ଓଡିଶା

odisha

ETV Bharat / bharat

Covid Impact: ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ ସ୍ବତନ୍ତ୍ର ଅତିଥି - ୭୫ତମ ସାଧାରଣତନ୍ତ୍ର ଦିବସ

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ ସ୍ବତନ୍ତ୍ର ଅତିଥି । କୋରୋନା ମହାମାରୀକୁ ନଜରରେ ରଖି ଅତିଥିଙ୍କ ଭାରତ ଗସ୍ତକୁ ବାତିଲ କରାଯାଇଛି । ଅତିଥିଙ୍କୁ ଭର୍ଚ୍ଚୁଆଲରେ ଯୋଗ ଦେବା ପାଇଁ ଅନୁରୋଧ ହୋଇଛି । ଅଧିକ ପଢନ୍ତୁ

Covid impact : ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ ସ୍ବତନ୍ତ୍ର ଅତିଥି
Covid impact : ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ ସ୍ବତନ୍ତ୍ର ଅତିଥି

By

Published : Jan 18, 2022, 9:26 PM IST

ନୂଆଦିଲ୍ଲୀ:ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ ସ୍ବତନ୍ତ୍ର ଅତିଥି । କୋରୋନା ମହାମାରୀକୁ ନଜରରେ ରଖି ଅତିଥିଙ୍କ ଭାରତ ଗସ୍ତକୁ ବାତିଲ କରାଯାଇଛି। ଅତିଥିଙ୍କୁ ଭର୍ଚ୍ଚୁଆଲରେ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି । ଏନେଇ ଆଜି ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚଳିତ ବର୍ଷ ସଧାରଣତନ୍ତ୍ର ଦିବସରେ କେନ୍ଦ୍ର ଏସୀୟ ରାଷ୍ଟ୍ର ମୁଖ୍ୟଙ୍କୁ ଅତିଥି ଭାବରେ ସାମିଲ କରାଯାଇଥିଲା।

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଭାରତ ପାଞ୍ଚଟି କେନ୍ଦ୍ର-ଏସୀୟ ରାଷ୍ଟ୍ର ମୁଖ୍ୟଙ୍କୁ ସାଧାରଣତନ୍ତ୍ର ଦିବସର ସ୍ବତନ୍ତ୍ର ଅତିଥି ଭାବେ ସାମିଲ କରିଥିଲା । କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରମୁଖ୍ୟ ମାନେ ଚଳିତ ବର୍ଷର ନିମନ୍ତ୍ରିତ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା । ତେବେ ବର୍ତ୍ତମାନ କୋରୋନା ମହାମାରୀର ତୃତୀୟ ଲହରକୁ ନଜରରେ ରଖି ସମସ୍ତ ଅତିଥିଙ୍କ ଭାରତ ଗସ୍ତକୁ ବାତିଲ କରାଯାଇଛି। ତେଣୁ ଚଳିତ ବର୍ଷ କୌଣସି ଦେଶର ଅତିଥି ଭାରତର ସାଧାରଣତନ୍ତ୍ର ଦିବସରେ ସାମିଲ ହେବେନାହିଁ।

କୋରୋନା ମହାମାରୀ ଯୋଗୁଁ କ୍ରମାଗତ ଭାବରେ ଦ୍ବିତୀୟ ଥର ପାଇଁ ବଦେଶୀ ଅତିଥି ବିନା ଭାରତର ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ଗତ ବର୍ଷ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ନିମନ୍ତ୍ରଣ କରାଯାଇଥିଲା । କୋରୋନା ମହାମାରୀ ଯୋଗୁଁ ଶେଷ ସମୟରେ ବାତିଲ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପାଳନ ଦିଲ୍ଲୀରେ ସୁରକ୍ଷା ବ୍ୟହସ୍ଥାକୁ କଡ଼ାକ଼ଡି କରାଯାଇଛି । ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ମୁଖା ଚିହ୍ନଟକାରୀ ମେସିନ ସହ ସୁରକ୍ଷା ଯା଼ଞ୍ଚକୁ କଡାକଡି କରାଯାଇଛି ।

ତେବେ ଚଳିତ ବର୍ଷ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦୀ କି ଅମୃତ ମହୋତ୍ସବ । ବାୟୁସେନା, ସ୍ଥଳସେନା ଓ ନୌସେନାର ଯୁଦ୍ଧ ବିମାନକୁ ମିଶାଇ ମୋଟ ୭୫ ଟି ଯୁଦ୍ଧ ବିମାନ ରାଜପଥ ଉପର ଉଡାଣ ଭରି ଭାରତର ଶକ୍ତି ପ୍ରଦର୍ଶନ କରିବେ ସୂଚନାଥାଉକି କୋରୋନା ମାହାମାରୀର ତୃତୀୟ ଲହରୀ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ସରକାର ମଧ୍ୟ ଟୀକାକରଣ ଓ ବୁଷ୍ଟର ଡୋଜକୁ ଧ୍ୟାନ ଦେଉଛନ୍ତି।

ABOUT THE AUTHOR

...view details