ପାଟନା:ଚଳନ୍ତା ଗାଡ଼ିରୁ ପ୍ରେମିକାକୁ ଠେଲି ପ୍ରେମିକ ଫେରାର । ଗୁରୁତର ଅବସ୍ଥାରେ ନାବାଳିକା ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏପରି ଅଭାବନୀୟ ଘଟଣା ଘଟିଛି ବିହାରର ମୁଜାଫରପୁର ବସଷ୍ଟାଣ୍ଡ ନିକଟରେ। ଏଭଳି ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା । ହେଲେ କୌଶଳକ୍ରମେ ପ୍ରେମିକ ସେଠାରୁ ଫେରାର ହୋଇଯାଇଥିବାବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଚେତା ଫେରି ଆସିବା ପରେ ନାବାଳିକାର ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି ।
ପୀଡିତାଙ୍କ କହିବା ଅନୁସାରେ, 3 ବର୍ଷ ପୂର୍ବେ ତାଙ୍କର ସୀତାମାରହିର ଜଣେ ଯୁବକଙ୍କ ସହ ଫେସବୁକରେ ବନ୍ଧୁତା ହୋଇଥିଲା। ଉଭୟଙ୍କ ବନ୍ଧୁତା ଧୀରେଧୀରେ ପ୍ରେମରେ ପରିଣତ ହୋଇଥିଲା । ତେବେ ଯୁବକ ଜଣକ ପ୍ରେମିକାକୁ ବିବାହ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏନେଇ ଝିଅ ଘର ଲୋକେ ଖବର ପାଇଥିଲେ। ଆଉ ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଥିଲେ ଝିଅର ପରିବାର। ତେବେ ପରିବାର ସଦସ୍ୟଙ୍କୁ ମନାଇବା ପରେ ସେ ନିଜ ପ୍ରେମିକକୁ ଦେଖା ହେବା ପାଇଁ ଯୁବତୀ ଜଣକ ପାଟନା ଯାଇଥିଲେ।
ଗତ 3 ବର୍ଷ ଧରି ଦୁହେଁ ପାଟନାରେ ଏକାଠି ରହୁଥିଲେ। ହେଲେ କିଛି ଦିନ ପୂର୍ବରୁ ନାବାଳିକା ଜଣକ ଜାଣିବାକୁ ପାଇଥିଲେ ଯେ ତାଙ୍କ ପ୍ରେମିକ ତାଙ୍କୁ ପ୍ରତାରଣା କରୁଛନ୍ତି । ଏପରିକି ଫେସବୁକ୍ ମାଧ୍ୟମରେ ଅନେକ ଝିଅଙ୍କ ସହ ତାଙ୍କର ସମ୍ବନ୍ଧ ରହିଛି । ସେ ଏ ବିଷୟରେ ଜାଣିବା ପରେ ପ୍ରେମିକଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ। ଆଉ ଧୀରେଧୀରେ ଉଭୟଙ୍କ ସମ୍ପର୍କରେ ଫାଟ ଦେଖା ଦେଇଥିଲା । ଏହି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା ।
ଏହା ବି ପଢନ୍ତୁ...ହୋଟେଲରେ ପ୍ରେମିକା ଆଗରେ ଝୁଲି ପଡିଲା ପ୍ରେମିକ
ଯାହାକୁ ନେଇ ଯୁବକ ଜଣକ ପ୍ରେମିକାଙ୍କୁ ମାରପିଟ୍ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେବେ ନାବାଳିକା ଜଣକ ଏହି ଆକ୍ରମଣକୁ ବିରୋଧ କରିବା ପରେ ଯୁବକ ଜଣକ କିଛି ଦିନ ପାଇଁ ଶାନ୍ତ ହୋଇଥିଲେ । ହେଲେ ଯୁବକ ଜଣକ ନିଜ ପିତାଙ୍କ ଅସୁସ୍ଥତା ଦର୍ଶାଇବା ପରେ ସୀତାମାରହି ବାହାରି ଯାଇଥିଲେ ସଂପୃକ୍ତ ପ୍ରେମୀ ଯୁଗଳ । ଉଭୟ ପ୍ରେମୀ ଯୁଗଳ ପାଟନା ଠାରୁ ସୀତାମାରି ଯାଉଥିଲେ। ଏହି ସମୟରେ ସରକାରୀ ବସ ଷ୍ଟାଣ୍ଡ ନିକଟରେ ଚଳନ୍ତା ଗାଡିରୁ ଠେଲି ଦେଇ ପ୍ରେମିକ ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସେଠାରେ ଉପସ୍ଥିତ ଥିବା ସ୍ତାନୀୟ ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।