ଓଡିଶା

odisha

ETV Bharat / bharat

ଟିକା ନେବା ପରେ ମା’କ୍ଷୀରରେ ବଢୁଛି କୋଭିଡ୍ ଆଣ୍ଟିବଡି: ଅଧ୍ୟୟନ - କୋଭିଡ-19

କୋଭିଡ-19 ଟିକା ନେଇଥିବେ ସେମାନେ ନିଜ ଶରୀରରେ ଥିବା ପ୍ରତିରୋଧକ ଶକ୍ତିକୁ ସ୍ତନ୍ୟପାନ ଜରିଆରେ ସେମାନଙ୍କ ସନ୍ତାନଙ୍କୁ ଦେଇପାରିବେ । ଅଧିକ ପଢନ୍ତୁ...

ମା’କ୍ଷୀରରେ ବଢୁଛି କୋଭିଡ୍ ଆଣ୍ଟିବଡି
ମା’କ୍ଷୀରରେ ବଢୁଛି କୋଭିଡ୍ ଆଣ୍ଟିବଡି

By

Published : Apr 8, 2021, 2:19 PM IST

ଯେଉଁ ମା’ମାନେ କୋଭିଡ-19 ଟିକା ନେଇଥିବେ ସେମାନେ ନିଜ ଶରୀରରେ ଥିବା ପ୍ରତିରୋଧକ ଶକ୍ତିକୁ ସ୍ତନ୍ୟପାନ ଜରିଆରେ ସେମାନଙ୍କ ସନ୍ତାନଙ୍କୁ ଦେଇପାରିବେ । ଟିକା ନେବାର ଅନ୍ୟୁନ 80 ଦିନ ଯାଏଁ ମା’କ୍ଷୀରରୁ ପିଲାଙ୍କୁ ପ୍ରତିରୋଧକ ବା ଆଣ୍ଟିବଡି ମିଳିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି ।

ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ମା’କ୍ଷୀରରେ IgA ଏବଂ IgG ଆଣ୍ଟିବଡି ସ୍ତରର ପରିମାଣ ଅଧିକ ଥାଏ। ଶିଶୁ ଶରୀରରେ ହେଉଥିବା ସଂକ୍ରମଣ ରୋକିବା ପାଇଁ ଥିବା ରୋଗ ପ୍ରତିରୋଧକ ପ୍ରଣାଳୀ ଆଣ୍ଟିବଡି ଦ୍ବାରା ହୋଇଥାଏ ଯାହାକି ପ୍ରଥମ ଡୋଜ୍ ଟିକା ନେବା ପରେ ପରେ ହିଁ ବଢିଥାଏ ।

ସମସ୍ତଙ୍କ କ୍ଷେତ୍ରରେ ଟିକାର ପ୍ରଥମ ଡୋଜ୍ ନେବାର 14ରୁ 20 ଦିନ ଭିତରେ ରୋଗ ପ୍ରତିରୋଧକ ପ୍ରଣାଳୀରେ ଉଭୟ ଆଣ୍ଟିବଡି IgA ଏବଂ IgG ବଢିଥାଏ। ନିକଟରେ ପ୍ରକାଶିତ ଆମେରିକାନ୍ ଜର୍ଣ୍ଣାଲ ଅଫ୍ ଓବେଷ୍ଟେଟ୍ରିକ୍ସ ଏବଂ ଗାଇନେକୋଲୋଜିରେ ଏହି ତଥ୍ୟ ଦିଆଯାଇଛି ।

ଆମେରିକାର ସେଣ୍ଟ ଲୁଇସ୍ ସ୍ଥିତ ୱାଶିଂଟନ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନର ଓବେଷ୍ଟେଟ୍ରିକ୍ସ ଏବଂ ଗାଇନେକୋଲୋଜି ବିଭାଗର ସହକାରୀ ପ୍ରଫେସର ଜେନି କେଲି କହିଛନ୍ତି ଯେ, ଟିକାର ପ୍ରଥମ ଡୋଜ୍ ନେବାର ଦୁଇ ସପ୍ତାହ ପରେ କୋଭିଡ-19 ଭାଇରସକୁ ପ୍ରତିରୋଧ କରିପାରୁଥିବା ଆଣ୍ଟିବଡି ବହୁ ମାତ୍ରାରେ ବଢିଥିବା ଅନୁଧ୍ୟାନରୁ ଜଣାଯାଇଛି । ଟିକାର ଏହି ପ୍ରତିକ୍ରିୟା ପ୍ରାୟ ତିନି ମାସ ଧରି ଦେଖିବାକୁ ମିଳିଥାଏ ।

