ନୂଆଦିଲ୍ଲୀ:ଦେଶରେ ବଢୁଛି କୋରୋନା ଭୟ । ଦିନକୁ ଦିନ ଦ୍ରୁତଗତିରେ ସଂକ୍ରମଣ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 7,584 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 7,584 fresh Covid Cases) । ଆଜି ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରେକର୍ଡ ହୋଇଛି । ଦିନକରେ ଦେଶରେ 24 ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ସେହିପରି 3,791 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
India Corona: ବଢୁଛି କୋରୋନା ଭୟ, ଦିନକରେ 7584 ସଂକ୍ରମିତ - ଭାରତ କୋରୋନା ସଂକ୍ରମଣ
ଦେଶରେ ଦିନକୁ ଦିନ ବଢି ଚାଲିଛି ସଂକ୍ରମଣ । ଆଜି ବି ୭ ହଜାର ଟପିଲା ଦୈନିକ ସଂକ୍ରମଣ । ଅଧିକ ପଢନ୍ତୁ
![India Corona: ବଢୁଛି କୋରୋନା ଭୟ, ଦିନକରେ 7584 ସଂକ୍ରମିତ India Corona: ବଢୁଛି କୋରୋନା ଭୟ, ଦିନକରେ 7584 ସଂକ୍ରମିତ](https://etvbharatimages.akamaized.net/etvbharat/prod-images/768-512-15521186-thumbnail-3x2-co.jpg)
India Corona: ବଢୁଛି କୋରୋନା ଭୟ, ଦିନକରେ 7584 ସଂକ୍ରମିତ
ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ ବଢିବା ସହ ଭାରତରେ ସକ୍ରିୟ ମାମଲା ଏବେ 35 ହଜାର ଉପରେ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 36,267ରେ ପହଞ୍ଚିଛି । ଦେଶରେ ଏଯାବତ 42,64,40,92 ସଂକ୍ରମଣରୁ ସୁସ୍ଥ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ କୋରୋନାରେ ମୋଟ 5,24,747 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 194 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 15,31,510 ଜଣଙ୍କୁ ଟିକା ଦିଆଯାଇଛି ।