ଓଡିଶା

odisha

ETV Bharat / bharat

Vaccination Drive: ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କ ନେବେ କୋର୍ବେଭ୍ୟାକ୍ସ ଟିକା - ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟୀକାକରଣ

ଆଜିଠୁ (ବୁଧବାର) ଦେଶରେ 12ରୁ 14 ବର୍ଷୀୟ କିଶୋରଙ୍କ ପାଇଁ ଆରମ୍ଭ ହେବ ଟୀକାକରଣ ଡ୍ରାଇଭ । ସଦ୍ୟତମ ଭାବେ ବ୍ୟବହାରୀକ ଅନୁମତି ପାଇଥିବା ଭାରତୀୟ ସଂସ୍ଥା ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ ଟିକା କୋର୍ବେଭ୍ୟାକ୍ସକୁ ଏହି ଡ୍ରାଇଭରେ ବ୍ୟବହାର କରାଯିବ । ଅଧିକ ପଢନ୍ତୁ

ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟୀକାକରଣ
ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟୀକାକରଣ

By

Published : Mar 16, 2022, 7:24 AM IST

Updated : Mar 16, 2022, 7:36 AM IST

ନୂଆଦିଲ୍ଲୀ: ଆଜିଠୁ (ବୁଧବାର) ଦେଶରେ 12ରୁ 14 ବର୍ଷୀୟ କିଶୋରଙ୍କ ପାଇଁ ଆରମ୍ଭ ହେବ ଟୀକାକରଣ ଡ୍ରାଇଭ । ସଦ୍ୟତମ ଭାବେ ବ୍ୟବହାରୀକ ଅନୁମତି ପାଇଥିବା ଭାରତୀୟ ସଂସ୍ଥା ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ ଟିକା କୋର୍ବେଭ୍ୟାକ୍ସକୁ ଏହି ଡ୍ରାଇଭରେ ବ୍ୟବହାର କରାଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ଡ୍ରାଇଭ ଆରମ୍ଭ କରିବା ପୂର୍ବରୁ Technical Advisory Group on Immunization (NTAGI)ତାର ଅନୁଧ୍ୟାନ ଜାରି ରଖିଛି । ଆଜିଠୁ ଏହି ଡ୍ରାଇଭ ଆରମ୍ଭ ହେବାକୁ ଥିବାବେଳେ ବର୍ତ୍ତମାନ ବୟସ୍କ ତଥା ୬୦ ବର୍ଷରୁ ଉର୍ଦ୍ଧ୍ବଙ୍କୁ ପ୍ରଦାନ କରାଯାଉଥିବା ପ୍ରିକସନ ବା ବୁଷ୍ଟର ଡୋଜ ପ୍ରଦାନ ବନ୍ଦ ରହିବ । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟ ଭିଡିଓ କନଫରେନ୍ସିଂ ଯୋଗେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି । ଟୀକାକରଣ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କହିଛନ୍ତି । ଟିକା ପ୍ରଦାନ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିବାକୁ ହେବ ।

ବର୍ଷ ୨୦୦୮, ୨୦୦୯ ଏବଂ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମିତ ପିଲା ଏହି ଟିକାର ଦୁଇଟି ଡୋଜ ନେବେ । ଉଭୟ ଡୋଜ ଟିକାର ବ୍ୟବଧାନ ୨୮ ଦିନ ରହିବ । ଟିକା ନେବାକୁ ହେଲେ କୋ-ୱିନ ପୋର୍ଟାଲରେ ନାମ ପଞ୍ଜିକରଣ କରିବାକୁ ପଡିବ । ୨୦୨୧ ମାର୍ଚ୍ଚ ୧ ସୁଦ୍ଧା ଦେଶରେ ଏହି ବୟସରେ ୪ କୋଟି ୭୦ ଲକ୍ଷ ପିଲା ରହିଛନ୍ତି ।

ଗତବର୍ଷ ଜାନୁଆରୀ ୧୬ ରେ ଦେଶବ୍ୟାପୀ କୋଭିଡ ଟୀକାକରଣ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ (HCWs) ଓ ଫେବୃଆରୀ ୨ ତାରିଖରେ ସମ୍ମୁଖ ଯୋଦ୍ଧା (FLWs) ଙ୍କୁ ଟିକା ପ୍ରଦାନ କରାଯାଇଥିଲା । ସେହିପରି ବୟସ୍କ ତଥା ୪୫ ବର୍ଷରୁ ଊର୍ଦ୍ଧ୍ବ ବହୁବିଧ ରୋଗରେ ପିଡୀତଙ୍କୁ ମାର୍ଚ୍ଚ ପହିଲାରୁ ଟୀକାକରଣ ଡ୍ରାଇଭରେ ସାମିଲ କରାଯାଇଥିଲା । ଏପ୍ରିଲ ପହିଲାରୁ ସମସ୍ତ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣରେ ସାମିଲ କରାଯାଇଥିଲା । ମେ’ ପହିଲାରୁ ଦେଶବ୍ୟାପୀ ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 16, 2022, 7:36 AM IST

ABOUT THE AUTHOR

...view details