କୋଲକାତା: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ 2021ରେ ଯୁବ ନେତାମାନଙ୍କୁ ପ୍ରାଧାନ୍ୟ ଦେବ ସିପିଆଇଏମ । ରାଜ୍ୟରେ ଅନେକ ଆସନରେ ଯୁବ ଚେହେରା ମାନଙ୍କୁ ନିର୍ବାଚନ ରଣଭୂମିକୁ ଓହ୍ଲାଇବାକୁ ଦଳ ସୁଯୋଗ ଦେବ ବୋଲି ଜଣାପଡିଛି । ସେହି କ୍ରମରେ ଓଶି ଘୋଷ ଏବଂ ଦୀପ୍ସିତା ଧରଙ୍କୁ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
ଓଷି ଘୋଷ ଏବଂ ଦୀପିତା ଧର ରାଜ୍ୟରେ କିଛିଦିନ ହେଲା ନିର୍ବାଚନୀ ପ୍ରଚାରରେ ସକ୍ରିୟ ଭୂମିକା ତୁଲାଇଥିବା ଦେଖାଯାଇଛି । ବିଭିନ୍ନ ସଭା ଓ ରାଲିରେ ଦୁହେଁ ଆଗ ଧାଡ଼ିରେ ଥିବା ମଧ୍ୟ କିଛି ଦିନ ମଧ୍ୟରେ ନଜର ଆସିଥିବା ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ହୋଇଥିବା ନିର୍ବାନଚୀ ହିଂସାରେ ସେ ଆହତ ହୋଇଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା । ଉଭୟଙ୍କୁ ଦଳ ପକ୍ଷରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ସୁଯୋଗ ଦେଇପାରେ । ଦୁଇ ଯୁବ ନେତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଥିବା କଥା ମଧ୍ୟ ନିଜେ ଦଳର ଅଧ୍ୟକ୍ଷ ବିମନ ବାସୁ କହିସାରିଛନ୍ତି ।