କେଲି ଆହୁରି ବି କହିଛନ୍ତି ଯେ, ସେମାନଙ୍କର ଏହି ଗବେଷଣା ଆରମ୍ଭ ପରଠାରୁ ଶେଷ ହେବା ସୁଦ୍ଧା ନିଆଯାଇଥିବା କେସ୍ ଷ୍ଟଡିଜରେ ଆଣ୍ଟିବଡି ସ୍ତର ଅଧିକ ରହିଥିବା ଜଣାପଡ଼ିଥିଲା । ଫାଇଜର-ବାୟୋଏନଟେକ୍ କୋରୋନାଭାଇରସ ଟିକା ନେବା ପରେ ପାଞ୍ଚ ଜଣ ମହିଳାଙ୍କଠାରୁ ସଂଗ୍ରୁହୀତ ଫ୍ରୋଜେନ ବ୍ରେଷ୍ଟ ମିଲ୍କର ନମୁନା ଆକାରରେ ବ୍ୟବହାର କରି ଅଧ୍ୟୟନ କରାଯାଇଥିଲା । ପ୍ରଥମ ଡୋଜ୍ ଟିକା ନେବା ପୂର୍ବରୁ ସେମାନଙ୍କର ଆଣ୍ଟିବଡି ରେକର୍ଡ ସଂଗ୍ରହ କରାଯାଇଥିଲା ଏବଂ ଟିକା ନେବାର 80 ଦିନ ଭିତରେ ପ୍ରତି ସପ୍ତାହକୁ ଥରେ ରିପୋର୍ଟ ରେକର୍ଡ କରାଯାଇଥିଲା ।

ୱାଶିଂଟନ ୟୁନିଭର୍ସିଟି ପେଡିଆଟ୍ରିକ୍ସ ବିଭାଗର ସହକାରୀ ପ୍ରଫେସର ମିସ୍ତି ଗୁଡ୍ କହନ୍ତି, ଆମର ଅଧ୍ୟୟନ ମାତ୍ର କମ୍ ସଂଖ୍ୟାରେ ମହିଳାଙ୍କୁ ନେଇ କରାଯାଇଛି, କିନ୍ତୁ ଏଥିରୁ ଯେଉଁ ତଥ୍ୟ ମିଳିଛି ତାହା ଉତ୍ସାହଜନକ ହୋଇଛି । ଟିକା ନେବା ପରବର୍ତ୍ତୀ ଅବସ୍ଥାରେ ସ୍ତନ୍ୟପାନ କାରଣରୁ ଶିଶୁଙ୍କ ରୋଗ ପ୍ରତିରୋଧ ଶକ୍ତିରେ ବୃଦ୍ଧି ଏହି ଅଧ୍ୟୟନରୁ ପ୍ରମାଣିତ ହୋଇଛି ।

ଗବେଷଣାକାରୀ କହିଛନ୍ତି, “ଅଧ୍ୟୟନରୁ ଆହୁରି ବି କିଛି ପ୍ରମାଣିତ ହୋଇଛି ଯେ, ସ୍ତନ୍ୟପାନରୁ ନର୍ସିଂ ଶିଶୁ ଏବଂ ଟିକା ନେଇଥିବା ମା’ମାନଙ୍କ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ଦୀର୍ଘସ୍ଥାୟୀ କରିଥାଏ ।“

ଟିକା ନେବା ପରେ ମା’କ୍ଷୀରରେ ଆଣ୍ଟିବଡି କେତେଦିନ ଯାଏ ବଢିଥାଏ ଏବଂ ଶିଶୁ ସଂକ୍ରମଣ ହାର ଉପରେ ଏହାର କେତେ ପ୍ରଭାବ ପଡ଼େ ତାହା ଅନୁଧ୍ୟାନ ପାଇଁ ମା’ମାନେ ନେଉଥିବା କୋଭିଡ-19 ଟିକାଦାନ ନେଇ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି । କୋଭିଡ-19 ଟିକା ଉଭୟ ମାଆ ଓ ଶିଶୁଙ୍କ ସୁରକ୍ଷା ପାଇଁ ପ୍ରକୃତରେ ଉପଯୋଗୀ ବୋଲି ପ୍ରମାଣିତ କରିବା ପାଇଁ ନିକଟରେ ଗବେଷଣା ଜାରି ରହିଛି ।

ABOUT THE AUTHOR

...view details