ଓଡିଶା

odisha

ETV Bharat / bharat

ପେସାଦାର ଅପରାଧି ଥିଲେ ଅତିକ ହତ୍ୟାକାରୀ, ଡନ ହେବାକୁ ରଚିଥିଲେ ଷଡଯନ୍ତ୍ର - ଅତିକ ଅହମ୍ମଦ ଓ ଅସରଫକୁ ହତ୍ୟା

ଅତିକ ଅହମ୍ମଦ ଓ ଅସରଫକୁ ହତ୍ୟା କରିଥିବା ତିନି ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ପୋଲିସ । ଅତିକକୁ ହତ୍ୟା କରି ଡନ ହେବାକୁ ଚାହୁଁଥିଲେ ତିନି ଅଭିଯୁକ୍ତ । ଅଧିକ ପଢନ୍ତୁ

Crime History of Atiq Murder case accused
Crime History of Atiq Murder case accused

By

Published : Apr 16, 2023, 2:10 PM IST

ଲକ୍ଷ୍ନୌ:ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫକୁ ହତ୍ୟା କରି ଡନ ହେବାକୁ ଚାହୁଁଥିଲେ ତିନି ଅଭିଯୁକ୍ତ । ଗିରଫ ହେବା ପରେ ପୋଲିସ ସାମ୍ନାରେ ଏପରି ଖୁଲାସା କରିଛନ୍ତି ଅଭିଯୁକ୍ତ ଲଭଲେଶ ତିଓ୍ବାରୀ, ସନି ଓ ଅରୁଣ ମୋର୍ଯ୍ୟ । ଛୋଟ ଛୋଟ ଅପରାଧ କଲେ ଆମକୁ କେହି ଜାଣିପାରୁନଥିଲେ ତେଣୁ କିଛି ବଡ ଅପରାଧ ଘଟାଇବାକୁ ଆମେ ଏପରି କରିଥିବା କହିଛନ୍ତି ଅଭିଯୁକ୍ତ ।

ପେସାଦାର ଅପରାଧୀ ଥିଲେ 3 ଅଭିଯୁକ୍ତ:ତେବେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଏହି ତିନି ଅଭିଯୁକ୍ତ ପେସାଦାର ଅପରାଧି ଥିଲେ । ଡକାୟତି ଓ ହତ୍ୟା ମାମଲାରେ ତିନି ଅଭିଯୁକ୍ତ ଜେଲ ମଧ୍ୟ ଯାଇଛନ୍ତି । ଲଭଲେଶ ତିୱାରୀ ବାନ୍ଦା ବାସିନ୍ଦା ହୋଇଥିବାବେଳେ ଅରୁଣ ମୌର୍ଯ୍ୟ ହମିରପୁରର ବାସିନ୍ଦା ଓ ଅଭିଯୁକ୍ତ ସନି କସଗଞ୍ଜ ଜିଲ୍ଲାର ହୋଇଥିବା ପୋଲିସ କହିଛି । ଏହି ତିନି ହତ୍ୟାକାରୀ ଡନ ହେବାକୁ ଚାହୁଁଥିଲେ ଏଥି ପାଇଁ ସେ ଅତିକକୁ ହତ୍ୟା କରିଥିବା ପୋଲିସ ପଚରାଉଚରା ସମୟରେ କହିଛନ୍ତି ।

ସପ୍ତାହେ ପୂର୍ବରୁ ଘରକୁ ଆସିଥିଲା ଅଭିଯୁକ୍ତ ଲଭଲେଶ: ଅତିକ ଏବଂ ଅସରଫକୁ ହତ୍ୟା କରିଥିବା ସୁଟର ଲଭଲେଶ ବାନ୍ଦା ସହରର କୋଟୱାଲି କ୍ୟୁଟାର ନିବାସୀ । ଲଭଲେଶ ବାପାଙ୍କ କହିବା ଅନୁଯାୟୀ, ''ଲଭଲେଶଙ୍କ ଘର ସହିତ କୌଣସି ସମ୍ପର୍କ ନଥିଲା । ଲଭଲେଶ ସମେତ ମୋର 3ପୁଅ । ସେ ମୋର ତୃତୀୟ ସନ୍ତାନ ଥିଲା । ସେ ଦୈନିକ ନିଶା ସେବନ କରିବା ସହ ଅପରାଧିକ କାର୍ଯ୍ୟକଳାପରେ ଜଡିତ ରହୁଥିଲା । ଅତିକକୁ ହତ୍ୟା କରିବା ପୂର୍ବରୁ ଲଭଲେଶ ଏକ ସପ୍ତାହ ଘରକୁ ଆସିଥିଲା, ଏହା ପରେ ତାର ଦେଖା ନଥିଲା । ଯେତେବେଳେ ମୁଁ ଟିଭିରେ ଅତିକକୁ ଗୁଳି କରାଯାଇ ହତ୍ୟା କରିଥିବା ଖବର ଦେଖିଲି ସେତେବେଳେ ମୁଁ ଜାଣିଲି ମୋ ପୁଅ ଏଥିରେ ସାମିଲ ଅଛି ।''

