ଓଡିଶା

odisha

By

Published : Aug 15, 2021, 10:51 PM IST

ETV Bharat / bharat

'ଅନ୍ୟ ଦେଶ ତୁଳନାରେ ଭାରତରେ କୋଭିଡ ଭ୍ୟାକ୍ସିନର ହୋଇଛି ସୁପରିଚାଳନା'

"କୋଭିଡ ଭ୍ୟାକ୍ସିନ ପରିଚାଳନାରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ମଝବୁତ ରହିଛି ।" ଏକ ସାକ୍ଷାତାକାରରେ ଏହା କହିଛନ୍ତି ଭାରତ ବାୟୋଟେକ୍ ଚେୟାରମେନ୍ କ୍ରୀଷ୍ଣା ଏଲ୍ଲା । ଅଧିକ ପଢ଼ନ୍ତୁ...

'ଅନ୍ୟ ଦେଶ ତୁଳନାରେ ଭାରତରେ କୋଭିଡ ଭ୍ୟାକ୍ସିନର ହୋଇଛି ସୁପରିଚାଳନ'
'ଅନ୍ୟ ଦେଶ ତୁଳନାରେ ଭାରତରେ କୋଭିଡ ଭ୍ୟାକ୍ସିନର ହୋଇଛି ସୁପରିଚାଳନ'

ନୂଆଦିଲ୍ଲୀ:"କୋଭିଡ ଭ୍ୟାକ୍ସିନ ପରିଚାଳନାରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ମଝବୁତ ରହିଛି ।" ଏକ ସାକ୍ଷାତାକାରରେ ଏହା କହିଛନ୍ତି ଭାରତ ବାୟୋଟେକ୍ ଚେୟାରମେନ୍ କ୍ରୀଷ୍ଣା ଏଲ୍ଲା । ଏହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୂଚନା ଦେଇଥିଲେ । ଭାରତରେ ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୫୪ କୋଟି ଲୋକେ କୋଭିଡ ଟିକା ନେଇ ସାରିଥିବା ସେ ସୂଚନା ଦେଇଥିଲେ ।

ଏହାକୁ ନେଇ ଭାରତରେ ଭ୍ୟାକ୍ସିନ ତିଆରି ସଂସ୍ଥାଗୁଡ଼ିକୁ ଧନ୍ୟବାଦ ଦେଇଥିଲେ ମୋଦି । କାରଣ ଏହି ସଂସ୍ଥା ଗୁଡି଼କ ଯୋଗୁଁ ଭାରତକୁ ଭ୍ୟାକ୍ସିନ ପାଇଁ ଅନ୍ୟ କାହା ଉପରେ ନିର୍ଭର ହେବାକୁ ପଡ଼ିନାହିଁ । ଏହାକୁ ନେଇ କ୍ରୀଷ୍ଣା ଏଲ୍ଲା କହିଛନ୍ତି ଯେ, "ଆମେରିକାରେ ଭାରତଠାରୁ ଅଧିକ ଟିକା ପ୍ରସ୍ତୁତ କରାଯାଇଛି । ଏହାସତ୍ତ୍ବେ ସେଠାରେ ମାତ୍ର ୧୬ କୋଟି ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି । କିନ୍ତୁ ଭାରତ ଭଳି ଦେଶରେ ୧୩୦ କୋଟି ଲୋକଙ୍କୁ କୋଭିଡି ଟିକା ଦେବା ସହଜ କଥା ନୁହେଁ । ଏହି ମାମଲାରେ ଭାରତ ଆମେରିକା ସହ ଅନ୍ୟ ଦେଶ ତୁଳନା ଭଲ ପରିଚାଳନା କରିଛି ।"

କ୍ରିଷ୍ଣା ଏଲ୍ଲାଙ୍କ ମତରେ ଭାରତରେ ସୁଲଭ ଦରରେ ଭ୍ୟାକ୍ସିନ ତିଆରି ହେଉଛି । ଏହାସହ ଉପଯୁକ୍ତ ସମନ୍ବୟ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଅଧିକରୁ ଅଧିକ ଲୋକଙ୍କୁ ଆମେ ଭ୍ୟାକ୍ସିନ ଦେଇ ପାରିଛୁ । ଏଥିପାଇଁ ଆମ ପାଖରେ କେବଳ ସୀମିତ ସମୟ ହିଁ ରହିଥିଲା । ଭାରତ ବାୟୋଟେକ ସାରା ଦେଶକୁ କୋଭାକ୍ସିନ ଟିକା ଯୋଗାଇ ଦେଉଥିବା ବେଳେ ଏବେ କୋଭିଡକୁ ମାତ ଦେବାକୁ ଏକ ଇଣ୍ଟ୍ରାନାସାଲ ଭ୍ୟାକ୍ସିନ ମଧ୍ୟ ପ୍ରସ୍ତୁତ କରୁଛି ।

ଆଗାମୀ ଦିନରେ କୋଭାକ୍ସିନ ସହ ଇଣ୍ଟ୍ରାନାସାଲ ଭ୍ୟାକ୍ସିନ ଯୋଗାଇବ ଭାରତ ବାୟୋଟେକ । କୋଭାକ୍ସିନ ନେବା ସହ ଇଣ୍ଟ୍ରାନାସାଲ ଭ୍ୟାକ୍ସିନ ଦିଆଯାଇପାରିବ । ଯାହାଦ୍ବାରା ଶରୀର ରୋଗ ପ୍ରତିରୋଧକ ଶକ୍ତି ଅଧିକ ବୃଦ୍ଧି ହୋଇ ରହି ପାରିବ ବୋଲି କହିଛନ୍ତି ଭାରତ ବାୟୋଟେକ ଚେୟାରମ୍ୟାନ କ୍ରିଷ୍ଣା ଏଲ୍ଲା । ଏକ ସାକ୍ଷାତକାରରେ ଭାରତରେ କୋଭିଡ ପରିଚାଳନାର ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details