ନୂଆଦିଲ୍ଲୀ:ଦେଶରେ 13 ହଜାର ଟପିଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ମୋଟ 13,216 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 13,216 fresh Covid Cases) । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି । ଦିନକରେ 23 ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଏହାସହ 8,148 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କିଛି ଦିନ ହେଲା ଭାରତରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ଏବେ ଲୋକଙ୍କ ମନରେ ଚତୁର୍ଥ ଲହର ଭୟ ପ୍ରକାଶ ପାଇଛି ।
India Corona: ଦେଶରେ ୧୩ହଜାର ଟପିଲା ଦୈନିକ ସଂକ୍ରମଣ - ଦେଶରେ ବଢୁଛି ସଂକ୍ରମଣ
ଦେଶରେ ଉପରମୁହାଁ କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 13,216 ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ
![India Corona: ଦେଶରେ ୧୩ହଜାର ଟପିଲା ଦୈନିକ ସଂକ୍ରମଣ India Corona: ଦେଶରେ ୧୩ ଟପିଲା ସଂକ୍ରମଣ](https://etvbharatimages.akamaized.net/etvbharat/prod-images/768-512-15591916-thumbnail-3x2-covid-cases.jpg)
India Corona: ଦେଶରେ ୧୩ ଟପିଲା ସଂକ୍ରମଣ
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 70 ହଜାର ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 68,108କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭ ହାର 2.73%ରେ ପହଞ୍ଚିଛି । ଏଯାବତ୍ 4,26,90,845 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ 5,24,840 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 196 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 14,99,824 ଜଣଙ୍କୁ ଟିକା ଦିଆଯାଇଛି ।