ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ହ୍ରାସ ପାଉଛି କୋଭିଡ ସଂକ୍ରମଣ, ବଢୁଛି ସୁସ୍ଥସଂଖ୍ୟା - ତେଲେଙ୍ଗାନାରେ ବଢୁଛି ସୁସ୍ଥ ସଂଖ୍ୟା

ତେଲେଙ୍ଗାନାରେ ନିୟନ୍ତ୍ରଣକୁ ଆସିବାରେ ଲାଗିଛି କୋରୋନା ସଂକ୍ରମଣ । ଗତ କିଛିଦିନ ହେବ ରାଜ୍ୟରେ କୋରୋନା ମାମଲା ହ୍ରାସ ପାଉଛି । ଅଧିକ ପଢନ୍ତୁ....

ତେଲେଙ୍ଗାନାରେ ହ୍ରାସ ପାଉଛି କୋଭିଡ ସଂକ୍ରମଣ , ବଢୁଛି ସୁସ୍ଥ ସଂଖ୍ୟା
ତେଲେଙ୍ଗାନାରେ ହ୍ରାସ ପାଉଛି କୋଭିଡ ସଂକ୍ରମଣ , ବଢୁଛି ସୁସ୍ଥ ସଂଖ୍ୟା

By

Published : Jun 6, 2021, 8:20 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ନିୟନ୍ତ୍ରଣକୁ ଆସିବାରେ ଲାଗିଛି କୋରୋନା ସଂକ୍ରମଣ । ଗତ କିଛି ଦିନ ହେବ ରାଜ୍ୟରେ କରୋନା ମାମଲା ହ୍ରାସ ପାଉଥିବା ଦେଖାଯାଉଛି । ସଂକ୍ରମଣ ହ୍ରାସ ପାଉଥିବାରୁ ହସ୍ପିଟାଲ ଗୁଡିକରେ ଶଯ୍ୟା ମଧ୍ୟ ଖାଲି ହେବାରେ ଲାଗିଛି । ରାଜ୍ୟରେ ହସ୍ପିଟାଲରୁ ଚିକିତ୍ସାଧିନ ଥିବା ରୋଗୀମାନେ ଡିସଚାର୍ଜ ହେବାରେ ଲାଗିଛନ୍ତି ।

ଶନିବାର ଅପରାହ୍ନ ସୁଦ୍ଧା 1174 ଆଇସିୟୁ ବେଡ୍ ଏବଂ 8164 ଅମ୍ଳଜାନ ସଂଯୁକ୍ତ ଶଯ୍ୟା ଖାଲି ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ସେହିପରି କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ 406 ଟନ୍ ଅମ୍ଳଜାନ ବ୍ୟବହାର କରାଯାଇଛି । ପ୍ରାୟ 12,247 କୋଭିଡ ରୋଗୀ ବର୍ତ୍ତମାନ ସାରା ରାଜ୍ୟରେ 135 ଟି କୋଭିଡ କେୟାର ସେଣ୍ଟରରେ ଚିକିତ୍ସାଧୀନ ରହିଛନ୍ତି ।

ରାଜ୍ୟରେ କୋଭିଡ ଚିକିତ୍ସା ପାଇଁ ସ୍ବତନ୍ତ୍ର ଭାବେ ନିର୍ମାଣ ହୋଇଥିବା ଏହି 135 ଟି କେନ୍ଦ୍ର ମଧ୍ୟରୁ 25 ଟି କେନ୍ଦ୍ରରେ କୋଭିଡ୍ ରୋଗୀ ନାହାଁନ୍ତି ଅର୍ଥାତ ଏଗୁଡିକ ଖାଲି ପଡିଛି । 15 ଟି କୋଭିଡ କେୟାର ସେଣ୍ଟରରେ 10ରୁ କମ ଲୋକ ଥିବାବେଳେ 30 ଟି କେନ୍ଦ୍ରରେ ପ୍ରାୟ 50 ଜଣ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସେହିପରି 5 କେନ୍ଦ୍ରରେ 500 ରୁ 1000 କୋଭିଡ ରୋଗୀ ଚିକିତ୍ସାଧୀନ ଥିବା ସରକାରୀ ଭାବେ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଗତକାଲି (ଶନିବାର) ମୋଟ 3,247 ଜଣ ରାଜ୍ୟରେ ସୁସ୍ଥ ହୋଇଥିବା ବେଳେ 1,248 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details