ଭୋପାଳ:ଦେଶରେ ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆରମ୍ଭ ହେବା ପର ଠାରୁ ଅନେକ ଥର ଦୁର୍ଘଟଣାଗ୍ରସ୍ତ ହେବାର ଖବର ସାମ୍ନାକୁ ଆସିଛି । ପୁଣି ଥରେ ଗତକାଲି(ଗୁରୁବାର) ମଧ୍ୟପ୍ରଦେଶର ଗ୍ବାଲିୟରରେ ଦୁର୍ଘଟଣା ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ । ଗାଈକୁ ଧକ୍କା ଦେବାରୁ ଟ୍ରେନର ବୋନେଟ ଖୋଲିଯାଇଥିବା ବେଳେ ଆଗ ଭାଗ ପୁରା ଭାଙ୍ଗିଯାଇଥିବା ଦେଖାଦେଇଛି । ଏହି ଘଟଣା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିବା ବେଳେ ଗ୍ବାଲିୟର ଷ୍ଟେସନରେ ୧୫ରୁ ୨୦ ମିନିଟ୍ ଅଟକି ରହିଥିଲା ଟ୍ରେନ । ଏହି ବନ୍ଦେ ଭାରତ ନୂଆଦିଲ୍ଲୀରୁ ଭୋପାଳର ରାନୀ କମଲାବତୀ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତାୟତ କରୁଛି ।
ସୂଚନାଅନୁସାରେ, ଗୁରୁବାର ବନ୍ଦେ ଭାରତ ଏକ୍ସପ୍ରେସ ଦିଲ୍ଲୀରୁ ଭୋପାଳ ଫେରୁଥିବା ବେଳେ ଗ୍ବାଲିୟର ଷ୍ଟେସନ ନିକଟରେ ଏକ ଗାଈ ସହ ଧକ୍କା ହୋଇଥିଲା । ସନ୍ଧ୍ୟା ପ୍ରାୟ ୬.୧୫ ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଫଳରେ ଟ୍ରେନର ବୋନେଟ ଭାଙ୍ଗିଯିବାରୁ ଗ୍ବାଲିୟର ଷ୍ଟେସନରେ ୧୫ରୁ ୨୦ ମିନିଟ ଅଟକି ରହିଥିଲା ଟ୍ରେନ । ତେବେ ସବୁଠାରୁ ବଡକଥା ହେଲା ଟ୍ରେନଟି ଗାଈ ସହ ଧକ୍କା ହେବା ସମୟରେ ବେଗ କମ ରହିଥିଲା । ଏକ ଷ୍ଟେସନ ଛାଡୁଥିବାରୁ ଟ୍ରେନର ବେଗ କମ ରହଥିବାରୁ ବିଶେଷ କ୍ଷୟକ୍ଷତି ହୋଇନଥିଲା । ଦୁର୍ଘଟଣାକୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ ଜମିଥିବା ବେଳେ ଲୋକେ ମଧ୍ୟ ଭୟଭୀତ ହୋଇଥିଲେ । ରେଲଓ୍ବେର ବୈଷୟିକ ଟିମ ଦ୍ବାରା ବନ୍ଦେ ଭାରତ ଏକ୍ସପ୍ରେସର ବୋନେଟ ଠିକ କରିବା ପରେ ପୁଣି ଥରେ ଯାତ୍ରା ଆରମ୍ଭ କରିଥିଲା ।