ନୂଆଦିଲ୍ଲୀ:ଦିନକୁ ଦିନ କୋରୋନା ଭାଇରସର ନୂଆ ମ୍ୟୁଟାଣ୍ଟ ବାହାରୁଛି । ଏହାକୁ ରୋକିବା ଲାଗି ବିଶ୍ବସ୍ତରରେ ସମସ୍ତ ବୈଜ୍ଞାନିକ ଟୀକାକରଣକୁ ଗୁରୁତ୍ବ ଦେଇଛନ୍ତି । ଦେଶରେ ଟୀକାକରଣ ଜୋରସୋର ଚାଲିଥିବା ବେଳେ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି । ସେହିପରି ତୃତୀୟ ପର୍ଯ୍ୟାୟ କ୍ଲିନ୍କାଲ ପରୀକ୍ଷଣ ପାଇଁ ଅନୁମତି ଦେବାକୁ ଭାରତର କେନ୍ଦ୍ରୀୟ ଔଷଧ ପ୍ରାଧିକରଣ ସୁପାରିଶ କରିଛି ।
ତେବେ ଏହି ଟିକାକୁ ବୁଷ୍ଟର ଡୋଜ ଭାବେ ବୟସ୍କ ଲୋକଙ୍କୁ ଦିଆଯିବା ଲାଗି ଅନୁମତି ଦେବା ଲାଗି ସରକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(Drugs Controller General Of India) ଗତ ବର୍ଷ ୨୮ ଡିସେମ୍ବର ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲେ । ସେହି ଦିନ ଠାରୁ କୋଭୋଭାକ୍ସକୁ ଦେଶରେ ଇନୋକୁଲେସନ୍ କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ କରାଯାଇଛି ।
ଏପଟେ କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ(Central Drugs Standard Control Organisation)ର ବିଶେଷଜ୍ଞ କମିଟି ବୁଷ୍ଟର ସିଙ୍ଗଲ ଡୋଜ୍ ଟୀକାରଣ ଲାଗି ସ୍ଫୁଟିନିକ୍ ଭି ଲାଇଟ୍ ଟିକାକୁ ତୃତୀୟ ପର୍ଯ୍ୟାୟ ଟ୍ରାୟଲ ପାଇଁ ଶୁକ୍ରବାର ଅନୁମତି ଦେଇଛନ୍ତି । କୋଭୋଭାକ୍ସକୁ ତୃ଼ତୀୟ ପର୍ଯ୍ୟାୟ କ୍ଲିନ୍କାଲ ଟ୍ରାୟଲ ସହ ବୁଷ୍ଟର ଡୋଜ ଭାବେ ଅନୁମତି ଦେବା ଲାଗି ପରୀକ୍ଷା କରାଯାଇଥିଲା । ଏଥିରେ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା ।