ଲକ୍ଷ୍ନୌ: ଉତ୍ତରପ୍ରଦେଶ ପବିତ୍ର ଅଯୋଧ୍ୟା ଭୂମିରେ ଘୃଣ୍ୟକାଣ୍ଡ । ଜଣେ ହିନ୍ଦୁ ଯୁବତୀଙ୍କୁ ଜୋରଜବରଦସ୍ତ ଟେକି ନେଇ ଗଣଦୁଷ୍କର୍ମ କଲେ ୪ ମୁସଲିମ ଯୁବକ । ଏହି ଅପରାଧିକ କାର୍ଯ୍ୟରେ ୩ ଭାଇ ଅଭିଯୁକ୍ତ ଥିବା ବେଳେ ପୋଲିସ ଏମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ଯୁବତୀଙ୍କୁ ଆଖୁ କ୍ଷେତରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ଘର ନିକଟରେ ଅଭିଯୁକ୍ତଙ୍କ ଘର ବୋଲି ପୋଲିସ କହିଛି ।
ପୁରାକଲନ୍ଦର ଥାନା ଅଧୀନ ଏକ ଗାଁରେ ଘଟିଛି ଏହି ନିନ୍ଦନୀୟ ଘଟଣା । ପୀଡ଼ିତାଙ୍କ ମାଉସୀଙ୍କ ଅଭିଯୋଗ ଅନୁସାରେ ସେ ଶୁକ୍ରବାର ଅପରାହ୍ନ ସମୟରେ ଆଖୁ କ୍ଷେତରେ ଜଳସେଚନ କରୁଥିଲେ । ହେଲେ ଏହି ୪ ଅଭିଯୁକ୍ତ ବାରମ୍ବାର ମୋଟର ତାର ଖୋଲି ଦେଉଥିଲେ । ଏହାପରେ ସେ ନିଜ ଝିଆରୀ (ପୀଡ଼ିତା)କୁ ମୋଟର ନିକଟରେ ଜଗାଇ ଜଳସେଚନ କରୁଥିଲେ । ଏହି ସମୟରେ ୪ ଜଣ ଅଭିଯୁକ୍ତ ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଆଖୁ କ୍ଷେତରେ ଗଣଦୁଷ୍କର୍ମ କରିଥିଲେ । ଯୁବତୀଙ୍କ ପାଟି ଶୁଣି ଯେତେବେଳେ ମହିଳା ଜଣକ ସେଠାକୁ ଯାଇଥିଲେ ଅଭିଯୁକ୍ତମାନେ ତାଙ୍କୁ ମାରପିଟ କରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ।
ଏହା ବି ପଢନ୍ତୁ- ସୀମା ଟପିଲା ପାଶବିକତା: ୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ବ୍ଲେଡରେ ଓଠ କାଟିଲା ଅଭିଯୁକ୍ତ