ଓଡିଶା

odisha

ETV Bharat / bharat

ପନ୍ତଙ୍କ ଘର ଆଗରେ ଖୁଣ୍ଟ ପୋତିଲା ରେଳ ବିଭାଗ, ଜାଣନ୍ତୁ କାରଣ - ପନ୍ତଙ୍କ ଘର ସାମ୍ନାରେ ଖୁଣ୍ଟ ପୋତା ଯାଇଛି

କ୍ଷତିଗ୍ରସ୍ତ ହେଲା ଋଷଭ ପନ୍ତଙ୍କ ଘର । ରେଳ ବିଭାଗ ପକ୍ଷରୁ ଉତ୍ତରାଖଣ୍ଡ ରୁଡ୍‌କି ଅଞ୍ଚଳସ୍ଥିତ ଅଶୋକ ନଗରରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । କ୍ରିକେଟର ଋଷଭ ପନ୍ତଙ୍କ ଘର ସାମ୍ନାରେ ଖୁଣ୍ଟ ପୋତା ଯାଇଛି । ଋଷଭ ପନ୍ତଙ୍କ ଘର ସାମ୍ନା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ଅଧିକ ପଢ଼ନ୍ତୁ

Cricketer Rishabh Pants house affected under anti encroachment drive in Roorkee
ଜବରଦଖଲକାରୀଙ୍କୁ ଉଚ୍ଛେଦ କଲା ରେଳ ବିଭାଗ, କ୍ଷତିଗ୍ରସ୍ତ ହେଲା ଋଷଭ ପନ୍ତଙ୍କ ଘର

By

Published : Dec 15, 2022, 10:28 PM IST

Updated : Dec 15, 2022, 10:57 PM IST

ଡେରାଡୁନ: କ୍ଷତିଗ୍ରସ୍ତ ହେଲା ଋଷଭ ପନ୍ତଙ୍କ ଘର । ରେଳ ବିଭାଗ ପକ୍ଷରୁ ଉତ୍ତରାଖଣ୍ଡ ରୁଡ୍‌କି ଅଞ୍ଚଳସ୍ଥିତ ଅଶୋକ ନଗରରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଉଚ୍ଛେଦ ପରେ ରେଳ ବିଭାଗ ପକ୍ଷରୁ ସମ୍ପୃକ୍ତ ସ୍ଥାନରେ ଖୁଣ୍ଟ ପୋତା ଯାଇଛି । ଏହି ସବୁ ଖୁଣ୍ଟ ଲଗାଇ ଏହାକୁ କ୍ଷତି ନପହଞ୍ଚାଇବାକୁ ଚେତାବନୀ ଦେଇଛି । ଏଭଳି କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହିଭଳି ଭାବରେ କ୍ରିକେଟର ଋଷଭ ପନ୍ତଙ୍କ ଘର ସାମ୍ନାରେ ମଧ୍ୟ ରେଳ ବିଭାଗ ପକ୍ଷରୁ ଖୁଣ୍ଟ ପୋତା ଯାଇଛି ।

ଜବରଦଖଲକାରୀଙ୍କୁ ଉଚ୍ଛେଦ କଲା ରେଳ ବିଭାଗ, କ୍ଷତିଗ୍ରସ୍ତ ହେଲା ଋଷଭ ପନ୍ତଙ୍କ ଘର

ଧାଣ୍ଡେରା ରେଳଷ୍ଟେସନ ଦକ୍ଷିଣ ଭାଗରେ ଥିବା କିଛି ଜମିକୁ କବ୍‌ଜା କରି ବସିଥିଲେ କିଛି ଜବରଦଖଲକାରୀ । କେତେକ ସ୍ଥାନରେ ଜବରଦଖଲକାରୀ ପାର୍କିଂସ୍ଥଳ ନିର୍ମାଣ କରିଥିଲେ । ଖାଲି ସେତିକି ନୁହେଁ କେତେକ ସ୍ଥାନକୁ ଡମ୍ପିଂୟାର୍ଡ ଭାବରେ ମଧ୍ୟ ବ୍ୟବହାର କରାଯାଉଥିଲା । ଏହାପରେ ବର୍ତ୍ତମାନ ରେଳ ବିଭାଗ ଜମିରେ ଅନେକ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିଲା ।

ଏହାପୂର୍ବରୁ ଏହି ସବୁ ସ୍ଥାନରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାକୁ ଯୋଜନା କରିଥିଲା ରେଳ ବିଭାଗ । କିନ୍ତୁ ଆବଶ୍ୟକ ମାନବସମ୍ବଳ ନଥିବାରୁ ଏହି ଯୋଜନାକୁ ସ୍ଥଗିତ ରଖିଥିଲା । କିନ୍ତୁ ବୁଧବାର କଡ଼ା ବିରୋଧ ମଧ୍ୟରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ପରେ ଏହି ସବୁ ସ୍ଥାନରେ ରେଳ ବିଭାଗ ଖୁଣ୍ଟ ପୋତିଛି । ଏହି କ୍ରମରେ କ୍ରିକେଟର ଋଷଭ ପନ୍ତଙ୍କ ଘର ସାମ୍ନାରେ ମଧ୍ୟ ଖୁଣ୍ଟ ପୋତା ଯାଇଛି । ଋଷଭ ପନ୍ତଙ୍କ ଘର ସାମ୍ନା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଏହାକୁ ନେଇ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ଜବରଦଖଲକାରୀଙ୍କୁ ଉଚ୍ଛେଦ ପରେ ଖୁଣ୍ଟ ପୋତାଯାଇଛି । ଉଚ୍ଛେଦ ନେଇ ଜବରଦଖଲକାରୀଙ୍କୁ ଅନେକ ଥର ନୋଟିସ କରାଯାଇଥିଲା । କିନ୍ତୁ ଏହାକୁ ସେମାନେ ବେଖାତିର କରିଥିଲେ । ବାଧ୍ୟ ହୋଇ ଆମେ ଆଜି ଉଚ୍ଛେଦ କରିଛୁ ।"

Last Updated : Dec 15, 2022, 10:57 PM IST

ABOUT THE AUTHOR

...view details