ଓଡିଶା

odisha

ରାଜ୍ୟକୁ କେନ୍ଦ୍ରର ନୋଟିସ: 18 ବର୍ଷରୁ କମ୍‌ ଓ ଗର୍ଭବତୀଙ୍କୁ ଦିଆଯିବନି ଟିକା

ଟୀକାକରଣର ଦିନକ ପୂର୍ବରୁ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଜାରି ହେଲା ନୋଟିସ । 18 ବର୍ଷରୁ କମ୍, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆମାନଙ୍କୁ ଦିଆଯିବନି କୋରୋନା ଟିକା ।

By

Published : Jan 15, 2021, 11:25 AM IST

Published : Jan 15, 2021, 11:25 AM IST

ରାଜ୍ୟକୁ କେନ୍ଦ୍ରର ନୋଟିସ:  18 ବର୍ଷରୁ କମ୍‌ ଓ ଗର୍ଭବତୀ ମହିଳାଙ୍କୁ ଦିଆଯିବନି ଟିକା
ରାଜ୍ୟକୁ କେନ୍ଦ୍ରର ନୋଟିସ: 18 ବର୍ଷରୁ କମ୍‌ ଓ ଗର୍ଭବତୀ ମହିଳାଙ୍କୁ ଦିଆଯିବନି ଟିକା

ନୂଆଦିଲ୍ଲୀ: ଶନିବାର ଠାରୁ ଦେଶବ୍ୟାପୀ କରାଯିବ ଟୀକାକରଣ । ଏହା ପୂର୍ବରୁ ସମସ୍ତ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଜାରି ହେଲା ନୋଟିସ । 18 ବର୍ଷରୁ କମ୍‌, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କୁ ଦିଆଯିବନି କୋରୋନା ଟିକା ।

ରାଜ୍ୟକୁ କେନ୍ଦ୍ରର ନୋଟିସ: 18 ବର୍ଷରୁ କମ୍‌ ଓ ଗର୍ଭବତୀ ମହିଳାଙ୍କୁ ଦିଆଯିବନି ଟିକା

ଜାନୁଆରୀ 16ରୁ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଥିବାବେଳେ ଦିନ 11ଟାରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପିଏମ ମୋଦି ଟୀକାକରଣ ପାଇଁ ପ୍ରସ୍ତୁତ କୋୱିନ ଆପ୍‌କୁ ମଧ୍ୟ ଲଞ୍ଚ କରିବେ ।

ପ୍ରଥମ ପର୍ଯ୍ୟାୟରେ ଆଗ ଧାଡିର କୋଭିଡ ଯୋଦ୍ଧା ତଥା ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିରେ ସାମିଲ କରାଯିବ । ଏହା ପରେ ଜରୁରୀକାଳୀନ କର୍ମଚାରୀଙ୍କ ଟୀକାକରଣ ହେବ । ତୃତୀୟ ପର୍ଯ୍ୟାୟରେ କୋରୋନା ସଂକ୍ରମିତଙ୍କୁ ଦିଆଯିବ ଟିକା । କୋଭିଡ ଟିକାର ଦୁଇଟି ଡୋଜ 28 ଦିନ ବ୍ୟବଧାନରେ ଦିଆଯିବ । ଦ୍ବିତୀୟ ଡୋଜ ଦିଆଯିବାର 14 ଦିନ ପରେ ଆଣ୍ଟିବଡି ସୃଷ୍ଟି ହେବ । ଟିକାକରଣର ସମ୍ପୂର୍ଣ୍ଣ ପ୍ରଣାଳୀର ସୂଚନା ପାଇଁ କୋୱିନ ଲଞ୍ଚ କରାଯିବ । ତେବେ ଟୀକାକରଣ ପାଇଁ ପ୍ରତ୍ୟେକ ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ।

ସରକାର ସେରମ ଇନଷ୍ଟିଚ୍ୟୁଟରୁ 1.1 କୋଟି ଡୋଜ ଓ ଭାରତ ବାୟୋଟେକରୁ 55 ଲକ୍ଷ ଡୋଜ କିଣିବା ନେଇ ଚୁକ୍ତି ଉପରେ ହସ୍ତାକ୍ଷର କରିଛନ୍ତି । ତେବେ ଆଗାମୀ 6 ରୁ 8 ମାସ ମଧ୍ୟରେ ବିପଦ ସମ୍ପନ୍ନ ପରିସ୍ଥିତିରେ କାମ କରୁଥିବା 30 କୋଟିରୁ ଉର୍ଦ୍ଧ୍ବ ଜଣଙ୍କୁ ଟିକା ଦିଆଯିବା ନେଇ ଅଧିକାରୀମାନେ ଲକ୍ଷ୍ୟ ରଖିଛନ୍ତି ।

ABOUT THE AUTHOR

...view details