ମୁମ୍ବାଇ:ମହାରାଷ୍ଟ୍ରରେ କୋଭିଡର ତୃତୀୟ ଲହର ଆଶଙ୍କା ଟଳି ସାରିଛି । ସମଗ୍ର ରାଜ୍ୟରେ କୋଭିଡ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ଏହି ଲହରରେ ମହାରାଷ୍ଟ୍ରର ରାୟଗଡ, ପାଲଘର ଯାହା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ବର୍ତ୍ତମାନ କୌଣସି ଭୟଭୀତ ହେବା ପରି ସ୍ଥିତି ନଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ।
ସ୍ବାସ୍ଥ୍ୟମନ୍ତ୍ରୀ ଟୋପେ ଆହୁରି ମଧ୍ୟ କହିଛନ୍ତି ଯେ ନାସିକ, ନାଗପୁର, ପୁଣେ, ଔରଙ୍ଗାବାଦ ଭଳି ସହରରେ ଏବେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢୁଛି କିନ୍ତୁ ଅତ୍ଯଧିକ ଭୟଭୀତ ହେବାର କାରଣ ନାହିଁ । ରାଜ୍ୟରେ ସ୍ବାସ୍ଥ୍ୟଭୂମି ପ୍ରସ୍ତୁତ ରହିଛି । ଉପଯୁକ୍ତ ପରାମର୍ଶ, ଟେଷ୍ଟିଂ ଫଳରେ କୋଭିଡ ମୁକାବିଲା ପୂର୍ବାପେକ୍ଷା ସରଳ ହୋଇଛି । ସଠିକ ନିରୂପଣ ତଥା ଉଚିତ ଚିକିତ୍ସା ଫଳରେ ମାତ୍ର 5-7 ଦିନ ମଧ୍ୟରେ ସଂକ୍ରମିତମାନେ ଆରୋଗ୍ୟ ଲାଭ କରୁଛନ୍ତି । ତେଣୁ ଦୈନିକ ସଂକ୍ରମଣ ହାର ମଧ୍ୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।