ଓଡିଶା

odisha

ETV Bharat / bharat

କୋଭିଡ ହସ୍ପିଟାଲରେ ପାଣି ନ ମିଳିବାରୁ ମହିଳାଙ୍କ ମୃତ୍ୟୁ, ଭିଡିଓ ଭାଇରାଲ

ଆଇସିୟୁରେ ପାଣି ମାଗୁଥିବା ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଛି। ବିନା ପାଣଇରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

By

Published : May 1, 2021, 2:46 PM IST

କୋଭିଡ ହସ୍ପିଟାଲରେ ପାଣି ନ ମିଳିବାରୁ ମହିଳାଙ୍କ ମୃତ୍ୟୁ, ଭିଡିଓ ଭାଇରାଲ
କୋଭିଡ ହସ୍ପିଟାଲରେ ପାଣି ନ ମିଳିବାରୁ ମହିଳାଙ୍କ ମୃତ୍ୟୁ, ଭିଡିଓ ଭାଇରାଲ

ଡେରାଡୁନ: ମହାମାରୀ କୋରୋନା । କେଉଁଠି ବେଡ ନପାଇ କୋରୋନା ଆକ୍ରାନ୍ତର ମୃତ୍ୟୁ ହେଉଛି ତ ପୁଣି କେଉଁଠି ଅକ୍ସିଜେନ ଅଭାବରୁ ରୋଗୀର ମୃତ୍ୟୁ ହେଉଥିବା ଘଟଣା ସାମ୍ମାକୁ ଆସୁଛି । ଆଉ ଏବେ ପାଣି ନପାଇ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ହାଲଡୱାନିର ଦେଭାଲଚୋଡର ଜଣେ 30 ବର୍ଷିୟା ମହିଳା କହୁଛନ୍ତି କି ‘ମୁଁ କୋଭିଡ ସଂକ୍ରମିତ ସୁସିତା ତିଓ୍ବାରି ହସ୍ପିଟାଲରେ ଭର୍ତ୍ତି ହୋଇଛି ’। ଏଥି ସହ ହସ୍ପିଟାଲରେ ପାଣି ନଥିବା ସେ ଅଭିଯୋଗ କରିଥିଲେ ।

କୋଭିଡ ହସ୍ପିଟାଲରେ ପାଣି ନ ମିଳିବାରୁ ମହିଳାଙ୍କ ମୃତ୍ୟୁ, ଭିଡିଓ ଭାଇରାଲ

ସେ ଲୋକଙ୍କୁ ପାଣି ଦାନ କରିବାକୁ କହୁଥିଲେ। ମହିଳା ଏହା ମଧ୍ୟ କହିଛନ୍ତି ଯେ ଅନେକ ଲୋକ ଏଠାରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେପଟେ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ ପ୍ରତ୍ୟେକ ରୋଗୀଙ୍କୁ ଚାରି ବୋତଲ ପାଣି ଯୋଗାଇ ଦିଆଯାଉଛି। ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା ଯେଉଁଥିପାଇଁ ସେ ମୃତ୍ୟୁ ବରଣ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details