ଓଡିଶା

odisha

ETV Bharat / bharat

‘Covaxin ଅପେକ୍ଷା ଅଧିକ ଆଣ୍ଟିବଡି ତିଆରି କରୁଛି Covishield’ - Covishield

କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ଅଧିକ ଆଣ୍ଟିବଡି ତିଆରି କରୁଥିବା COVATର ଏକ ପ୍ରାଥମିକ ପରୀକ୍ଷାରୁ ଜଣାପଡିଛି । ଅଧିକ ପଢନ୍ତୁ...

କୋଭାକ୍ସିନ ଓ କୋଭିସିଲ୍ଡ
କୋଭାକ୍ସିନ ଓ କୋଭିସିଲ୍ଡ

By

Published : Jun 7, 2021, 10:15 AM IST

ନୂଆଦିଲ୍ଲୀ: କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ଅଧିକ ଆଣ୍ଟିବଡି ତିଆରି କରୁଥିବା COVATର ଏକ ପ୍ରାଥମିକ ପରୀକ୍ଷାରୁ ଜଣାପଡିଛି । ଏହି ପରୀକ୍ଷାରେ ଏହି ଦୁଇ ଭ୍ୟାକ୍ସିନର ଉଭୟ ଡୋଜ ନେଇ ସାରିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯାଇଛି ।

କୋଭାକ୍ସିନର ପ୍ରଥମ ଡୋଜ ପରେ କୋଭିସିଲ୍ଡ ନେଇଥିବା ବ୍ୟକ୍ତିଙ୍କର ଆଣ୍ଟି-ସ୍ପାଇକ ଆଣ୍ଟିବଡି ପାଇଁ ସେରୋପଜିଟିଭିଟି ହାର ଅଧିକ ରହିଥିବା ପରୀକ୍ଷା ପରେ ଦାବି ହୋଇଛି । ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର ଦୁଇ ଡୋଜ ପରେ ପ୍ରତିକ୍ରିୟା ମିଳିଛି । ମାତ୍ର କୋଭିସିଲ୍ଡରେ ଆଣ୍ଟିବଡି ସ୍ପାଇକ ଓ ସେରୋପଜିଟିଭିଟି ହାର ଅଧିକ ରହିଛି ।

552ଜଣ HCWଙ୍କ ମଧ୍ୟରେ 325ପୁରୁଷ ଓ 227ଜଣ କୋଭିସିଲ୍ଡ ଓ କୋଭାକ୍ସିନର ପ୍ରଥମ ଡୋଜ ଟିକା ନେଇଛନ୍ତି । ମୋଟାମୋଟି 79.3 ପ୍ରତିଶତଙ୍କ ମଧ୍ୟରେ ପ୍ରଥମ ଡୋଜ ପରେ ସେରୋପଜିଟିଭିଟି ଦେଖାଦେଇଥିବା ଅଧ୍ୟୟନରୁ ଜଣାପଡିଛି । ପ୍ରଥମ ଡୋଜର 21 ଦିନ କିମ୍ବା ତା’ଠାରୁ ଅଧିକ ସମୟ ମଧ୍ୟରେ ଦ୍ବିତୀୟ ଡୋଜର 6 ମାସ ପରେ ଆଣ୍ଟିବଡିର ମୂଲ୍ୟାୟନ କରାଯାଇଥାଏ । ଉଭୟ ଭ୍ୟାକ୍ସନ ଭଲ ପତିରକ୍ଷା ପ୍ରତିକ୍ରିୟା ଦେଖାଉଥିବା କଥା କହିଛି COVAT । ଉଭୟ ଭ୍ୟାକ୍ସିନ ସୁରକ୍ଷାତ ଏବଂ ପ୍ରଭାବଶାଳୀ ବୋଲି କହିଛି COVAT ।

@ANI

ABOUT THE AUTHOR

...view details