ଓଡିଶା

odisha

ETV Bharat / bharat

ଜୋରସୋରରେ ଚାଲିଛି କୋଭିସିଲ୍ଡ ଟିକା ଉତ୍ପାଦନ: ଆଦର ପୁନାୱାଲା - ଆଦର ପୁନାୱାଲା

ପୁଣେରେ ଜୋରସୋରରେ କୋଭିସିଲ୍ଡ ଟିକା ଉତ୍ପାଦନ ଚାଲିଛି ବୋଲି ସେରମ ଇନଷ୍ଟିଚ୍ୟୁଟ ଆଦର ପୁନାୱାଲା କହିଛନ୍ତି । ଅଧିକ ପଢନ୍ତୁ...

ଜୋରସୋରରେ ଚାଲିଛି କୋଭିସିଲ୍ଡ ଟିକା ଉତ୍ପାଦନ: ଆଦର ପୁନାୱାଲା
ଜୋରସୋରରେ ଚାଲିଛି କୋଭିସିଲ୍ଡ ଟିକା ଉତ୍ପାଦନ: ଆଦର ପୁନାୱାଲା

By

Published : May 2, 2021, 11:15 AM IST

ମୁମ୍ବାଇ: ମହାରାଷ୍ଟ୍ରର ପୁଣେଠାରେ କୋଭିସିଲ୍ଡ ଟିକା ଉତ୍ପାଦନ ସୁରୁଖୁରୁରେ ଚାଲିଛି ବୋଲି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା ଶନିବାର ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଇନଷ୍ଟିଚ୍ୟୁଟର ପାର୍ଟନର ଓ ଷ୍ଟେକହୋଲ୍ଡରଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଟିକା ଉତ୍ପାଦନର ସମୀକ୍ଷା କରିବା ପାଇଁ କିଛି ଦିନ ମଧ୍ୟରେ ସିଇଓ ପୁନାୱାଲା ଲଣ୍ଡନରୁ ଭାରତକୁ ଫେରୁଛନ୍ତି ବୋଲି ସୂଚନା ଦେଇଛନ୍ତି ।

ପୁନାୱାଲା ଭାରତ ଫେରୁଛନ୍ତି ବୋଲି ନିଜ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାରି ମଧ୍ୟରେ ପୁନାୱାଲା କୋଭିସିଲ୍ଡ ଟିକାର ମୂଲ୍ୟକୁ 400ଟଙ୍କାରୁ 300ଟଙ୍କାକୁ ହ୍ରାସ କରାଯାଇଛି । ପୂର୍ବରୁ କୋଭିସିଲ୍ଡ ଟିକା ଯୋଗାଇବା ପାଇଁ ପୁନାୱାଲାଙ୍କୁ ବିଭିନ୍ନ ଦଳ ଧମକାଉଥିବା ସେ ଅଭିଯୋଗ କରିଥିଲେ । ଏଥିପାଇଁ ଗୃହ ମନ୍ତ୍ରଣାଳୟ ପୁନାୱାଲାଙ୍କୁ ସିଆରପିଏଫ ଯବାନଙ୍କ ଯୋଗେ 'y' ସିକ୍ୟୁରିଟି ଯୋଗାଇ ଦେଇଛନ୍ତି ।

ସେପଟେ କୋଭିସିଲ୍ଡ ଟିକା ଉତ୍ପାଦନର ପରିମାଣ ବଢାଇବା ସମ୍ପର୍କରେ ଯୋଜନା କରିବା ପାଇଁ ସେ ଲଣ୍ଡନ ଯାଇଥିବା କହିଛନ୍ତି । ଉତ୍ପାଦନ କ୍ଷମତା ବଢାଇବା ପାଇଁ ଦେଶ ବାହାରେ ମଧ୍ୟ ଉତ୍ପାଦନ କରିବା ପାଇଁ ସେ ଯୋଜନା କରିଥିଲେ । ସେରମ ଇନଷ୍ଟିଚ୍ୟୁଟ ଚଳିତ ବର୍ଷ ଜାନୁଆରୀ ମାସରେ ଅକ୍ସଫୋର୍ଡ ଓ ଆସ୍ଟ୍ରାଜେନିକା ଟିକା ଉତ୍ପାଦନ କ୍ଷମତାକୁ 1.5 ବିଲିୟନରୁ 2.5 ବିଲିୟନ ବା 25 କୋଟିକୁ ବୃଦ୍ଧି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details