ଓଡିଶା

odisha

ଦିଲ୍ଲୀ ଦଙ୍ଗାକାରୀ ସୁଖଦେବ ସିଂ ଗିରଫ, ପଞ୍ଜାବରୁ ଉଠାଇନେଲା କ୍ରାଇମବ୍ରାଞ୍ଚ

By

Published : Feb 7, 2021, 8:04 PM IST

ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ହିଂସା ମାମଲାର ଅଭିଯୁକ୍ତ ସୁଖଦେବ ସିଂ ଗିରଫ । ଅଧିକ ପଢନ୍ତୁ ...

ଦିଲ୍ଲୀ ଦଙ୍ଗାକାରୀ ସୁଖଦେବ ସିଂ ଗିରଫ , ପଞ୍ଜାବରୁ ଉଠାଇନେଲା କ୍ରାଇମବ୍ରାଞ୍ଚ
ଦିଲ୍ଲୀ ଦଙ୍ଗାକାରୀ ସୁଖଦେବ ସିଂ ଗିରଫ , ପଞ୍ଜାବରୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ:ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ହିଂସା ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏକ ବଡ଼ ସଫଳତା ପାଇଛି । ଲାଲକିଲ୍ଲାରେ ହିଂସାତ୍ମକ କାର୍ଯ୍ୟ ସହ ଜଡିତ ଥିବା ସୁଖଦେବ ସିଂଙ୍କୁ ପଞ୍ଜାବ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ଲାଲକିଲ୍ଲାରେ ହିଂସା ପରେ ସେ କ୍ରମାଗତ ଭାବରେ ସେ ଆତ୍ମଗୋପନ କରିଚାଲିଥିଲା । ଏହା ପରେ ଖବର ପାଇ କ୍ରାଇମ ବ୍ରାଞ୍ଚ ଟିମ ତାଙ୍କୁ ପଞ୍ଜାବରୁ ଗିରଫ କରିବାରେ ସଫଳ ହୋଇଛି । ଦିଲ୍ଲୀ ହିଂସା ମାମଲାରେ ପୋଲିସ ଏପର୍ଯ୍ୟନ୍ତ 124ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିଥିବାବେଳେ 44ଟି ଏତଲା ପଞ୍ଜିକୃତ କରିଛି।

44 ଟି ମାମଲା ମଧ୍ୟରୁ 14 ଟି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚର ଏସଆଇଟି। କେବଳ ଏତିକି ନୁହେଁ, ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ 70 ରୁ ଅଧିକ ଦଙ୍ଗାକାରୀଙ୍କ ଫଟୋ ମଧ୍ୟ ପ୍ରକାଶ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details