ଘର ସହ ସମ୍ପର୍କ ରଖୁନଥିଲା ସନି ସିଂ: ଅତିକ ଅହମ୍ମଦ ଏବଂ ଅସରଫଙ୍କୁ ଗୁଳି କରିଥିବା ଦ୍ୱିତୀୟ ସୁଟର ହେଉଛି ସନି ସିଂ, ସେ ହମିରପୁରର ବାସିନ୍ଦା । ସନିର ଭାଇ ପିଣ୍ଟୁ ସିଂ କହିଛନ୍ତି ଯେ, ''ସନି କିଛି କରୁନଥିଲା ଏବଂ ତା ବିରୋଧରେ ଅନେକ ମାମଲା ରୁଜୁ ହୋଇଥିଲା । ଆମେ ତିନି 3 ଭାଇ । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ବର୍ଷ ହେଲା ସନି ବୁଲାବୁଲି କରୁଥିଲା । ତା ଛଡା ତା ପାଖରେ କିଛି କାମ ନଥିଲା । ସେ ପିଲା ଦିନରୁ ଘରୁ ପଳାଇ ଅଲଗା ରହୁଥିଲା । ଆମ ସହ ତାର କୌଣସି ସମ୍ପର୍କ ନାହିଁ । ''

ପୂର୍ବରୁ ଜଣେ ପୋଲିସ କର୍ମୀଙ୍କୁ ହତ୍ୟା କରିଥିଲା ସୁଟର ଅରୁଣ: ତୃତୀୟ ଅଭିଯୁକ୍ତ ହେଉଛନ୍ତି ଅରୁଣ ମୋର୍ଯ୍ୟ । ଯିଏ କି କାସଗଞ୍ଜର ସୋର ପୋଲିସ ଷ୍ଟେସନ ଅଧୀନରେ ଥିବା ବାଘେଲାଲା ପୋଖତା ଗାଁର ବାସିନ୍ଦା । ଅରୁଣଙ୍କ ପିତାଙ୍କ ନାମ ହିରା ଲାଲ । ଅରୁଣ ଗତ 15 ବର୍ଷ ହେଲା ବାହାରେ ରହୁଥିଲା । ଜିଆରପି ଷ୍ଟେସନର ଜଣେ ପୋଲିସ କର୍ମଚାରୀଙ୍କୁ ସେ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା । 15 ବର୍ଷ ପୂର୍ବେ ଅରୁଣଙ୍କ ପିତାମାତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଏହି ତିନି ଅଭିଯୁକ୍ତଙ୍କୁ ଆଜି ପଚରା ଉଚରା କରୁଛି ପୋଲିସ । ଜେଲରୁ ତିନି ଅଭିଯୁକ୍ତଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା । ଏହି ତିନି ଜଣ ଅତିକ ଓ ତାର ଭାଇକୁ ହତ୍ୟା କରି ଡନ ହେବାକୁ ଚାହୁଁଥିଲେ ବୋଲି ପୋଲିସ ସାମ୍ନାରେ କହିଛନ୍ତି । ତେବେ ଛୋଟ ଛୋଟ ଅପରାଧ କରି ଜେଲ ଗଲେ କେହି ଆମକୁ ଜାଣିପାରୁନଥିଲେ, ତେଣୁ କିଛି ବଡ କରିବାକୁ ଆମେ ଚିନ୍ତା କଲୁ । ଏହି ସମୟରେ ଆମେ ଜାଣିବାକୁ ପାଇଲୁ ଯେ, ଅତିକ ଓ ଅସରଫକୁ ପୋଲିସ ଡାକ୍ତରଖାନା ନିଆଯାଉଛି । ତିନି ଜଣ ମିଳି ହତ୍ୟା ଷଡଯନ୍ତ୍ର ରଚିବା ପରେ ଶନିବାର ଦିନ ନିଜକୁ ଗଣମାଧ୍ୟମର ପରିଚୟ ଦେଇ ଅତିକ ଓ ତା ଭାଇକୁ ହତ୍ୟା କରିଛୁ ବୋଲି ପୋଲିସକୁ କହିଛନ୍ତି ଅଭିଯୁକ୍ତ।

ABOUT THE AUTHOR

...view details