ଓଡିଶା

odisha

ETV Bharat / bharat

Bihar: ମଦ ମାଫିଆଙ୍କ ଆତଙ୍କରାଜ, ଥାନା ନିକଟରେ ହୋମଗାର୍ଡଙ୍କୁ ପିଟିପିଟି ହତ୍ୟା - ପୋଲିସ କର୍ମୀଙ୍କୁ ହତ୍ୟା କଲେ ମଦ ମାଫିଆ

ବିହାର ପୂର୍ବ-ଚମ୍ପାରଣ ଜିଲ୍ଲାରେ ମଦ ମାଫିଆଙ୍କ ଆତଙ୍କରାଜ, ଥାନାରୁ 5ଶହ ମିଟର ଦୂରରେ ହୋମଗାର୍ଡଙ୍କୁ ପିଟିପିଟି କଲେ ହତ୍ୟା । ମଦଭାଟି ଉପରେ ଚଢାଉ ପାଇଁ ଯାଇଥିଲା ଅବକାରୀ ଟିମ୍‌ । ଅଧିକ ପଢନ୍ତୁ

Bihar: ମଦ ମାଫିଆଙ୍କ ଆତଙ୍କରାଜ, ଥାନାରୁ 5ଶହ ମିଟର ଦୂରରେ ହୋମଗାର୍ଡଙ୍କୁ କଲେ ହତ୍ୟା
Bihar: ମଦ ମାଫିଆଙ୍କ ଆତଙ୍କରାଜ, ଥାନାରୁ 5ଶହ ମିଟର ଦୂରରେ ହୋମଗାର୍ଡଙ୍କୁ କଲେ ହତ୍ୟା

By

Published : Jul 25, 2023, 10:47 PM IST

ପାଟନା: ମଦ ବ୍ଯାନ ଘୋଷିତ ରାଜ୍ୟ ବିହାରରେ ମଦ ମାଫିଆଙ୍କ ଆତଙ୍କରାଜ । ସେମାନଙ୍କ ଆତଙ୍କରୁ ବର୍ତ୍ତିନାହାନ୍ତି ପୋଲିସ କର୍ମୀ । ପୂର୍ବ ଚମ୍ପାରନ୍ ଜିଲ୍ଲାର ଝାରଖର ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ପୋଲିସ ହୋମଗାର୍ଡଙ୍କୁ ଥାନାଠାରୁ ମାତ୍ର 5ଶହ ମିଟର ଦୂରରେ ପିଟି ପିଟି ହତ୍ଯା କରାଯାଇଛି । ଏହି ହୋମଗାର୍ଡ ଜଣଙ୍କ ଅବକାରୀ ବିଭାଗର ଟିମ ସଦସ୍ୟ ଭାବେ ଏକ ଗ୍ରାମରେ ଚୋରା ମଦଭାଟି ଉପରେ ଚଢାଉ ପାଇଁ ଯାଇଥିଲେ । ହେଲେ ଏହି ଗ୍ରାମରେ ବେଆଇନ ମଦ ପ୍ରସ୍ତୁତ କରୁଥିବା ମାଫିଆଙ୍କ ଏକ ଗୋଷ୍ଠୀ ଏହି ଅବକାରୀ ଟିମକୁ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ଅନ୍ୟ ସଦସ୍ୟମାନେ ଅଳ୍ପକେ ପ୍ରାଣ ବଞ୍ଚାଇବାରେ ସଫଳ ହୋଇଥିବା ବେଳେ ଜଣେ ହୋମଗାର୍ଡଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ମାଫିଆ ଗୋଷ୍ଠୀ ।

ସୂଚନା ଅନୁସାରେ, ମଦଭାଟି ଉପରେ ଚଢାଉ ପାଇଁ ଯାଇଥିବା ଅଧିକାରୀଙ୍କ ଟିମ୍‌ରେ ଦୁଇଜଣ ASI ପାହ୍ୟାର ଅଧିକାରୀ ଏବଂ 6ଜଣ ହୋମଗାର୍ଡ କର୍ମଚାରୀ ଥିଲେ । ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ନିକଟରୁ ମଦ ଜବତ କରିବା ପରେ ତାଙ୍କୁ ଗିରଫ କରି ଥାନାକୁ ଆଣୁଥିଲା ଏହି ଟିମ । ଏହି ଖବର ମିଲିବା ପରେ ଗୋଷ୍ଠୀର ଅନ୍ୟ ସଦସ୍ୟମାନେ ଏହି ଟିମ ଉପରେ ଅତର୍କିତ ଅକ୍ରମଣ କରିଥିଲେ ।

ଏଥିରେ ଅନ୍ୟ ସଦସ୍ୟମାନେ ଧାଇଁ ପଳାଇ ପ୍ରାଣ ବଞ୍ଚାଇଥିବା ବେଳେ 55 ବର୍ଷୀୟ ହୋମଗାର୍ଡ ହୃଦୟ ନାରାୟଣ ରାୟ ମାଫିଆଙ୍କ ଗୋଷ୍ଠୀ ଦ୍ବାରା ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲା । ନିସ୍ତୁକ ପିଟିବା ପରେ ତାଙ୍କୁ ରାସ୍ତାରେ ଫିଙ୍ଗିଦେଇ ମାଫିଆ ଗୋଷ୍ଠୀ ଫେରାର ହୋଇଯାଇଥିଲେ । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-ବିହାରରେ ଯୁବତୀ ଓ ପ୍ରେମିକକୁ ଉଲଗ୍ନ କରି ମାଡ ଘଟଣା, ନୀତିଶ କୁମାରଙ୍କ ଇସ୍ତଫା ଦାବି କଲା ବିଜେପି

ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ପୋଲିସ ଟିମ ହସ୍ପିଟାଲରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ମାଫିଆ ଓ ଆକ୍ରମଣରେ ସାମିଲ ଗ୍ରାମବାସୀ ଫେରାର ହୋଇଯାଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ସ୍ଥାନୀୟ ଏସପି କହିଛନ୍ତି । ସମଗ୍ର ବିହାରରେ ମଦ ବ୍ୟାନ ହୋଇଥିଲେ ସୁଦ୍ଧା ମଦମୃତ୍ୟୁ ଓ ମଦ ମାଫିଆଙ୍କ ଆତଙ୍କରାଜ ନୀତିଶ ସରକାରଙ୍କ ବ୍ୟାନ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ପଦାରେ ପକାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details