ଗାଡି ସହ ଗଙ୍ଗା ନଦୀକୁ ଲମ୍ଫ ମାରିଲେ ଯୁବକ ଲକ୍ଷ୍ନୌ: ପାରିବାରିକ ବିବାଦରୁ ଗଲା ଜୀବନ। ଗର୍ଭବତୀ ପତ୍ନୀଙ୍କୁ କାରରେ ବସାଇ ଗାଡି ସହ ଗଙ୍ଗା ନଦୀକୁ ଡେଇଁଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଅମରୋହା ଜିଲ୍ଲାର ଗଜରୌଲା ଅଞ୍ଚଳରେ । ପରିବାରରେ ବଚସା ହେବା ପରେ ରାଗ ଜର୍ଜରିତ ଯୁବକ ଜଣକ କାର୍ ସହ ନଦୀ ଗର୍ଭକୁ ଡେଇଁଛନ୍ତି । ଫଳରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ନିଖୋଜ ଥିବା ଜଣାପଡିଛି । ଯୁବକଙ୍କ ପତ୍ନୀ ଗର୍ଭବତୀ ଥିବାବେଳେ ଏଯାଏଁ ତାଙ୍କର ସନ୍ଧାନ ମିଳିପାରିନାହିଁ ।
ସୂଚନା ଅନୁସାରେ, ସିକରି ଖାଦର ଗାଁରେ ସାବିର ନାମକ ଜଣେ ବ୍ୟକ୍ତି ବାସ କରୁଥିବାବେଳେ । ତାଙ୍କର 2 ପୁଅ ଓ 4ଝିଅ ରହିଛନ୍ତି । ସାବିରଙ୍କ ବଡ଼ ପୁଅ ଶାନେ ଆଲମ, ଦିଲ୍ଲୀରେ ଦର୍ଜୀ କାମ କରୁଥିଲେ । 5 ମାସ ପୂର୍ବେ ତାଙ୍କର ବିବାହ କସରୁୱା ଗାଁର ନାଜିଆଙ୍କ ସହ ହୋଇଥିଲା । ନାଜିଆ ବର୍ତ୍ତମାନ ଗର୍ଭବତୀ ଥିବାବେଳେ ତାଙ୍କ ପରିବାରର ଅନେକ ସମୟରେ ବଚସା ଲାଗି ରହୁଥିଲା ।
ଏହା ବି ପଢନ୍ତୁ...ମୈତ୍ରିବିହାରରେ ବୀଭତ୍ସ ହତ୍ୟାକାଣ୍ଡ, ମାଂସ ପାଇଁ ସାଙ୍ଗକୁ ଠେଙ୍ଗାରେ ପିଟି ମାରିଦେଲେ
ଗୁରୁବାର ରାତିରେ କୌଣସି ଟଙ୍କା ପଇସା ଦେଣନେଣକୁ ନେଇ ସାବିରଙ୍କ ସହ ଶାନେଙ୍କର ବଚସା ହୋଇଥିଲା । ଏହା ଉଗ୍ରରୂପ ନେବାରୁ ଘର ଛାଡ଼ି ଚାଲି ଯିବାକୁ ମନସ୍ଥ କରିଥିଲେ ଶାନେ । ତେଣୁ ସେ ଆଉ କିଛି ଚିନ୍ତା ନ କରି ବିଳମ୍ବିତ ରାତିରେ ହଠାତ ପତ୍ନୀ ନାଜିଆଙ୍କୁ ଧରି ଘର ଛାଡି କାର୍ ଯୋଗେ ବାହାରି ପଡ଼ିଥିଲେ । ସେମାନଙ୍କୁ ରୋକିବା ପାଇଁ ଶାନେ ଆଲମଙ୍କ ମା ଓ ଭଉଣୀ ବହୁ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଥିଲେ । ସେମାନେ ଶାନେଙ୍କୁ ଘର ବାହାରକୁ ନଯିବା ପାଇଁ ଅଟକାଇଥିବାବେଳେ ଶାନେ ତାଙ୍କ ଉପରକୁ ଗାଡ଼ି ମଡ଼ାଇ ଦେଇଥିଲେ। ଫଳରେ ଶାନେଙ୍କ ଭଉଣୀ ଓ ମା' ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ଏହା ବି ପଢନ୍ତୁ...ଦଗାବାଜ ପ୍ରେମିକ, ବଚସା ହେବାରୁ ପ୍ରେମିକାକୁ ପଥର ଛେଚି ହତ୍ୟା ଉଦ୍ୟମ
ଏହାପରେ ଶାନେ ଆଲମ ପ୍ରଖର ବେଗରେ ଗାଡ଼ି ଚଳାଇ ଚାଲି ଯାଇଥିଲେ । ଗାଁ ନିକଟରେ ଥିବା ନଦୀ ଭିତରକୁ ତାଙ୍କ ଗାଡିଟି ପ୍ରବେଶ କରିଥିବା ଦେଖି ସ୍ଥାନୀୟ ଲୋକେ ଚିତ୍କାର କରିଥିଲେ । ଏହାସହ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଅଞ୍ଚଳବାସୀ । ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ଅଗ୍ନିଶମବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଘଟଣାସ୍ଥଳରୁ 12 କିଲୋମିଟର ଦୂରରୁ ଶାନେ ଆଲମଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ନାଜିଆଙ୍କର କୌଣସି ପତ୍ତା ମିଳିପାରିନାହିଁ ।