ଓଡିଶା

odisha

ETV Bharat / bharat

ଟିକା ନେଲେ ହେଉଛି ବନ୍ଧ୍ୟାଦୋଷ... ଖବର କେତେ ସତ ? - କୋରୋନା ଟିକା

କୋରୋନା ଟିକା ବନ୍ଧ୍ୟାଦୋଷ ସୃଷ୍ଟି କରୁଥିବା ଗୁଜବ ପ୍ରଚାରକୁ ଖଣ୍ଡନ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ବନ୍ଧ୍ୟାଦୋଶ ସୃଷ୍ଟି କରେନାହିଁ କୋରୋନା ଟିକା: ସ୍ବାସ୍ଥ୍ୟ ମନ୍ତ୍ରାଳୟ
ବନ୍ଧ୍ୟାଦୋଶ ସୃଷ୍ଟି କରେନାହିଁ କୋରୋନା ଟିକା: ସ୍ବାସ୍ଥ୍ୟ ମନ୍ତ୍ରାଳୟ

By

Published : Jun 26, 2021, 11:50 AM IST

ନୂଆଦିଲ୍ଲୀ:କୋରୋନା ଟିକା ନେଲେ ବନ୍ଧ୍ୟାଦୋଷ ସୃଷ୍ଟି ହେଇଛି । ଏହି ଗୁଜବ ପ୍ରଚାରକୁ ଖଣ୍ଡନ କରି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଟିକା ବନ୍ଧ୍ୟାଦୋଷ ସୃଷ୍ଟି କରେନାହିଁ ।

ଖୁବଶୀଘ୍ର ଭାରତରେ ଆଉ 6ଟି କୋଭିଡ ଟିକା ଉପଲବ୍ଧ ହେବା ନେଇ ମନ୍ତ୍ରଣାଳୟ କହିଛି । ଆମେ ଆଶା କରୁଛୁ ମାସେ ମଧ୍ୟରେ 30ରୁ 35 କୋଟି ଡୋଜ କିଣିବୁ, ଫଳରେ ଗୋଟିଏ ଦିନରେ 10 ନିୟୁତ ଲୋକଙ୍କୁ ଟିକା ଦିଆଯିବ । ନ୍ୟାସନାଲ ଇମ୍ୟୁନାଇଜେସନ ଆଡଭାଇଜରୀ ଗ୍ରୁପର ସଭାପତି ଡାକ୍ତର ନରେନ୍ଦ୍ର କୁମାର ଆରୋରା କହିଛନ୍ତି, ଯେତେବେଳେ ପୋଲିଓ ଟିକା ଭାରତରେ ଦିଆଯାଉଥିଲା ସେତେବେଳେ ଗୁଜବ ପ୍ରଚାର ହୋଇଥିଲା କି ଶିଶୁମାନଙ୍କ ଉପରେ ଏହା ନକାରତ୍ମକ ପ୍ରଭାବ ପକାଇବ।

ସେ ଆହୁରି ମଧ୍ୟ କହିଛନ୍ତି ଏଭଳି ଭୁଲ ତଥ୍ୟ ଟିକା ବିରୋଧୀ ଲବି ବିସ୍ତାର କରିଥାଏ । ମୁଁ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ କରିବାକୁ ଚାହୁଁଛି ଯେ ଏହି ପ୍ରକାରର ଭୁଲ ତଥ୍ୟ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରେ । ଆମର ମୁଖ୍ୟ ଧ୍ୟାନ ହେଉଛି ନିଜକୁ କୋରୋନା ଠାରୁ ରକ୍ଷା କରିବା । ତେଣୁ ସମସ୍ତେ ଆଗକୁ ଯାଇ ଟୀକାକରଣ କରିବା ଉଚିତ।

ଆରୋରା ଆହୁରି କହିଛନ୍ତି ଯେ, ଯଦି ଏକ ଟୀକାକରଣର ପ୍ରଭାବ 80 ପ୍ରତିଶତ ଥାଏ, ତେବେ ଟୀକାକରଣର 20 ପ୍ରତିଶତ ଲୋକ ସାମାନ୍ୟ କୋଭିଡ ଦ୍ବାରା ସଂକ୍ରମିତ ହୋଇପାରନ୍ତି । ସମସ୍ତ ଟିକାର ପାର୍ଶ୍ବ ପ୍ରତିକ୍ରିୟା ପ୍ରତିକ୍ରିୟା ରହିଛି। ଏଥି ମଧ୍ୟରେ ସାମାନ୍ୟ ଜ୍ବର, ଥକାପଣ ଏବଂ ଟିକା ନେଇଥିବା ସ୍ଥାନରେ ଯନ୍ତ୍ରଣା ହୋଇଥାଏ । କିନ୍ତୁ ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରିବ ନାହିଁ।

ପିଲାମାନଙ୍କର ଟୀକାକରଣ ବିଷୟରେ ସେ କହିଛନ୍ତି ଯେ ଦୁଇ ରୁ 18 ବର୍ଷ ବୟସର ପିଲାମାନଙ୍କଠାରେ 18 ବର୍ଷ ବୟସ୍କଙ୍କ ଉପରେ କୋଭାକ୍ସିନ ପରୀକ୍ଷା ଆରମ୍ଭ ହୋଇଛି । ଦେଶର ଅନେକ କେନ୍ଦ୍ରରେ ପିଲାମାନଙ୍କ ଉପରେ ପରୀକ୍ଷା ଚାଲିଛି । ଏହାର ଫଳାଫଳ ଏହି ବର୍ଷ ସେପ୍ଟେମ୍ବରରୁ ଅକ୍ଟୋବର ପର୍ଯ୍ୟନ୍ତ ଆମ ପାଖକୁ ଆସିବ । ପିଲାମାନେ ମଧ୍ୟ ସଂକ୍ରମଣ ହୋଇପାରନ୍ତି, କିନ୍ତୁ ସେମାନେ ଗୁରୁତର ଅସୁସ୍ଥ ହୁଅନ୍ତି ନାହିଁ । ତଥାପି, ଏହି ଜୀବାଣୁ ପିଲାମାନଙ୍କଠାରୁ ଅନ୍ୟକୁ ଯାଇପାରେ। ତେଣୁ ପିଲାମାନଙ୍କୁ ମଧ୍ୟ ଟୀକାକରଣ କରାଯିବା ଉଚିତ୍।

@IANS

ABOUT THE AUTHOR

...view details