ଓଡିଶା

odisha

ହସ୍ପିଟାଲରେ ଶଯ୍ୟା ନ ପାଇ ଘରେ ଆଖି ବୁଜୁଛନ୍ତି ଶହ ଶହ ରୋଗୀ

By

Published : May 16, 2021, 10:17 AM IST

ହସ୍ପିଟାଲଗୁଡିକରେ ଶଯ୍ୟା ନ ପାଇଁ ନିଜ ଘରେ ସଙ୍ଗରୋଧରେ ପ୍ରାଣ ହରାଉଛନ୍ତି ଶହ ଶହ ରୋଗୀ । ଗଣମାଧ୍ୟମ ଆଗରେ ପ୍ରକାଶ କଲେ ଟେକ୍ନିକାଲ ଉପଦେଷ୍ଟା କମିଟି ସଦସ୍ୟ ଡଃ ଗିରିଧର ରାଓ । ଅଧିକ ପଢନ୍ତୁ...

Covid patients
Covid patients

ବେଙ୍ଗାଲୁରୁ: ଦେଶବ୍ୟାପୀ ଆତଙ୍କ ଖେଳାଇଛି ଘାତକ କୋରୋନା । ବିଶେଷକରି କୋରୋନାର ଦ୍ବିତୀୟ ଲହର ଅଧିକ ମାରାତ୍ମକ ସାବ୍ୟସ୍ତ ହୋଇଛି । ଦୈନିକ ଲକ୍ଷ ଲକ୍ଷ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଯେଉଁ କାରଣରୁ ହସ୍ପିଟାଲଗୁଡିକରେ ଶଯ୍ୟା, ଅକ୍ସିଜେନ ଓ ଭେଣ୍ଟିଲେଟର ଭଳି ଚିକିତ୍ସା ଉପକରଣର ଘୋର ଅଭାବ ସୃଷ୍ଟି ହୋଇଛି । କର୍ଣ୍ଣାଟକ ସରକାରଙ୍କ ଦ୍ବାରା ପ୍ରାପ୍ତ ଏକ ମୃତ୍ୟୁ ତଥ୍ୟ ବା ଡେଥ୍ ଡାଟା ଅନୁଯାୟୀ, ବହୁସଂଖ୍ୟକ ରୋଗୀ ହସ୍ପିଟାଲରେ ଶଯ୍ୟା ଓ ଅକ୍ସିଜେନ ନ ପାଇ ନିଜ ଘରେ ହିଁ ଆଖି ବୁଜୁଛନ୍ତି । ସରକାରଙ୍କୁ କୋଭିଡ ପରିଚାଳନା ଉପଦେଶ ଦେବା ପାଇଁ ଗଠିତ ଟେକ୍ନିକାଲ ଉପଦେଷ୍ଟା କମିଟିର ଡଃ ଗିରିଧର ରାଓ ଗଣମାଧ୍ୟମ ଆଗରେ ଏନେଇ ପ୍ରକାଶ କରିଛନ୍ତି ।

ହସ୍ପିଟାଲରେ ଶଯ୍ୟା ନ ପାଇ ଘରେ ଆଖି ବୁଜୁଛନ୍ତି ଶହ ଶହ ରୋଗୀ

ଡଃ ରାଓଙ୍କ କହିବାନୁଯାୟୀ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ସରକାରୀ ତଥ୍ୟ ମୁତାବକ ଜରୁରୀକାଳୀନ ସମୟରେ ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ଓ ହସ୍ପଟାଲରେ ଶଯ୍ୟା ନ ପାଇ କୋରୋନା ରୋଗୀ ଘରେ ହିଁ ପ୍ରାଣ ହରାଉଛନ୍ତି । ଏପରିକି ମାତ୍ର ଗୋଟିଏ ମାସ ମଧ୍ୟରେ ଏହି କାରଣରୁ କର୍ଣ୍ଣାଟକରେ 595ରୁ ଅଧିକ ରୋଗୀ ଆଖି ବୁଜିଛନ୍ତି ।

ଯଦିଓ ହସ୍ପିଟାଲଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍ସ ସେବା ସମେତ ଅନ୍ୟାନ୍ୟ ଚିକିତ୍ସା ସୁବିଧା ରହିଛି, କିନ୍ତୁ ଶଯ୍ୟା ଅଭାବରୁ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇପାରୁନାହାନ୍ତି । ଆଉ ଘରେ ସଙ୍ଗରୋଧରେ ରହି ପ୍ରାଣ ହରାଉଛନ୍ତି ଯାହାକୁ ଅତି ଗୁରୁତର ସହ ନିଆଯିବା ଆବଶ୍ୟକ । ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା, ଅମ୍ଲଜାନ ଯୋଗାଣ, ମେଡିକାଲକୁ ସ୍ଥାନାନ୍ତରିତ କରିବା ଦିଗରେ ସଠିକ୍ ପରିଚାଳନା ଆବଶ୍ୟକ । ଯଦ୍ବାରା ମୃତ୍ୟୁହାର ନିୟନ୍ତ୍ରଣକୁ ଆସିପାରିବ । ସେହିପରି ବ୍ୟାପକ ଟୀକାକରଣ ଦ୍ବାରା ହିଁ ସଙ୍ଗରୋଧରେ ଆଖି ବୁଜୁଥିବା ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଡଃ ଗିରିଧର ରାଓ ପ୍ରକାଶ କରିଛନ୍ତି । ସେପଟେ ହସ୍ପିଟାଲରେ ଶଯ୍ୟା ସନ୍ଧାନରେ ଘୁରି ବୁଲୁଥିବା ସଂକ୍ରମିତ ସଂକ୍ରମଣର ବୃଦ୍ଧିର ଅନ୍ୟ ଏକ କାରଣ ପାଲଟିଛନ୍ତି । ତେବେ ଗୃହ ସଙ୍ଗରୋଧରେ ରହୁଥିବା ରୋଗୀଙ୍କ ପାଇଁ ଅକ୍ସିଜେନ ଓ ଶଯ୍ୟା ଯୋଗାଇବାକୁ ପ୍ରୟାସ କରୁଥିବାବେଳେ ସଙ୍ଗରୋଧରେ ରୋଗୀ ମୃତ୍ୟୁ ଭଳି ଭୟାନକ ଘଟଣା ନିଜ ଆଖି ଆଗରେ ଦେଖିବାକୁ ପାଇଥିବା ଡଃ ରାଓ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details