ନୂଆଦିଲ୍ଲୀ:କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କଲା ସେରମ ଇନଷ୍ଟିଚ୍ୟୁଟ । ଖୋଲା ବଜାରରେ ଟିକା ବିକ୍ରି ପାଇଁ ଦର ଧାର୍ଯ୍ୟ କରିଛି କମ୍ପାନୀ । ଡୋଜ ପିଛା ରାଜ୍ୟ ସରକାର 400 ଟଙ୍କା ଦେବେ । ସେହିପରି ଘରୋଇ ହସ୍ପିଟାଲକୁ ଡୋଜ ପିଛା 600 ଟଙ୍କା ଦେବାକୁ ପଡିବ । ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ଏନେଇ ଘୋଷଣା କରିଛନ୍ତି ।
ପୁନୱାଲା କହିଛନ୍ତି, କେନ୍ଦ୍ର ସରକାରଙ୍କ 50 ପ୍ରତିଶତ ଟୀକାକରଣ କାର୍ଯ୍ୟକ୍ରମ ଅନୁସାରେ, ରାଜ୍ୟ ସରକାର ଏବଂ ଖୋଲା ବଜାରକୁ 50% ଡୋଜ ଯୋଗାଇବାକୁ ଅନୁମତି ଦେଇଛି କେନ୍ଦ୍ର । କୋଭିସିଲ୍ଡର ମୂଲ୍ୟ ବିଶ୍ବ ବଜାରରେ ଅପେକ୍ଷାକୃତ କମ ରହିଛି। ଆମେରିକାରରେ କୋରୋନା ଗୋଟିଏ ଡୋଜ 1500 ଟଙ୍କା ରହିଛି । ରୁଷିଆ ଓ ଚାଇନାରେ ଏହାର ମୂଲ୍ୟ 750 ଟଙ୍କା ।