ଓଡିଶା

odisha

ETV Bharat / bharat

ଡାକ୍ତର ଓ ନର୍ସଙ୍କୁ ମାଗଣାରେ ବିମାନସେବା ଯୋଗାଇବ ଭିସ୍ତାରା

ଦେଶରେ ଥିବା ସମସ୍ତ ଡାକ୍ତର ଓ ନର୍ସମାନଙ୍କ ପାଇଁ ମାଗଣାରେ ବିମାନ ସେବା ଯୋଗାଇଲା ଭିସ୍ତାରା । ଏନେଇ ରବିବାର ଭିସ୍ତାରା ବିମାନସେବା ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ବିନା ମୂଲ୍ୟରେ ବିମାନସେବା ଯୋଗାଇଲା ଭିସ୍ତାରା
ବିନା ମୂଲ୍ୟରେ ବିମାନସେବା ଯୋଗାଇଲା ଭିସ୍ତାରା

By

Published : Apr 26, 2021, 11:05 AM IST

ନୂଆଦିଲ୍ଲୀ: ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ନିଜ ପରିବାରକୁ ପଛ କରି ଦିନ ରାତି କୋରୋନା ରୋଗୀଙ୍କ ସେବାରେ ଲାଗିଛନ୍ତି ଦେଶର ଡାକ୍ତର ଓ ନର୍ସ କର୍ମଚାରୀ । ଦେଶରେ ଥିବା ସମସ୍ତ ଡାକ୍ତର ଓ ନର୍ସମାନଙ୍କ ପାଇଁ ମାଗଣାରେ ବିମାନ ସେବା ଯୋଗାଇ ଦେଲା ଭିସ୍ତାରା । ଏ ନେଇ ରବିବାର ଭିସ୍ତାରା ବିମାନସେବା ପକ୍ଷରୁ ସୂଚନା ମିଳିଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀଙ୍କୁ ଚିଠି ଦେଇ ଭିସ୍ତାରା କହିଛି କେନ୍ଦ୍ର ଓ ରାଜ୍ୟର ବିମାନସେବା ଆବଶ୍ୟକତାକୁ ଭିସ୍ତାରା ସ୍ବାଗତ କରୁଛି । ଆମେ ସରକାରୀ ସଙ୍ଗଠନ ସହିତ ଡାକ୍ତରଖାନାକୁ ସାହାଯ୍ୟ କରିବୁ । ଆମ ପକ୍ଷେ ଯେତେ ସମ୍ଭବ ଆମେ ସାହାଯ୍ୟ କରିବୁ ।

ଦେଶବ୍ୟାପୀ ରହିଥିବା ସମସ୍ତ ସରକାରୀ ଡାକ୍ତର ଓ ନର୍ସ କର୍ମଚାରୀଙ୍କୁ ବିନା ମୂଲ୍ୟରେ ଯାତ୍ରା ପାଇଁ ସୁବିଧା ଯୋଗାଇ ଦେବ ଭିସ୍ତାରା ବିମାନସେବା । ଏହା ସହିତ ବିମାନରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତି କୋଭିଡ ଏସଓପି ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ଲିମିଟେଡ ସିଟ ଥିବାରୁ ବର୍ତ୍ତମାନ ଏହା କେବଳ ମେଡିକାଲ ଷ୍ଟାଫଙ୍କ ପାଇଁ ରଖାଯାଇଛି । ବିମାନ ବନ୍ଦରରୁ ପରିବହନ ପରିଚାଳନା ଅନୁରୋଧକାରୀ ସଂସ୍ଥା ଦ୍ୱାରା ପରିଚାଳିତ ହେବା ଆବଶ୍ୟକ ଏବଂ ବିମାନ ସେବା ଲଜିଷ୍ଟିକ୍ ଏବଂ ସୁରକ୍ଷା କାରଣରୁ ବିମାନ ବନ୍ଦରରେ ଆଡ-ହକ୍ ଅନୁରୋଧ ରଖି ପାରିବୁ ନାହିଁ ।

@ ANI

ABOUT THE AUTHOR

...view details