ଓଡିଶା

odisha

By

Published : Jan 13, 2023, 8:35 PM IST

ETV Bharat / bharat

Puducherry Shocker: ଗାଈ ସହ ଅପ୍ରାକୃତିକ ଦୁଷ୍କର୍ମ, ଗଲା ଜୀବନ

ପୁଡୁଚେରୀରେ ନିରୀହ ପଶୁକୁ ଯୌନ ନିର୍ଯାତନା । ଗାଈ ସହ ଅପ୍ରାକୃତିକ ଉପାୟରେ ଦୁଷ୍କର୍ମ ଯୋଗୁଁ ନିରୀହ ଜୀବର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ପୁଡୁଚେରୀ:ଗାଈ ସହ ଅମାନବୀୟ କାଣ୍ଡ । ଗଞ୍ଜେଇ ଖାଇ ଗୋମାତା ସହ ଅପ୍ରାକୃତିକ ଭାବେ ଦୁଷ୍କର୍ମ କରିବା ପରେ ଏହି ନିରୀହ ପ୍ରାଣୀର ମୃତ୍ୟୁ ଘଟିଛି । ପୁଡୁଚେରୀ ୟାନାମା ଅଞ୍ଚଳରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା । ପୋଲିସର ସୂଚନା ଅନୁସାରେ ଗାଈଟି ହାତଗୋଡ଼ା ଅବସ୍ଥାରେ ଠାବ ହୋଇଥିଲା । ତେବେ ଶ୍ବାସରୁଦ୍ଧ ଯୋଗୁଁ ତାର ମୃତ୍ୟୁ ଘଟିଥିବା ପୋଲିସ କହିଛି । ବୁଧବାର ଗାଈଟି ଚରିବା ଲାଗି ଯାଇଥିବା ବେଳେ ଏଭଳି ଅମାନବୀୟ କାଣ୍ଡର ଶିକାର ହୋଇଥିଲା ।

ଏହି ଗାଈର ମାଲିକଙ୍କ ନାମ ପୋଗାକୁ ଈଶ୍ବର ରାଓ ବୋଲି ଜଣାପଡ଼ିଛି । ରାଓଙ୍କ କହିବାନୁସାରେ ଯେତେବେଳେ ଗୁରୁବାର ସକାଳେ ଗାଈକୁ ଖୋଜିବା ଲାଗି ଯାଇଥିବା ବେଳେ ଗାଈକୁ ମୃତ ଦେଖିଥିଲେ । ଗାଈଟିର ମୃତ୍ୟୁର କାରଣ ସମ୍ପର୍କରେ ସେ ଜାଣିପାରିନଥିଲେ । ଏ ନେଇ ସେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସର କହିବାନୁସାରେ ଗାଈର ହାତଗୋଡ ବନ୍ଧାଯିବା ଅବସ୍ଥାରେ ଠାବ ହୋଇଥିଲା । ଗାଈର ମୃତଦେହ ପଡ଼ିଥିବା ସ୍ଥାନରୁ କିଛି ଦୂରରେ ଗଞ୍ଜେଇ ସେବନ କରିଥିବା କିଛି ସାମଗ୍ରୀ ମିଳିଥିଲା ।

ଏହା ବି ପଢନ୍ତୁ- Joshimath Subsidence: ଘର ଆଗରେ ଛକି ଚିହ୍ନ ଭାଙ୍ଗିଲା ଜ୍ୟୋତିଙ୍କ ସ୍ବପ୍ନ, ବିବାହ ପାଇଁ ଚିନ୍ତାରେ ପରିବାର

ତେବେ ନିଶାଦ୍ରବ୍ୟ ସେବନ କରି ଏହି ନିରୀହ ପଶୁକୁ ଯୌନ ନିର୍ଯାତନା ଦିଆଯାଇଥିବ ପୋଲିସ ସନ୍ଦେହ କରିଥିଲା । ଏ ନେଇ ପୁଡୁଚେରୀ ଭେଟେରିନାରୀ ଅଫିସର କାଦିରସେନ କହିଛନ୍ତି ଯେ ଗାଈଟିର ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥାଇପାରେ । ପଶୁକୁ ଯୌନ ନିର୍ଯାତନା ଦେବା ଏକ ଗମ୍ଭୀର ଅପରାଧ । ଗାଈର ମାଲିକ ପୋଗାକୁ ପୋଲିସ ନିକଟରେ ଏ ନେଇ ଅଭିଯୋଗ କରିବା ସହିତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଲାଗି ଦାବି କରିଛନ୍ତି । ଏହାସହିତ ଘଟଣା ଘଟିଥିବା ସ୍ଥାନରେ ପାଟ୍ରୋଲିଂ କରିବାକୁ ସେ ପୋଲିସ ନିକଟରେ ନିବେଦନ କରିଛନ୍ତି ।

ଫଳରେ ଆଗକୁ ଏପରି ଘଟଣା ଯେପରି ନ ଘଟେ । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଗତ ବୁଧବାର ଏହି ନିରୀହ ପଶୁଟି ଚରିବାକୁ ଯାଇଥିବା ବେଳେ ଘରକୁ ଫେରିନଥିଲା । ଏହାପରେ ମାଲିକ ପୋଗାକୁ ନିଜର ପାଳିତ ପଶୁକୁ ଖୋଜି ଖୋଜି ଯାଇଥିଲେ । ଏହାପରେ ଗାଈର ଗୋଡ଼ ହାତ ବନ୍ଧା ହୋଇଥିବା ବେଳେ ସେ ଅଚେତ ଅବସ୍ଥାରେ ପଡ଼ିଥିଲା । ଏହାପରେ ସେ ପୋଲିସକୁ ଖବର ଦେଇଥିଲେ ।

ABOUT THE AUTHOR

...view details