ଓଡିଶା

odisha

ETV Bharat / bharat

ଏଣିକି 2 ମାସ ବ୍ୟବଧାନରେ ନେଇପାରିବେ କୋଭିସିଲ୍ଡ ଭ୍ୟାକ୍ସିନର ଦ୍ବିତୀୟ ଡୋଜ - କୋଭିସିଲ୍ଡ ଭ୍ୟାକ୍ସିନ

କୋଭିସିଲ୍ଡ ଭ୍ୟାକ୍ସିନର ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନ ବଢାଇବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କୋଭିସିଲ୍ଡର ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ଏବେ ଅତିକମରେ 6ରୁ 8 ସପ୍ତାହର ବ୍ୟବଧାନ ରହିବ । ଅଧିକ ପଢନ୍ତୁ...

ଏବେ 2 ମାସ ପରେ ଲାଗିବ କୋଭିସିଲ୍ଡ ଭ୍ୟାକ୍ସିନର ଦ୍ବିତୀୟ ଡୋଜ
ଏବେ 2 ମାସ ପରେ ଲାଗିବ କୋଭିସିଲ୍ଡ ଭ୍ୟାକ୍ସିନର ଦ୍ବିତୀୟ ଡୋଜ

By

Published : Mar 22, 2021, 4:20 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ବିରୋଧରେ ଜାରି ଲଢେଇ ମଧ୍ୟରେ ଦେଶରେ ଦୃତଗତିରେ ଚାଲିଛି ଭ୍ୟାକ୍ସିନ କାମ । ଏହାରି ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଗୁରୁତ୍ବପୂର୍ଣ୍ଣ ଆଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ଏବେ କୋଭିସିଲ୍ଡ ଭ୍ୟାକ୍ସିନର ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନ ବଢାଇବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କୋଭିସିଲ୍ଡର ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ଏବେ ଅତିକମରେ 6ରୁ 8 ସପ୍ତାହର ବ୍ୟବଧାନ ରହିବ । ଏହାପୂର୍ବରୁ ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନ ଥିଲା 28 ଦିନ । ଅର୍ଥାତ ଏବେ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ପାଖାପାଖି 2 ମାସ ବଢାଇ ଦିଆଯାଇଛି ।

NTAGI ଓ ଭ୍ୟାକ୍ସିନ ବିଶେଷଜ୍ଞଙ୍କ ଗ୍ରୁପର ଅନୁସନ୍ଧାନ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦାବି କରାଯାଉଛି ଯେ ଯଦି ଭ୍ୟାକ୍ସିନର ଦ୍ବିତୀୟ ଡୋଜ 6ରୁ 8 ସପ୍ତାହ ମଧ୍ୟରେ ଦିଆଯାଉଛି ତେବେ ଏହା ଅଧିକ ଲାଭଦାୟକ ହେବ । କୋଭିସିଲ୍ଡ ଭ୍ୟାକ୍ସିନ ପୁଣେର ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ତିଆରି କରାଯାଇଛି । ଭାରତରେ ସବୁଠୁ ଅଧିକ ଏହି ଭ୍ୟାକ୍ସିନ ବ୍ୟବହୃତ ହେଇଛି ।

ABOUT THE AUTHOR

...view details