ଓଡିଶା

odisha

By

Published : May 6, 2021, 7:21 AM IST

ETV Bharat / bharat

ମହାମାରୀରେ ଲାଗୁନି ବ୍ରେକ, ଝାଡଖଣ୍ତ ବଢାଇଲା ଲକଡାଉନ ଅବଧି

ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ମହମାରୀକୁ ନେଇ ଆତଙ୍କିତ ସଭିଏଁ । ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ କଟକଣାକୁ ବୃଦ୍ଧି କରିଛନ୍ତି ଝାଡଖଣ୍ତ ସରକାର । ଅଧିକ ପଢନ୍ତୁ...

COVID: Jharkhand extends lockdown till May 13
ବ୍ୟାପୁଛି ମହାମାରୀ: ଝାଡଖଣ୍ତରେ ବଢିଲା ଲକ ଡାଉନର ଅବଧି

ରାଞ୍ଚି:ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ମହମାରୀକୁ ନେଇ ଆତଙ୍କିତ ସଭିଏଁ । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ ଗାଇଡ ଲାଇନ ଜାରି କରାଯାଇଥିବା ବେଳେ କେତେକ ରାଜ୍ୟ ସରକାର ନିଜ ରାଜ୍ୟରେ ଲକଡାଉନ କଟକଣାକୁ ମଧ୍ୟ କଡାକଡି କରିଛନ୍ତି । ଏହି କ୍ରମରେ ଝାଡଖଣ୍ତ ସରକାର ନିଜ ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ କଟକଣାକୁ ବୃଦ୍ଧି କରିଛନ୍ତି । ପ୍ରଥମେ ଏହି କଟକଣା ଏପ୍ରିଲ 22 ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ପରେ ଏହା ମେ 6 ତାରିଖ ଯାଏଁ ଅବଧିକୁ ବୃଦ୍ଧି କରିଥିଲା । ହେଲେ ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ପାଇବାରୁ ରାଜ୍ୟସରକାର ଏହାକୁ ମେ 13 ଯାଏଁ ବୃଦ୍ଧି କରିଛନ୍ତି । କଟକଣା ସମୟରେ କେତେକ ନିତି ନିୟମକୁ କୋହଳ କରିଛନ୍ତି ଝାଡଖଣ୍ତ ସରକାର । ଲକଡାଉନ ସମୟରେ ସରକାରୀ କାର୍ଯ୍ୟାଳୟ ଗୁଡିକ ସାଧାରଣତ ଦିନ 2ଟା ପର୍ଯ୍ୟନ୍ତ ଚାଲିପାରିବ । ତେବେ, ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ଦିନ 2ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ଦିନ 3ଟା ପର୍ଯ୍ୟନ୍ତ ଯାତ୍ରୀମାନେ ଯାତାୟତ କରିପାରିବେ ।

ସେପଟେ, କୌଣସି ସଭାସମିତିରେ 5ରୁ ଅଧିକ ଲୋକେ ଏକାଠି ହୋଇପାରିବେ ନାହିଁ । ଏହାସହ ବିବାହ କାର୍ଯ୍ୟରେ ବିବାହ କାର୍ଯ୍ୟରେ 50 ଓ ଅନ୍ତିମ ସଂସ୍କାର କାର୍ଯ୍ୟରେ 30ରୁ ଅଧିକ ଲୋକେ ଏକାଠି ହୋଇପାରିବେ ନାହିଁ । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଜିମ, ସିନେମା ହଲ, ,ସପିଂ ମଲ, ସୁଇମିଂ ପୁଲ ଓ ପାର୍କ ଆଦି ବନ୍ଦ ରହିବ । ଧର୍ମାନୁଷ୍ଠାନ ଖୋଲା ରହିବ କିନ୍ତୁ କମ ସଂଖ୍ୟକ ଭକ୍ତ ମନ୍ଦିରକୁ ପ୍ରବେଶ କରିପାରିବେ । ଜରୁରୀକାଳୀନ ସେବା ରାଜ୍ୟରେ ସ୍ବାଭାବିକ ରହିବ । ତେବେ ଦିନକରେ ଝାଡଖଣ୍ତରେ 5 ହଜାର 9 ଶହ 74 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 132 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ 59 ହଜାର 707 ସଂକ୍ରମିତ ରହିଛନ୍ତି ।

ABOUT THE AUTHOR

...view details