20 ଦିନ ପୂର୍ବରୁ ନିଜେ ବର ବିକାଶ ଅଧିକ ଯୌତୁକ ଦାବି କରିବା ସହ ବିବାହ ପାଇଁ ମନା କରିଥିଲେ । କନ୍ୟା ପକ୍ଷରୁ ତାଙ୍କୁ ବାରମ୍ବାର ବୁଝାସୁଝା କରାଯିବାକୁ ପ୍ରୟାସ ମଧ୍ୟ କରଯାଇଥିଲା । ହେଲେ ସେ ଅଧିକ ଯୌତୁକ ଦାବି ନେଇ ବାରମ୍ବାର ଚାପ ପକାଇବା ସହ ବିବାହ କରିବାକୁ ମନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-ଚଳନ୍ତା ଅଟୋରୁ ଆଇଫୋନ୍‌ ଝାମ୍ପିନେଲେ ଦୁର୍ବୃତ୍ତ, ଅଟୋରୁ ଖସି ଶିକ୍ଷୟିତ୍ରୀ ଆହତ

ଏଥିରେ ବିଚଳିତ ହୋଇ କନ୍ୟା ସ୍ବପ୍ନା ମାନସିକ ଅବସାଦକୁ ଚାଲିଯାଇଥିଲେ । ଗତକାଲି ରବିବାର ରାତିରେ ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଏପରିକି ସେ ଏହି ଚରମ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଏକ ଭିଡିଓରେ ଯୌତୁକ ମାଗାଯିବା ଓ ବିବାହ ଭାଙ୍ଗିବା କାରଣ ସମ୍ପର୍କରେ କହିଥିବା ମଧ୍ୟ ପରିବାର ସଦସ୍ୟଙ୍କଠାରୁ ସୂଚନା ମିଳିଛି । ପୋଲିସ ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ଘରେ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଯୌତୁକ ନିରୋଧ ଆଇନ ଅନୁସାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details