ଓଡିଶା

odisha

ETV Bharat / bharat

ଅଗଷ୍ଟ ଶେଷ ସୁଦ୍ଧା ଆସିପାରେ ତୃତୀୟ ଲହର: ICMR ବିଶେଷଜ୍ଞ - କୋରୋନାର ତୃତୀୟ ଲହର

ଦେଶରେ ଆସିବ କି କୋରୋନାର ତୃତୀୟ ଲହର ? କଣ କୁହନ୍ତି ବିଶେଷଜ୍ଞ ? ଅଧିକ ପଢନ୍ତୁ...

ଅଗଷ୍ଟ ଶେଷ ସୁଦ୍ଧା ଆସିପାରେ ତୃତୀୟ ଲହର : ICMR ବିଶେଷଜ୍ଞ
ଅଗଷ୍ଟ ଶେଷ ସୁଦ୍ଧା ଆସିପାରେ ତୃତୀୟ ଲହର : ICMR ବିଶେଷଜ୍ଞ

By

Published : Jul 17, 2021, 8:37 AM IST

ନୂଆଦିଲ୍ଲୀ: ଦେଶରେ ଆସିବ କି କୋରୋନାର ତୃତୀୟ ଲହର ? ପୁଣି ବଢିବକି କୋରୋନା ସଂକ୍ରମଣ । ଏମିତି ଭୟ ଏବେ ସମସ୍ତଙ୍କ ମନରେ ଥିବା ବେଳେ ଇଣ୍ଡିଆନ କାଉସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR)ର ଜଣେ ବିଶେଷଜ୍ଞ ତୃତୀୟ ଲହରକୁ ନେଇ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଅଗଷ୍ଟ ଶେଷ ସୁଦ୍ଧା କୋରୋନାର ତୃତୀୟ ଲହର ଦେଶକୁ ଆସିପାରେ, କିନ୍ତୁ ଏହା ଦ୍ବିତୀୟ ଲହରଠାରୁ କମ ହେବ ।

ICMRର ଏପିଡେମୋଲୋଜି ଏବଂ ସଂକ୍ରାମକ ରୋଗର ମୁଖ୍ୟ ଡକ୍ଟର ସମୀରନ୍ ପଣ୍ଡା କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟ ଏଥି ପାଇଁ ସତର୍କ ରହିବାକୁ ପଡିବ । ଏଥି ପାଇଁ ପ୍ରତିବନ୍ଧକ ଗୁଡିକୁ ବଜାଇ ରଖିବାକୁ ପଡିବ । ନହେଲେ ତୃତୀୟ ଲହର ମଧ୍ୟ ଭୟଙ୍କର ହୋଇପାରେ । ଯଦି ତୃତୀୟ ଲହର ଆସେ ତେବେ ଏହା ଅଗଷ୍ଟ ଶେଷ ଆଡକୁ ଆସିବ ଏବଂ ଏଥିପାଇଁ ଆମକୁ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ଡକ୍ଟର ସମୀରନ୍ ପଣ୍ଡା ।

ତେବେ ଯଦି ତୃତୀୟ ଲହର ଆସେ ତାହା କେତେ ଭୟଙ୍କର ହେବ ତାହା ଜଣାନାହିଁ । କିନ୍ତୁ ଦ୍ବିତୀୟ ଲହର ଏବେ ମଧ୍ୟ ଶେଷ ହୋଇନାହିଁ । ଗତକାଲି କୋରୋନାର ତୃତୀୟ ଲହରକୁ ନେଇ ସତର୍କ ରହିବାକୁ କହିଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ । ଆଗାମୀ ୧୦୦ରୁ ୧୨୫ ଦିନ ବେଶ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଚେତାବନୀ ।

@ANI

ABOUT THE AUTHOR

...view details