ହାଇଦ୍ରାବାଦ:ଗତ 24 ଘଣ୍ଟାରେ ଦେଶରେ ମୋଟ 602 ଜଣ କୋଭିଡରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ନୂଆ ସବ-ଭ୍ଯାରିଏଣ୍ଟ ଜେଏନ.1 ସଂକ୍ରମିତ ମଧ୍ୟ ରହିଛନ୍ତି । ନୂଆ ଭ୍ୟାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା 511ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ 4,440 କୁ ବୃଦ୍ଧି ପାଇଛି । 24 ଘଣ୍ଟା ମଧ୍ୟରେ ଦେଶରେ 5 କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ, ମୃତକଙ୍କ ମଧ୍ୟରେ କେରଳରୁ 2 ଜଣ ଥିବାବେଳେ କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁରୁ ଜଣେ ଲେଖାଏଁ ମୃତକ ରହିଛନ୍ତି । ମୃତକମାନେ ପୂର୍ବରୁ ଏକାଧିକ ରୋଗରେ ପୀଡିତ ଥିଲେ । ସେମାନଙ୍କ ମଧ୍ୟରେ ବୟସାଧିକ ମଧ୍ୟ ରହିଛନ୍ତି । କୋଭିଡରେ ସଂକ୍ରମିତ ହେବା ପରେ ସେମାନଙ୍କ ଅବସ୍ଥା ଜଟିଳ ହୋଇପଡିଥିଲା । ସେହିପରି ଆଜିକୁ ମିଶାଇ ନୂଆ ସବ-ଭ୍ଯାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା 511 କୁ ବୃଦ୍ଧି ପାଇଛି । ଆଜିର ସଂକ୍ରମଣ ସହ କେରଳକୁ ପଛରେ ପକାଇଛି କର୍ଣ୍ଣାଟକ । ରାଜ୍ୟରେ ମୋଟ 199 ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସେହିପରି କେରଳରେ 148 ଆକ୍ରାନ୍ତ, ଗୋଆରେ 47, ଗୁଜୁରାଟରେ 36, ମହାରାଷ୍ଟ୍ରରେ 32, ତାମିଲନାଡୁରେ 26, ଦିଲ୍ଲୀରେ 15, ରାଜସ୍ଥାନରେ 4, ତେଲେଙ୍ଗାନାରେ 2 ଆକ୍ରାନ୍ତ ଥିବା ବେଳେ ହରିୟାଣା ଓ ଓଡିଶାରୁ ଜଣେ ଲେଖାଏଁ ଆକ୍ରାନ୍ତ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ED ରେ ହାଜର ହେଲେନି କେଜ୍ରିଓ୍ବାଲ: କହିଲେ 'ବ୍ୟସ୍ତ ଅଛି, ଜେରା ପାଇଁ ପଠାନ୍ତୁ ଲିଖିତ ପ୍ରଶ୍ନ'